ଘୋଷଣା ହେବ ଦଳୀୟ ନିର୍ବାଚନୀ ଇସ୍ତାହାର; କିଏ ପାଇବ କ'ଣ?
Advertisement
Article Detail0/zeeodisha/odisha869997

ଘୋଷଣା ହେବ ଦଳୀୟ ନିର୍ବାଚନୀ ଇସ୍ତାହାର; କିଏ ପାଇବ କ'ଣ?

ବିଜେପି ଲାଗି ଏଥର ଉତ୍ତର ବଙ୍ଗଳା ସମେତ ଜଙ୍ଗଲ ମହଲ ଅଞ୍ଚଳ ବିଶେଷ ଗୁରୁତ୍ୱ ବହନ କରୁଛି। 

ଘୋଷଣା ହେବ ଦଳୀୟ ନିର୍ବାଚନୀ ଇସ୍ତାହାର; କିଏ ପାଇବ କ'ଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୨୧ ତାରିଖ ରବିବାର ଦଳୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିବ ବିଜେପି। କୋଲକାତା ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦଳ ନିର୍ବାଚନ ଲାଗି ଘୋଷଣା ପତ୍ର ଜାରି କରାଯିବ। ପଶ୍ଚିମବଙ୍ଗବାସୀଙ୍କ ସମର୍ଥନ ହାତେଇବା ଲାଗି ଏଥର ସ୍ୱତନ୍ତ୍ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି ଦଳ। 

ଏଥରର ନିର୍ବାଚନ ଲାଗି ଜାରି ହେବାକୁ ଥିବା ଇସ୍ତାହାରରେ ପଶ୍ଚିମବଙ୍ଗର ଜଙ୍ଗଲ ମହଲ, ଉତ୍ତର ବଙ୍ଗଳା ଅଞ୍ଚଳ ଲାଗି ସ୍ୱତନ୍ତ୍ର ଘୋଷଣ କରିପାରେ ବିଜେପି। ରବିବାର ପଶ୍ଚିମବାସୀଙ୍କ ସାମ୍ନାରେ ବିଜେପିର ଦଳୀୟ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ରାଲି ମାଧ୍ୟମରେ ପଶ୍ଚିମବଙ୍ଗ ମତଦାତାଙ୍କ ସମର୍ଥନ ହାସଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ବିଜେପି। 

Also Read: #ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'

 

ବିଜେପି ଲାଗି ଏଥର ଉତ୍ତର ବଙ୍ଗଳା ସମେତ ଜଙ୍ଗଲ ମହଲ ଅଞ୍ଚଳ ବିଶେଷ ଗୁରୁତ୍ୱ ବହନ କରୁଛି। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ଅବସ୍ଥିତ ସମସ୍ତ ଲୋକସଭା ଆସନରେ ବାଜିମାତ କରିଥିଲା। ଗତ ନିର୍ବାଚନରେ ଦଳକୁ ମିଳିଥିବା ଏହି ସଫଳତାକୁ ଦୋହରାଇବା ଲାଗି  ପ୍ରୟାସ ଜାରି ରଖଛି ବିଜେପି।   

Also Read: PM Modi ଙ୍କ ଦୃଢୋକ୍ତି; 'ଖେଲା ନହିଁ ବିକାଶ ହୋବେ'

ଯଦି ଏଥର ନିର୍ବାଚନରେ ଦଳ ବାଜିମାତ କରେ ତାହେଲେ ପଶ୍ଚିମଙ୍ଗରେ କାର୍ଯ୍ୟକାରୀ ହେଉନଥିବା ସ୍ୱଚ୍ଛ ଭାରତ, ସ୍ମାର୍ଟ ସିଟି ମିଶନ, ଆୟୁଷ୍ମାନ ଭାରତ ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଯୋଜନାକୁ ଲାଗୁ କରିବ ବିଜେପି। ଅନ୍ୟପଟେ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ଦଳୀୟ କର୍ମକର୍ତ୍ତାଙ୍କ ଲାଗି ସ୍ୱତନ୍ତ୍ର ଘୋଷଣା କରିପାରେ ଦଳ।  

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

 

ପଶ୍ଚିମବଙ୍ଗ ଗସ୍ତ ସମୟରେ ଜଣେ କୃଷକଙ୍କ ଘରେ ଭୋଜନ କରିଥିଲେ ଗୃହମନ୍ତ୍ରୀ ଶାହ। ଏଥର କୃଷକଙ୍କ ଭୋଟ ହାତେଇବା ଲାଗି ସେମାନଙ୍କ ଉଦ୍ଦେଶ୍ୟରେ ଲୋଭନୀୟ ଘୋଷଣା କରିପାରେ ବିଜେପି। ମତୁଆ ସମାଜକୁ ନାଗରିକତା ଦେବା ଲାଗି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିପାରେ ଦଳ। ପଶ୍ଚିମବଙ୍ଗ ମାଟିରେ ବେଆଇନ ଭାବେ ବସବାସ କରୁଥିବା ପାକିସ୍ତାନୀ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବାହାର କରିବା ଲାଗି ଦଳୀୟ ନିର୍ବାଚନ ଘୋଷଣାପତ୍ରରେ ସ୍ଥାନ ଦେଇପାରେ ବିଜେପି। 

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

 

ପଶ୍ଚିମବଙ୍ଗରେ ବିଜୁଳି ବିଲ ହେଉଛି ଅନ୍ୟ ଏକ ମୁଖ୍ୟ ସମସ୍ୟା ହେଉଛି। ଏହାର ସମାଧାନ ଲାଗି ବିଜୁଳି ଦର ୪୦ ପ୍ରତିଶତ ଶସ୍ତା କରିବାକୁ ଘୋଷଣା କରିପାରେ ବିଜେପି। ଏହା ସହିତ ପ୍ରତ୍ୟେକ ଘରକୁ ଜଳ ଯୋଗାଣ କରିବାକୁ ଘୋଷଣାପତ୍ରରେ ଦଳ ସ୍ଥାନ ଦେଇପାରେ। ଏଥର ଟିଏମସି ଭଳି ପ୍ରତିଦ୍ୱନ୍ଦ୍ୱିକୁ ମାତ ଲାଗି ବିଜେପି ଧାର୍ମିକ ପରିବର୍ତ୍ତେ ସାମାଜିକ ଏବଂ ବିକାଶଗତ ପ୍ରସଙ୍ଗକୁ ଆୟୁଧ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ଦଳ। କାରଣ ଏହା ଦ୍ୱାରା ବିଜୟ ସମ୍ଭାବନା ଅଧିକ ରହିଛି।