ନିର୍ବାଚନ ପୂର୍ବରୁ କମୁଛି ଦୂରତା; ସମ୍ମାନ ମିଳିଲେ SP ସହ ମେଣ୍ଟ କରିବ PSP
Advertisement
Article Detail0/zeeodisha/odisha1024695

ନିର୍ବାଚନ ପୂର୍ବରୁ କମୁଛି ଦୂରତା; ସମ୍ମାନ ମିଳିଲେ SP ସହ ମେଣ୍ଟ କରିବ PSP

ମେଣ୍ଟ ଏବଂ ଦଳର ବିଲୟ କରିବା ପ୍ରସଙ୍ଗରେ ପିଏସପି ଲାଗି ପ୍ରଥମ ପସନ୍ଦ ହେଉଛନ୍ତି ଏସପି।  

ନିର୍ବାଚନ ପୂର୍ବରୁ କମୁଛି ଦୂରତା; ସମ୍ମାନ ମିଳିଲେ SP ସହ ମେଣ୍ଟ କରିବ PSP

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଚାଚା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ହ୍ରାସ ପାଇବାରେ ଲାଗିଛି। ପ୍ରଗତିଶୀଳ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ଶିବପାଲ ଯାଦବ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବା ପାଇଁ ଆମେ ଏକ ବଡ ଜାତୀୟ ଦଳ ସହ ମେଣ୍ଟ କରିବାକୁ ପ୍ରସ୍ତୁତ। ଯଦି ସମ୍ମାନପୂର୍ବକ ଟିକେଟ୍ ମିଳେ ଦଳର ବିଲୟ ମଧ୍ୟ କରିବୁ। 

ଏ ପ୍ରସଙ୍ଗରେ ପ୍ରଥମ ପସନ୍ଦ ସମାଜବାଦ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଳେଶ ଯାଦବଙ୍କୁ (Akhilesh Yadav) ଦିଆଯିବ। ଦଳ ପକ୍ଷରୁ ଆୟୋଜିତ ସାମାଜିକ ପରିବର୍ତ୍ତନ ଯାତ୍ରା ନେଇ ରାଜ୍ୟର ବାହରାଇଚ ଜିଲ୍ଲା ଠାରେ ପହଞ୍ଚିଥିବା ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ସଭାପତି (PSP President) ଶିବପାଲ ଯାଦବ (Shivpal Yadav) କହିଛନ୍ତି ଯେ ଆମେ ଗତ ୨ ବର୍ଷ ଧରି ନିରନ୍ତର ଅପେକ୍ଷା କରିଛୁ ଯେ କେତେବେଳେ ଅଖିଳେଶ ଯାଦବ ଆମ ସହ ଆଲୋଚନା କରିବେ। 

Also Read: ତରଳୁଛି ସମ୍ପର୍କରେ ଜମିଥିବା ବରଫ; ଅଖିଳେଶଙ୍କ ସହ ଏକାଠି ନିର୍ବାଚନ ଲଢିବାକୁ ଇସାରା ଦେଲେ ଶିବପାଲ

ଏସପି ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ପିଏସପି ସଭାପତି କହିଛନ୍ତି ଯଦି ଆମ ଲୋକଙ୍କୁ ସମ୍ମାନ ପୂର୍ବକ ଟିକେଟ ମିଳେ ତାହେଲେ ଆମେ ତାଙ୍କ ସହ ମେଣ୍ଟ କରିବା ସହ ଦଳର ବିଲୟ ମଧ୍ୟ କରିବୁ। ବାହରାଇଚ ଠାରେ ପହଞ୍ଚିବା ପରେ ଶିବପାଲ ଯାଦବ ପ୍ରସିଦ୍ଧ ମାରି ମାତା ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ସୟଦ ସାଲାର ଗାଜି ଦରଗାହ ଠାରେ ପହଞ୍ଚି ଚାଦର ଅର୍ପଣ କରିଥିଲେ। 

