ରାଜ୍ୟବାସୀ ଏବେ ସମାଜବାଦୀ ସରକାର ଆଡକୁ ଦେଖୁଛନ୍ତି।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରଚାର। ଆଗାମୀ ନିର୍ବାଚନରେ ଜନ ସମର୍ଥନ ହାତେଇବା ଲାଗି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଚାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଉତ୍ତର ପ୍ରଦେଶର (Uttar Pradesh) ବଳରାମପୁର (Balampur Dist) ଠାରେ ସରୟୁ କେନାଲ ଜାତୀୟ ପ୍ରକଳ୍ପ ଉଦଘାଟନ (Saryu Canal Project Inauguration) କରିବା ଅବସରରେ ବିରୋଧି ପକ୍ଷକୁ ଟାର୍ଗେଟ କରିଥିଲେ। ପ୍ରକଳ୍ପ ଉଦଘାଟନ କରିବା ଅବସରରେ ସେ କହିଥିଲେ ଯେ କେନାଲ କାର୍ଯ୍ୟକାରୀ ହେବା ଦ୍ୱାରା ପ୍ରାୟ ୩୦ ଲକ୍ଷ ଚାଷୀ ଏହା ଦ୍ୱାରା ଉପକୃତ ହେବେ।
ପ୍ରଧାନମନ୍ତ୍ରୀଙ୍କ ଭାଷଣର କିଛି ସମୟ ପରେ ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) ରାଜ୍ୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (CM Yogi Adityanath) ନେତୃତ୍ୱାଧିନ ବିଜେପି ସରକାର (BJP Govt in UP) ବିରୁଦ୍ଧରେ ବର୍ଷିଥିଲେ।
Also Read: SP ମୁଖିଆଙ୍କୁ UP ଉପମୁଖ୍ୟମନ୍ତ୍ରୀଙ୍କ ଜବାବ, 'ରାଜ୍ୟରେ ଅଛି ଯୋଗ୍ୟ ସରକାର, ସମସ୍ତଙ୍କର ହେଉଛି ବିକାଶ'
ଏନେଇ ସମାଜବାଦୀ ପାର୍ଟି ସୁପ୍ରିମୋ କହିଛନ୍ତି ଉତ୍ତର ପ୍ରଦେଶ ଲୋକ ଏବେ ସମାଜବାଦୀଙ୍କୁ (Samajwadi) ଦେଖୁଛନ୍ତି। ରାଜ୍ୟବାସୀଙ୍କୁ ଏକ ନୂତନ ସରକାର ଦେବା ପାଇଁ ଆମେ କାର୍ଯ୍ୟ କରିବୁ। ରାଜ୍ୟରେ ବିଜେପି ସରକାର ଏହାର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି ହେଲେ ତଥାପି ସରକାରୀ ଦଳ ଏହାର ସଂକଳ୍ପ ପତ୍ର ଦେଖିନାହିଁ। କୃଷକଙ୍କ ଆୟ କେବେ ଦ୍ୱିଗୁଣିତ ହେବ? ବିଜ୍ଞାପନ ଦେବାରେ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି ହେଲେ ରାଜ୍ୟରେ କେତେ ଯୁବକ ନିଯୁକ୍ତି ପାଇଛନ୍ତି ତାହା ବିଜେପି ସରକାର କହିବା ଆବଶ୍ୟକ।
