ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ମୁର୍ତ୍ତାଜା ପାଗଳ: ଅଖିଳେଶ ଯାଦବ
Advertisement

ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ମୁର୍ତ୍ତାଜା ପାଗଳ: ଅଖିଳେଶ ଯାଦବ


ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ଅହମ୍ମଦ ମୁର୍ତ୍ତାଜା ଅବ୍ବାସୀ ସପକ୍ଷରେ ବାହାରିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କହିଲେ ତା'ର ଅଛି ମାନସିକ ସମସ୍ୟା... ମୁର୍ତ୍ତାଜାଙ୍କୁ ତା'ର ପିତା ମାନସିକ ରୂପରେ ଅସ୍ଥିର ଦର୍ଶାଇଲେ, ମାତ୍ର ତାର ଚିକିତ୍ସା କରୁଥିବା ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି। 

 

ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ମୁର୍ତ୍ତାଜା ପାଗଳ: ଅଖିଳେଶ ଯାଦବ

ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (Akhilesh Yadav) ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ (Gorakhnath Temple Attack) କରିଥିବା ଅହମ୍ମଦ ମୁର୍ତ୍ତାଜା ଅବ୍ବାସୀକୁ ମାନସିକ ରୋଗୀ ଦର୍ଶାଇ ତା' ସପକ୍ଷରେ ବାହାରିଛନ୍ତି। ସେ ବୁଧବାର ସେ କହିଛନ୍ତି, ''ତାର ପିତା କହିଥିଲେ ସେ ମାନସିକ ସମସ୍ୟା ଦେଇ ଗତି କରୁଛି। ଏହି ବାଇପୋଲାର ପ୍ରସଙ୍ଗକୁ ସାମ୍ନା କରିବାକୁ ଆମେ ତା' ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି। ବିଜେପି ଏଭଳି ଏକ ଦଳ, ଯିଏ ଘଟଣାକୁ ବଢ଼ାଇ କରି ଦେଖାଇଥାଏ।

ତେବେ ଏ ପର୍ଯ୍ୟନ୍ତ ଯାହା ବି ତଥ୍ୟ ମିଡିଆ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି, ତା'ର ରହିଛି ଜିହାଦୀ ଲିଙ୍କ୍। ତା'କୁ ଏପର୍ଯ୍ୟନ୍ତ ମସ୍ତିଷ୍କବିକୃତ ଦର୍ଶାଇ ରକ୍ଷା କରିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ପୋଲିସ ତଦନ୍ତରେ ଜଣାପଡ଼ିଛି, ସେ ଜଣେ ବଡ଼ ଧୂର୍ତ୍ତ ଆଉ ବଦମାସ ବ୍ୟକ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବାକୁ ସେ ପ୍ରସ୍ତୁତ ଥିଲା। ଏହାର ପ୍ରମାଣ ହେଉଛି ତା'ର ଲାପଟପ୍ ଏବଂ ମୋବାଇଲରେ ମିଳିଥିବା ଭିଡିଓ। ଏସବୁ ଦେଖାଇ ତା'ର ବ୍ରେନ୍ ୱାସ୍ କରାଯାଇଥିଲା। ସେ ଜାକିର ନାଇକ ଦ୍ୱାରା ପ୍ରଭାବିତ ହୋଇଥିଲା। ନିୟମିତ ଭାବରେ ସେ 'ଲୋନ୍ ଉଲ୍ଫ ଆଟାକ' ଭିଡିଓ ଦେଖୁଥିଲା। ତାର ମୁମ୍ବାଇ ଏବଂ ନେପାଳ କନେକ୍ସନ ଯାଞ୍ଚ କରାଯାଉଛି। ଏଥିସହ ଏକଥା ମଧ୍ୟ ଯାଞ୍ଚ କରାଯାଉଛି, ଘରୋଇ ହିଂସା ଯୋଗୁ ତା'ର ପ୍ରଥମ ସ୍ତ୍ରୀ ସହ ତଲାକ ହୋଇ ଯାଇଥିଲା।

ମୁର୍ତ୍ତାଜାର ନିକାହ ୨୦୧୯ରେ ଜୌନପୁରର ସଲମା ଓରଫ ଶାଦମା ସହିତ ହୋଇଥିଲା। ମାତ୍ର କିଛିମାସ ମଧ୍ୟରେ ତଲାକ ହୋଇଗଲା। ସଲମାଙ୍କ ପିତା ମୁଜଫରୁଲ ହକ୍ କହିଲେ, ମୁର୍ତ୍ତାଜା ଜଣେ କେମିକାଲ ଇଞ୍ଜିନିୟର। ଆଉ ନିକାହ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ମନ୍ଦିର ଉପରେ ଆକ୍ରମଣକୁ ନେଇ ଟିପ୍ପଣୀ କରିବାକୁ ମନା କରି ସେ କହିଛନ୍ତି, ଝିଅର ତଲାକ ପରେ ସେ ସେମାନଙ୍କ ସହ ସମ୍ପର୍କ ରଖିନାହାନ୍ତି।