ଦୀପାବଳି ପାଳିବାକୁ ନିଜ ପୈତୃକ ଗ୍ରାମ ସୈଫଇ ଠାରେ ପହଞ୍ଚିଥିବା ଅଖିଲେଶ ଯାଦବ କହିଥିଲେ ସେ ନିଜ ଚାଚା ଶିବପାଲ ଯାଦବଙ୍କୁ ପୁରା ସମ୍ମାନ ଦେବେ। ଆଗାମୀ ୨୦୨୨ ବିଧାନସଭା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଚାଚାଙ୍କ ଦ୍ୱାରା ଗଠିତ ହୋଇଥିବା ଦଳ ସହ ମେଣ୍ଟ କରାଯିବ। ଆସନ୍ତା ନିର୍ବାଚନ ପାଇଁ ଆମେ ଆଞ୍ଚଳିକ ଦଳ ସହିତ ମେଣ୍ଟ ଗଠନ କରିବା ସହ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳକୁ ଏକାଠି କରିବା ପାଇଁ କାର୍ଯ୍ୟ କରିବୁ। ଆମ ମେଣ୍ଟରେ କିଛି ଦଳ ଆମ ସହିତ ଯୋଗ ଦେଇସାରିଛନ୍ତି। ସ୍ୱାଭାବିକ ଭାବେ ମୋ ଚାଚାଙ୍କର ମଧ୍ୟ ଏକ ପାର୍ଟି ରହିଛି ଏବଂ ତାଙ୍କୁ ମଧ୍ୟ ପୂର୍ଣ୍ଣ ସମ୍ମାନ ଦିଆଯିବ। ତାଙ୍କ ଦଳ ସହିତ ଆମର ମେଣ୍ଟ ହେବ। ଚାଚାଙ୍କ ଦଳ ସହ ଆମ ଦଳ ମେଣ୍ଟ କରିବ। ହେଲେ ସମାଜବାଦୀ ପାର୍ଟି ସହ ପ୍ରଗତିଶୀଶଳ ସମାଜବାଦୀ ପାର୍ଟି ବିଲୟ ହେବାର କୌଣସି ସମ୍ଭାବନା ନାହିଁ। ଚାଚାଙ୍କ ସହ କାମ କରିବାରେ ମୋର କୌଣସି ଅସୁବିଧା ନାହିଁ। ତାଙ୍କୁ ଏବଂ ତାଙ୍କ ଦଳର କର୍ମକର୍ତ୍ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବ। 

Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ତାଙ୍କର ପ୍ରାଥମିକତା ହେଉଛି ସମାଜବାଦୀ ପାର୍ଟି। ଯଦି ମୋର ସାଥିଙ୍କୁ ଅଖିଲେଶ ଯାଦବଙ୍କୁ ପୁରା ସମ୍ମାନ ଦିଆଯାଏ ତାହେଲେ ସମାଜବାଦୀ ପାର୍ଟି ସହ ପ୍ରଗତିଶୀଶଳ ସମାଜବାଦୀ ପାର୍ଟିକୁ ବିଲୟ କରିବା ପାଇଁ ମୁଁ ରାଜି ଅଛି।

Also Read: UP Election 2022: କାହା ସହ କିଏ କରିବ ନିର୍ବାଚନ ମେଣ୍ଟ ଗଠନ?

ସମାଜବାଦୀ ପାର୍ଟିକୁ ଫେରିବାକୁ ନେଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ଚାଚା ଶିବପାଲ ଯାଦବ। ସମାଜବାଦୀ ପାର୍ଟିକୁ ଗଠନ କରିବା ଲାଗି କଠିନ ପରିଶ୍ରମ କରାଯାଇଛି। ମୁଁ ନେତାଜୀଙ୍କ ସହ ୪୦-୫୦ ବର୍ଷ ଧରି କାମ କରିଛି। ଯଦି ସମାଜବାଦୀ ପାର୍ଟି ଆଗକୁ ନେବାରେ ନେତାଜୀଙ୍କ ଅବଦାନ ୭୫ ପ୍ରତିଶତ ରହିଛି ତାହେଲେ ମୋର ଅବଦାନ ହେଉଛି ୨୫ ପ୍ରତିଶତ। ଯଦି ମୋର ୨୫ ପ୍ରତିଶତ ଭାଗକୁ ଫେରସ୍ତ କରାଯାଏ ତାହଲେ ଆମେ ସମାଜବାଦୀ ପାର୍ଟି ସହ ଯୋଗଦେବାକୁ ପ୍ରସ୍ତୁତ ଅଛୁ।