ଯୋଗୀ ସରକାର ଅଟଳ ବିଶ୍ୱବିଦ୍ୟାଳୟ ବାବଦରେ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କେଉଁଠାରେ ସ୍ଥାପନ କରାଯାଇଛି ତାହ ଜଣା ପଡିନାହିଁ। ସମାଜବାଦୀ ପାର୍ଟି ସରକାର ଅମଳରେ ଗଠିତ ଲୋହିଆ ବିଶ୍ୱବିଦ୍ୟାଳୟର ନବମ ମହଲାରୁ ସେହି ବିଶ୍ୱବିଦ୍ୟାଳୟ ପରିଚାଳିତ ହେଉଛି। ଯୁବକଙ୍କୁ ଆମ ଦଳର ସରକାର ଲାପଟପ୍ ବଣ୍ଟନ କରିଥିଲା। ହେଲେ ବିଜେପି ସରକାର ଅମଳରେ ହାଥରସ ଦୁଷ୍କର୍ମ ଘଟଣା ଏବଂ ଲଖିମପୁର ଠାର ଚାଷୀଙ୍କ ଉପରେ ଗାଡି଼ ଚଢାଇ ଦେବା ଭଳି ଘଟଣା ଘଟିଛି। ଦୁଇ ଦଳର ସରକାରଙ୍କ ମଧ୍ୟରୁ କିଏ କେତେ କାମ କରିଛି ତାହାର ପାର୍ଥକ୍ୟ ସ୍ପଷ୍ଟଭାବେ ଦେଖାଯାଉଛି।
Also Read: ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ
ଯଦି ସମାଜବାଦୀ ସରକାର ଜମି ଯୋଗାଇ ଦେଇନଥାନ୍ତା ତାହେଲେ ଗୋରଖପୁର ଜିଲ୍ଲା ଠାରେ AIIMS ଭଳି ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ ହୋଇନଥାନ୍ତା। କୋରୋନା ସଂକଟ ସମୟରେ ଅସହାୟ ଲୋକଙ୍କୁ ଯେଉଁ ଡାକ୍ତରଖାନାରେ ସହାୟତା ପ୍ରଦାନ କରାଯାଇଥିଲା ତାହା ସମାଜବାଦୀ ସରକାର ଅମଳରେ ଖୋଲାଯାଇଥିଲା। ବିଜେପି ସରକାର କାମ ନକରି କେବଳ ଫିତା କାଟିବା ଜାଣିଛି। ବିଜେପି ସରକାର ରାଜ୍ୟକୁ ପଛରେ ପକାଇ ଦେଇଛି।
ରାଜ୍ୟରେ ଗୁରୁତର ସାର ଅଭାବ ରହିଛି। ଯାହାକୁ ନେଇ କୃଷକଙ୍କ ସମସ୍ୟା ବଢିଯାଇଛି। ରକାର ଜାଣିଶୁଣି ସାର ଆମଦାନୀ କରୁନାହାଁନ୍ତି। ଏହାର କାରଣ ହେଉଛି ସେମାନେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ କ୍ଷତି ପହଞ୍ଚାବାକୁ ଚାହୁଁଛନ୍ତି। କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଯେତିକି ରାଲି ଅନୁଷ୍ଠିତ ହେଉଛି ତାହା ସରକାରୀ ପ୍ରାୟୋଜିତ। ଜନତାଙ୍କ ରାଲି ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ। ରାଜ୍ୟରୁ ଯୋଗୀ ସରକାର ଯାଉଛି ଏବଂ ଏକ ଯୋଗ୍ୟ ସରକାର ଆସୁଛି ବୋଲି କହିଛନ୍ତି ଅଖିଳେଶ ଯାଦବ।
Also Read: UP Poll 2022: ପ୍ରଚାର ମୈଦନାରେ ମୁହାଁମୁହିଁ Samajwadi Party-BJP
ସରୟୁ କେନାଲ ଜାତୀୟ ପ୍ରକଳ୍ପ ଉଦଘାଟନ କରିବା ଅବସର ପ୍ରଧାନମନ୍ତ୍ରୀ ମୋଦୀ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ସେମାନଙ୍କ କାମ କେବଳ ଫିତା କାଟିବା। ବୋଧହୁଏ ସେମାନେ ପିଲା ଦିନେ ଫିତା କାଟିଥାଇପାରନ୍ତି। ହେଲେ ଆମ ସରକାରଙ୍କ କାମ ହେଉଛି ଠିକ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା। ଆମେ କେବଳ ଫିତା କାଟିବାରେ ବିଶ୍ୱାସ କରୁନାହୁଁ।