WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ
Advertisement

WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ।

WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୨୨ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଥିବା ଷଷ୍ଠ ପର୍ଯ୍ୟାୟ ଲାଗି ଶେଷ ହୋଇଯାଇଛି ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୪୩ ଆସନ ଲାଗି ଅନୁଷ୍ଠିତ ହୋଇଥିଲା ମତଦାନ। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଷଷ୍ଠ ପର୍ଯ୍ୟାୟ ରାଜ୍ୟର ୪ ଜିଲ୍ଲା ଯଥା ଉତ୍ତର ୨୪ ପ୍ରଗଣାର ୧୭, ନଦିଆର ୯, ଉତ୍ତର ଦିନାଜପୁରର ୯, ପୂର୍ବ ବର୍ଦ୍ଧମାନର ୮ ସିଟ ଏପରି ମୋଟ ୪୩ ଆସନରେ ହୋଇଥିଲା ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ ୧ କୋଟିରୁ ଉର୍ଦ୍ଧ୍ୱ ମତଦାତା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉତ୍ତର ଦିନାଜପୁରରେ ୭୭.୭୬, ନଦିଆରେ ୮୨.୬୭, ଉତ୍ତର ୨୪ ପ୍ରଗଣାରେ ୭୫.୯୪, ପୂର୍ବ ବର୍ଦ୍ଧମାନରେ ୮୨.୧୫ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ଜଣାପଡିଛି। 

Also Read: WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଚଳିତ ଥର ୮ଟି ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଚଳିତ ବର୍ଷ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୪୩  ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ଅନ୍ୟପଟେ ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। 

Also Read: Corona Alert: ନିର୍ବାଚନୀ ରାଲି ସମୟ ହ୍ରାସ କଲେ EC, ନୂଆ Guidelines ଜାରି

ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯, ଷଷ୍ଠ ପର୍ଯ୍ୟାୟରେ ୭୯.୦୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।