SP ସହ ବିଲୟ ହେବ PSP; ଚାଚା ଶିବପାଲ ଯାଦବ ରଖିଲେ ଏହି ସର୍ତ୍ତ
Advertisement
Article Detail0/zeeodisha/odisha1025444

SP ସହ ବିଲୟ ହେବ PSP; ଚାଚା ଶିବପାଲ ଯାଦବ ରଖିଲେ ଏହି ସର୍ତ୍ତ

ଗତ ୨୦୧୮ ବର୍ଷରେ ସମାଜବାଦ ପାର୍ଟି ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ। 

SP ସହ ବିଲୟ ହେବ PSP; ଚାଚା ଶିବପାଲ ଯାଦବ ରଖିଲେ ଏହି ସର୍ତ୍ତ

ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଗତିଶୀଳ ସମାଜବାଦ ପାର୍ଟି (ଲୋହିଆ) ମୁଖ୍ୟ ଶିବପାଲ ସିଂ ଯାଦବ। ଏନେଇ ସେ କହିଛନ୍ତି ଅଖିଳେଶ ଯାଦବଙ୍କ ସହ ମିଶି ନିର୍ବାଚନ ଲଢିବା ଏବଂ ସମାଜବାଦ ପାର୍ଟି ସହ ଦଳର ମିଶ୍ରଣ ପାଇଁ ଆମେ ପ୍ରସ୍ତୁତ ହେଲେ ଆତ୍ମ ସମ୍ମାନ ସହ କୌଣସି ପ୍ରକାର ଆପୋଷ ବୁଝାମଣା କରି ହେବ ନାହିଁ। ଏହା ସହିତ ସେ ଆହୁରି କହିଛନ୍ତି ଯଦି ଆମ ଲୋକକୁ ସମ୍ମାନ ପୂର୍ବକ ଟିକେଟ୍ ଦିଆଯାଏ ତାହେଲେ ଦଳର ବିଲୟ ପାଇଁ ଆମେ ରାଜି ଅଛୁ।

ଦୀପାବଳି ପାଳିବାକୁ ନିଜ ପୈତୃକ ଗ୍ରାମ ସୈଫଇ ଠାରେ ପହଞ୍ଚିଥିବା ଅଖିଲେଶ ଯାଦବ (Akhilesh Yadav) କହିଥିଲେ ଦଳରେ ଚାଚା ଶିବପାଲ ଯାଦବଙ୍କୁ (Shivpal Singh Yadav) ସମ୍ମାନ ଦିଆଯିବ ଏବଂ ତାଙ୍କ ଲୋକଙ୍କୁ ମଧ୍ୟ ଉପଯୁକ୍ତ ଆସନ ପ୍ରଦାନ କରାଯିବ। ଅନ୍ୟପଟେ ଚାଚା କହିଛନ୍ତି ଅଖିଳେଶ ଯାଦବ ଯାହା କରିବାକୁ ଚାହୁଁଛନ୍ତି ତାହା ଯଥାଶୀଘ୍ର କରନ୍ତୁ। ତାହା ସମାଜବାଦ ପାର୍ଟି (Samajwadi Party) ଏସପି (SP) ସହ ପ୍ରଗତିଶୀଳ ସମାଜବାଦ ପାର୍ଟି (Pragatisheel Samajwadi Party) ପିଏସପି (PSP) ବିଲୟ ହେଉ କିମ୍ବା ଉଭୟ ଦଳ ମଧ୍ୟରେ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ (Uttar Assembly Elelction 2022) ଲାଗି ମେଣ୍ଟ ଗଠନ। ଧର୍ମନିରପେକ୍ଷ ବ୍ୟକ୍ତି, ଗାନ୍ଧୀ ଏବଂ ଲୋହିୟାବାଦୀ ଚିନ୍ତାଧାରାର ଲୋକେ ତାଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି ଶିବପାଲ ଯାଦବ। 

Also Read: ନିର୍ବାଚନ ପୂର୍ବରୁ କମୁଛି ଦୂରତା; ସମ୍ମାନ ମିଳିଲେ SP ସହ ମେଣ୍ଟ କରିବ PSP

ଗତ ୨୦୧୮ ବର୍ଷରେ ସମାଜବାଦ ପାର୍ଟି ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ପୁଣି ଥରେ ସମାଜବାଦ ପାର୍ଟି ସହ ଏକାଠି ହେବାକୁ ଚାହୁଁଛନ୍ତି ଶିବପାଲ ଯାଦବ। ନିକଟରେ ସେ କହିଥିଲେ  ଆମକୁ ୨୫ ପ୍ରତିଶତ ସିଟ ମିଳେ ଆମେ ସମାଜବାଦ ପାର୍ଟି ସହ ଆସିବୁ।

Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP

ସମାଜବାଦ ପାର୍ଟିକୁ ରାଜ୍ୟ ରାଜନୀତିକୁ ଆଣିବାରେ ମୁଁ ବହୁତ ପରିଶ୍ରମ କରିଛି। ଯଦି ଆଗାମୀ ନିର୍ବାଚନରେ ଏସପି-ପିଏସପି ମଧ୍ୟରେ ମେଣ୍ଟ ନହୁଏ ତାହେଲେ ଆମେ କୌଣସି ରାଷ୍ଟ୍ରୀୟ ଦଳ ସହ ଗଠବନ୍ଧନ କରିବୁ। ଆମେ ସମାଜବାଦ ପାର୍ଟି ସଂସ୍ଥାପକ ନେତାଜୀ ଅର୍ଥାତ ମୁଲାୟମ ସିଂହ ଯାଦବଙ୍କ ସହ ୪୦-୪୫ ଧରି ବର୍ଷ ଧରି କାମ କରି ଦଳକୁ ସଫଳତାର ଶିଖରରେ ପହଞ୍ଚାଇଛି।

Also Read: ତରଳୁଛି ସମ୍ପର୍କରେ ଜମିଥିବା ବରଫ; ଅଖିଳେଶଙ୍କ ସହ ଏକାଠି ନିର୍ବାଚନ ଲଢିବାକୁ ଇସାରା ଦେଲେ ଶିବପାଲ

ଯେତେବଳେ ଅଖିଲେଶ ଯାଦବ ଏସପି ମୁଖ୍ୟ ହୋଇଥିଲେ ସେତେବେଳେ ଚାଚା ଶିବପାଲ ଯାଦବଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ନରେଶ ଉତ୍ତନ ପଟେଲଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯେତେବେଳେ ଦଳୀୟ ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କୁ ବହିଷ୍କାର କରାଯାଇଥିଲା ସେତେବେଳେ ଚାଚା ଅଖିଳେଶ ଯାଦବଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁଥିରେ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତା ମଧ୍ୟ ଶିବପାଲ ଯାଦବଙ୍କୁ ସମର୍ଥନ ଜଣାଇ କହିଥିଲେ ତାଙ୍କ ସହ ଅନ୍ୟାୟ ହୋଇଛି।