Russia-Ukraine War ବେଳେ ଭାରତୀୟ ନାଗିରକଙ୍କ ପାଇଁ ସୁରକ୍ଷା କବଚ ପାଲଟିଲା ତ୍ରୀରଙ୍ଗା
Advertisement
Article Detail0/zeeodisha/odisha1112307

Russia-Ukraine War ବେଳେ ଭାରତୀୟ ନାଗିରକଙ୍କ ପାଇଁ ସୁରକ୍ଷା କବଚ ପାଲଟିଲା ତ୍ରୀରଙ୍ଗା

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ଭଳି ସ୍ଥିତି ଉପୁଯିବା ପରେ ୟୁକ୍ରେନ ଛାଡି଼ବା ଲାଗି ଭାରତୀୟ ଛାତ୍ରଙ୍କ ଉଦ୍ଦେଶ୍ୟରେ କଠୋର ନିର୍ଦ୍ଦେଶ ଜାରି କରିଥିଲା ଭାରତୀୟ ଦୂତାବାସ। 

Russia-Ukraine War ବେଳେ ଭାରତୀୟ ନାଗିରକଙ୍କ ପାଇଁ ସୁରକ୍ଷା କବଚ ପାଲଟିଲା ତ୍ରୀରଙ୍ଗା

ନୂଆଦିଲ୍ଲୀ: ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ଛାତ୍ର ସ୍ୱଦେଶ ଫେରୁଛନ୍ତି।  ଗତ ଫେବୃଆରୀ ୨୨  ତାରିଖରେ ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପରେ ସେଠାରେ ରହି ଡାକ୍ତରା ପଢୁଥିବା ଭାରତୀୟ ଛାତ୍ରଙ୍କ ଆଡ଼କୁ ମାଡି଼ ଆସିଥିଲା ସଂକଟର କଳା ବାଦଲ।

ଋଷିଆ-ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ। ଯାହାର ନାଁ ହେଉଛି ଅପରେସନ୍ ଗଙ୍ଗା। ଏହି କାର୍ଯ୍ୟରେ ଭାରତୀୟ ଦୂତାବାସ ମଧ୍ୟ ନିୟୋଜିତ ହୋଇଛି।

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ଭଳି ସ୍ଥିତି ଉପୁଯିବା ପରେ ୟୁକ୍ରେନ ଛାଡି଼ବା ଲାଗି ଭାରତୀୟ ଛାତ୍ରଙ୍କ ଉଦ୍ଦେଶ୍ୟରେ କଠୋର ନିର୍ଦ୍ଦେଶ ଜାରି କରିଥିଲା ଭାରତୀୟ ଦୂତାବାସ। ୟୁକ୍ରେନ ଛାଡି଼ ରୋମାନିଆ ସୀମାରେ ପହଞ୍ଚିବା ଲାଗି ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲା ଦୂତାବାସ।    

Also Read: Operation Ganga ଅଭିଯାନରେ ସାମିଲ ହେବ Indian Air Force

ମାତ୍ର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ କମ୍ପି ଉଠିଥିଲେ ଭାରତୀୟ ଛାତ୍ର। ଏହା ପରେ ୟୁକ୍ରେନରେ ଆରମ୍ଭ ହୋଇଥିଲା ଭାରତୀୟ ଛାତ୍ରଙ୍କ ପଳାୟନ। ରୋମାନିଆ ସୀମାରେ ପହଞ୍ଚିବା ପରେ ମଧ୍ୟ ଭାରତୀୟ ଛାତ୍ରଙ୍କୁ ଯୁଦ୍ଧ ଜନିତ ପରିସ୍ଥିତିରେ ସମୟ ଅତିବାହିତ କରିବାକୁ ପଡ଼ିଥିଲା।  

ଯୁଦ୍ଧ କାରଣରୁ  ୟୁକ୍ରେନ ଠାରେ ଫସି ରହିଥିବା ଛାତ୍ରଙ୍କ ଲାଗି ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଶିବିର ସ୍ଥାପନ କରାଯାଇଥିଲା ଏବଂ ଦୂତାବାସର ସମସ୍ତ କର୍ମଚାରୀ କେବଳ ଭାରତୀୟଙ୍କୁ  ସ୍ୱାଗତ କରିଥିଲେ। ଦୂତାବାସ ଦ୍ୱାରା ଗଠନ କରାଯାଇଥିବା ଶିବିରରେ ପହଞ୍ଚିବା ପରେ ନିଜକୁ ସୁରକ୍ଷିତ ମଣିଥିଲେ ଛାତ୍ର। 

ବିଭିନ୍ନ ସ୍ଥାନରେ ଫସି ରହିଥିବା ଛାତ୍ରଙ୍କୁ ତ୍ରୀରଙ୍ଗା ଲଗାଯାଇଥିବା ବସ ଯୋଗେ ଦୂତାବାସ ଶିବିର ପର୍ଯ୍ୟନ୍ତ ଅଣାଯାଇଥିଲା। ପ୍ରତ୍ୟେକ ବସ୍ ରେ ଦୂତାବାସ କର୍ମଚାରୀ ନିୟୋଜିତ ହୋଇଥିଲେ। ତ୍ରୀରଙ୍ଗା ଲଗାଯାଇଥିବା ଗାଡିରେ ସୁରକ୍ଷିତ ଭାବେ ଯାତ୍ରା କରିଥିଲେ ଭାରତୀୟ ଛାତ୍ର।

Also Read: Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ

ଅନେକ ସ୍ଥାନରେ ଏହି ବସ ଅଟକାଇ ସେନା ପକ୍ଷରୁ ଯାଞ୍ଚ କରାଯାଇଥିଲା। ମାତ୍ର ତ୍ରୀରଙ୍ଗା ଲଗାଯାଇଥିବାରୁ କୌଣସି ଅସୁବିଧା ଉପୁଜିନଥିଲା। ଏହା ପରେ ଛାତ୍ରଙ୍କୁ ବିମାନବନ୍ଦର ପର୍ଯ୍ୟନ୍ତ ଅଣାଯାଇ ସେଠାରୁ ସିଧାସଳଖ ଦିଲ୍ଲୀ ପର୍ଯ୍ୟନ୍ତ ଅଣାଯାଇଥିଲା।