#ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'
Advertisement
Article Detail0/zeeodisha/odisha869372

#ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'

ଯଦି ଏଠାରେ ପ୍ରକୃତ ପକ୍ଷେ କୌଣସି ରାଜନୈତିକ ଦଳ କାମ କରୁଥାଏ ତାହା ହେଉଛି କେବଳ ବିଜେପି।

#ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'

କୋଲକାତା: ଚଳିତ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ବାଜିସାରିଛି ବିଗୁଲ। ମତଦାନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ଏହି କ୍ରମରେ ମାର୍ଚ୍ଚ ୨୦ ତାରିଖ ଶନିବାର ପଶ୍ଚିମବଙ୍ଗର ଖଡଗପୁରସ୍ଥିତ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି।   

ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଖଡଗପୁର ରାଲିକୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି ଆପଣଙ୍କ  ଉତ୍ସାହ ସ୍ପଷ୍ଟ ଭାବେ କହୁଛି ଏଥର ପଶ୍ଚିମବଙ୍ଗରେ ଦଳ ସରକାର ଗଠନ କରିବ। ଯେଉଁ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ଅଛି ସେଠାର କେନ୍ଦ୍ର ଏବଂ ସେହି ରାଜ୍ୟର ସରକାର ମିଶି ଡବଲ ଇଞ୍ଜିନ ସହାୟତାରେ ଜନତା ଜନାର୍ଦ୍ଦନଙ୍କ ସେବା କରୁଛନ୍ତି। ଆମେ 'ସବକା ସାଥ', 'ସବକା ବିଶ୍ୱାସ', 'ସବକା ବିଶ୍ୱାସ' ମନ୍ତ୍ର ସହ କାମ କରୁଛି।

Also Read: PM Modi ଙ୍କ ଦୃଢୋକ୍ତି; 'ଖେଲା ନହିଁ ବିକାଶ ହୋବେ'

 ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାରେ ବାଧକ ସାଜିଛି। ଯାହା ଫଳରେ ଲୋକେ ଏହାର ସୁଫଳ ପାଇପାରୁ ନାହାଁନ୍ତି। ଆପଣ ଟିଏମସି ଉପରେ ବିଶ୍ୱାସ କରିଥିଲେ ହେଲେ ସେମାନେ ଆପଣଙ୍କ ସ୍ୱପ୍ନକୁ ଭାଙ୍ଗିଦେଲେ। ଆପଣଙ୍କ ସହ ବିଶ୍ୱାସ ଘାତକତା କଲେ। ପଶ୍ଚିମବଙ୍ଗବାସୀଙ୍କ ଦୁର୍ଗତି ପାଇଁ ଟିଏମସି ଦାୟୀ।

Also Read: Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି

 

"ପଶ୍ଚିମବଙ୍ଗବାସୀ ନିଜ ରାଜ୍ୟରେ କଂଗ୍ରେସ ସରକାରର କାରନାମା ଦେଖିଛି, ବାମଦଳର ବର୍ବାଦୀ ଅନୁଭବ କରିଛି, ଟିଏମସି ସରକାର କିପରି ଲୋକଙ୍କ ସ୍ୱପ୍ନକୁ କିପରି ଭାଙ୍ଗିଛି ତାହା ବିଗତ ୭୦ ବର୍ଷ ମଧ୍ୟରେ ଦୃଶ୍ୟମାନ ହୋଇଛି। ଆମକୁ ୫ ବର୍ଷର ସମୟ ଦିଅ ୭୦ ବର୍ଷର ଦୁର୍ଗତୀକୁ ଆମେ ଲିଭାଇଦେବୁ" ବୋଲି କହିଛନ୍ତି ପିଏମ ମୋଦି।   

Also Read: Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି

 

ଭାରତୀୟ ଜନ ସଂଘ (Bharatiya Jana Sangh) ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦଳର ପ୍ରତିଷ୍ଠାତା ପଶ୍ଚିମବଙ୍ଗ ମାଟିର ବୀର ପୁତ୍ର ଥିଲେ। ଯଦି ଏଠାରେ ପ୍ରକୃତ ପକ୍ଷେ କୌଣସି ରାଜନୈତିକ ଦଳ କାମ କରୁଥାଏ ତାହା ହେଉଛି କେବଳ ବିଜେପି। ଆମ ଦଳ ଡିଏନଏରେ ଆଶୁତୋଷ ମୁଖାର୍ଜୀ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଚାର, ବିଚାର, ବ୍ୟବହାର, ସଂସ୍କାର ରହିଛି।

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

 

ମୋର ସୌଭାଗ୍ୟ ବିଜେପିକୁ ଆଶୀର୍ବାଦ ଦେବା ଲାଗି ଖଡଗପୁର ରାଲିରେ ବ୍ୟାପକ ଜନସମାଗମ ହୋଇଛି। ଏଠାରେ ମିନି ଭାରତର ଝଲକ ଦୃଶ୍ୟମାନ ହୋଇଥାଏ। ଭାରତର ବିଭିନ୍ନ ଭାଷାଭାଷୀର ଲୋକଙ୍କ ତାକତ ଏଠାରେ ଦେଖିବାକୁ ମିଳିଥାଏ। ଦେଶର ସର୍ବବୃହତ୍ତ ରେଲୱେ ପ୍ଲାଟଫର୍ମ ଏବଂ ଦେଶର ପ୍ରଥମ ଆଇଆଇଟି ଖଡଗପୁର ମାଟିର ଗୌରବ ବଢାଇଥାଏ। 

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

 

ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି (West Bengal BJP President) ତଥା ରାଜ୍ୟର ମେଦୀନପୁର ଲୋକସଭା ଆସନ ସାଂସଦ (Medinipur Lok Sabha MP) ଦିଲ୍ଲୀପ ଘୋଷଙ୍କ (Dilip Ghosh) ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ତାଙ୍କ ଉପରେ ଅନେକ ଥର ଆକ୍ରମଣ ହୋଇଛି, ଏପରିକି ତାଙ୍କୁ ହତ୍ୟା କରିବା ଲାଗି ପ୍ରୟାସ କରାଯାଇଛି ହେଲେ ରାଜ୍ୟର ଉଜ୍ଜଳ ଭବିଷ୍ୟତ ପାଇଁ  ସେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ପଶ୍ଚିମବଙ୍ଗ ମାଟିକୁ ଆଜାଦ କରିବା ପାଇଁ ୧୩୦ ଜଣ ଦଳୀୟ କର୍ମକର୍ତ୍ତା ହତ୍ୟାର ଶିକାର ହୋଇଛନ୍ତି। ହେଲେ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।   

Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା

 ମାର୍ଚ୍ଚ ୧୯ ତାରିଖରେ ଖଡଗପୁର ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଲିକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି। ଏହା ପୂର୍ବରୁ ସେ ଗତ ୧୨ ତାରିଖରେ ପୁରୁଲିଆ ଠାରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଏବଂ ୭  ତାରିଖରେ କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ପ୍ରଥମ ରାଲିକୁ ସମ୍ବୋଧିତ କରିଛନ୍ତି।