ସେପଟେ ମୁର୍ତ୍ତାଜାକୁ ତାର ଅବ୍ବା ମାନସିକ ରୋଗୀ ଦର୍ଶାଉଥିଲେ ବି ତା'ର ଚିକିତ୍ସା କରୁଥିବା ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି। ଗୋରଖପୁର ଜିଲ୍ଲା ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଜେଏସପି ସିଂହ କହିଛନ୍ତି, ଗିରଫ ପରେ ଯେତେବେଳେ ଅଭିଯୁକ୍ତକୁ ମେଡିକାଲ ପରୀକ୍ଷା କରିବାକୁ ଅଣାଗଲା, ସେତେବେଳେ ସେ ସ୍ୱାଭାବିକ ଭାବରେ କଥା ହେଉଥିଲା। ସେ ଆରାମରେ ଡାକ୍ତର ଏବଂ ପୋଲିସ ପ୍ରଶ୍ନର ଉତ୍ତର ଦେଉଥିଲା। ଆଉ ସେ କୌଣସି ହିଂସ୍ର ବ୍ୟବହାର କରି ନ ଥିଲା। ତେଣୁ ସେ ଯେ ମାନସିକ ରୋଗୀ ନୁହେଁ, ଏହା ଡାକ୍ତର ଦୃଢ଼ତାର ସହ କହିଛନ୍ତି।

ତା'ର ପୂର୍ବତନ ପତ୍ନୀ ସଲମାର ମଧ୍ୟ କହିବା କଥା, ମୁର୍ତ୍ତାଜାର କୌଣସି ମାନସିକ ସମସ୍ୟା ନ ଥିଲା। ରିପୋର୍ଟ ଅନୁସାରେ ସଲମା କହିଥିଲେ, ନିକାହ ପରେ କିଛି ମାସ ଦୁହେଁ ଏକାଠି ରହିଥିଲେ। ଏହି ସମୟରେ ମୁର୍ତ୍ତାଜା ଖୁବ୍ କମ୍ କଥା ହେଉଥିଲା। ସେ ନିଜ ଲାପଟପ୍ ଏବଂ ମୋବାଇଲ୍ ତାଙ୍କୁ ଛୁଇଁବାକୁ ଦେଉ ନ ଥିଲା। ତା'ର ବୈବାହିକ ଜୀବନରେ ବି କୌଣସି ଋଚି ନ ଥିଲା। ଏବଂ ତାର ଅମ୍ମି ତାକୁ ଖୁବ୍ ନିର୍ଯାତନା ଦେଉଥିଲେ। ମୁର୍ତ୍ତାଜାର ଘରେ ସର୍ଚ୍ଚ କରିବାରେ ଏଟିଏସକୁ ଏୟାରଗନ୍ ମିଳିଛି। ଗତ କିଛିଦିନ ଧରି ମୁର୍ତ୍ତାଜା ଏୟାରଗନରେ ନିଶାନା ଲଗାଇବା ଅଭ୍ୟାସ କରୁଥିଲା। ନିଜ ଘର ଛାତ କିମ୍ବା ଖାଲି ସ୍ଥାନରେ ସେ ଏହି ଅଭ୍ୟାସ କରୁଥିଲା।

ଅହମ୍ମଦ ମୁର୍ତ୍ତାଜା ଆବ୍ବାସୀ ଗତ ରବିବାର (୩ ଏପ୍ରିଲ ୨୦୨୨) ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା। ସେ ଗାମୁଛାରେ ଧାରୁଆ ଅସ୍ତ୍ରକୁ ଲୁଚାଇ ମନ୍ଦିରକୁ ନେଇଥିଲା। ତା'କୁ ଏଣ୍ଟ୍ରି ପଏଣ୍ଟରେ ଅଟକାଇବାରୁ ସେ ପିଏସି ଯବାନଙ୍କୁ ଆକ୍ରମଣ କରି ଆହତ କରି ଦେଇଥିଲା। ଏହି ସମୟରେ ସେ 'ଆଲ୍ଲା ହୋ ଆକବର' ନାରା ଦେଉଥିଲା। ମୁର୍ତ୍ତାଜା ଆବ୍ବାସୀ ପୂର୍ବରୁ ହିଁ ଥିଲା ଏଟିଏସ ରାଡାରରେ। କୁହାଯାଉଛି, ୨ ଏପ୍ରିଲରେ ଏଟିଏସ ଅଧିକାରୀ ସାଦା ପୋଷାକରେ ତା' ଘରକୁ ମଧ୍ୟ ଯାଇଥିଲେ। ଏହାର ସୁରାକ୍ ପାଇବା ମାତ୍ରେ ହିଁ ତହିଁ ପରଦିନ ମୁର୍ତ୍ତାଜା 'ଲୋନ୍ ଉଲ୍ଫ ଷ୍ଟ୍ରାଟେଜି' ଆପଣେଇ ଆଗୁଆ ଆକ୍ରମଣ କରି ଦେଇଥିଲା।