Campaigning Sunday: ପ୍ରଚାର ମୈଦାନରେ ମୁହାଁମୁହଁ ହେବେ ମୋଦି-ମମତା
Advertisement
Article Detail0/zeeodisha/odisha869953

Campaigning Sunday: ପ୍ରଚାର ମୈଦାନରେ ମୁହାଁମୁହଁ ହେବେ ମୋଦି-ମମତା

ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି ଏବଂ ବିଜେପିର ବରିଷ୍ଠ ନେତା।

Campaigning Sunday: ପ୍ରଚାର ମୈଦାନରେ ମୁହାଁମୁହଁ ହେବେ ମୋଦି-ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ପ୍ରଚାର। ଏହିକ୍ରମରେ ମାର୍ଚ୍ଚ ୨୧ ତାରିଖ ରବିବାର ବିଜେପି ଲାଗି ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି  ଏବଂ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅନ୍ୟପଟେ ଟିଏମସି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ ପ୍ରଚାର କରିବେ।   

ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି ଏବଂ ବିଜେପିର ବରିଷ୍ଠ ନେତା। ରବିବାର ପଶ୍ଚିମବଙ୍ଗର ମଧ୍ୟାନ୍ନ ୧ଟା ସମୟରେ ବାଙ୍କୁଡା ଠାରେ ଚତୁର୍ଥ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି। ଏହା ପୂର୍ବରୁ ସେ ୩ଟି ରାଲିକୁ ସମ୍ବୋଧିତ କରିସାରିଛନ୍ତି। ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ଦଳର ପ୍ରଚାର ଅଭିଯାନ ଦାୟିତ୍ୱ ନିଜେ ପ୍ରଧାନମନ୍ତ୍ରୀ ନେଇଥିବା ବେଳେ ଏଥର ସେ ମୋଟ ୨୦ ରାଲିକୁ ସମ୍ବୋଧିତ କରିବେ।   

Also Read: #ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'

 

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମିଦନାପୁର, ଏଗରା, ମଚେଦା ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ୩ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ। ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ରବିବାର ଅପରାହ୍ନ ୫ଟାରେ ଦଳୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ ଗୃହମନ୍ତ୍ରୀ ଶାହ। ଏହା ସହିତ ଆୟୋଜିତ ଏକ ଦଳୀୟ ବୈଠକରେ ଯୋଗଦେବେ ସେ। ତାଙ୍କ ଉପସ୍ଥିତିରେ ଟିଏମସି ସାଂସଦ ତଥା ନନ୍ଦିଗ୍ରାମ ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ବିଜେପିରେ ସାମିଲ ହେବେ।   

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ତଥା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ମିଦନାପୁର ଠାରେ ୩ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ। ଏହି ରାଲିରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଉପସ୍ଥିତ ରହିବେ। 

Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Elelction 2021) ଲାଗି ବାମମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୦ ତାରିଖ ଶନିବାର ଦଳୀୟ ଇସ୍ତାହାର (Left Front Election Manifesto) ଘୋଷଣା କରାଯାଇଛି। ଯେଉଁଥିରେ ରାଜ୍ୟରେ ଆଇନର ଶାସନ, ଏନଆରସି-ସିଏଏ (NRC-CAA) ଲାଗୁ ନକରିବାକୁ କୁହାଯାଇଛି। ମୁସଲମାନ ସମେତ ସମସ୍ତ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର, ନିଯୁକ୍ତି ସୁଯୋଗ ବଢାଇବା, ଶିଳ୍ପାୟନ ସ୍ଥାପନ କରିବାକୁ ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି।