Ajay Mishra Teni: 'ରାକେଶ ଟିକାଇଟ ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ, ଯିଏ ନିର୍ବାଚନରେ ଅମାନତ ହରାଇଛି'
Advertisement
Article Detail0/zeeodisha/odisha1315965

Ajay Mishra Teni: 'ରାକେଶ ଟିକାଇଟ ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ, ଯିଏ ନିର୍ବାଚନରେ ଅମାନତ ହରାଇଛି'

Union  Minister Ajay Mishra Teni: ସମର୍ଥକଙ୍କୁ ସମ୍ବୋଧିତ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି କହିଥିଲେ ଯେ ଗଣମାଧ୍ୟମ, ତଥାକଥିତ କୃଷକ, ଅଣ ଜାତୀୟବାଦୀ ରାଜନୈତିକ ଦଳ, କାନାଡା କିମ୍ବା ପାକିସ୍ତାନ ଭଳି ଦେଶରେ ବସିଥିବା ଆତଙ୍କବାଦୀ ମୁଁ କେବେ ଭାବି ନଥିଲି ଯେ ଆପଣ ମୋତେ ସେମାନଙ୍କ ଭଳି ଲୋକପ୍ରିୟ କରାଇଦେବେ। ଏହା ହେଉଛି ଆପଣଙ୍କ ଶକ୍ତି।

Ajay Mishra Teni: 'ରାକେଶ ଟିକାଇଟ ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ, ଯିଏ ନିର୍ବାଚନରେ ଅମାନତ ହରାଇଛି'

Ajay Mishra Teni targets Rakesh Tikait: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି କୃଷକ ନେତା ରାକେଶ ଟିକେତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ପୁଅ ଆଶିଷ ମିଶ୍ରା ଟେନି ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବାର ଅଭିଯୋଗ ହୋଇଥିଲା। ଭାଇରାଲ ହେଉଥିବା ଭିଡିଓରେ କେନ୍ଦ୍ରମନ୍ତ୍ରୀ କୃଷକ ନେତାଙ୍କୁ ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ ବୋଲି ବର୍ଣ୍ଣନା କରିଛନ୍ତି।  

ଉତ୍ତର ପ୍ରଦେଶ (Uttar Pradesh) ଖେରୀ ଲୋକସଭା ଆସନର ସାଂସଦ (Kheri Lok Sabha Constituency) ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (Union Home Minister for State) ଅଜୟ ମିଶ୍ରା ଟେନି (Ajay Mishra Teni) ନିଜ ନିର୍ବାଚନଣ୍ଡଳୀରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ, "ରାକେଶ ଟିକେତ ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ ଯିଏ ନିର୍ବାଚନରେ ଅମାନତ ହରାଇଛି। " ସମ୍ବୋଧନ କରିବା ବେଳେ ସେ ନିଜକୁ ଜଗତ ସହ ଲଢୁଥିବା ଲୋକ  ଯିଏ କେବେ ହାରେ ନାହିଁ ବୋଲି ବର୍ଣ୍ଣନା କରିଥିଲେ।

Also Read: UP Election 2022: RLD ପକ୍ଷରୁ ଲଗାାଯାଇଥିବା ପୋଷ୍ଟରକୁ ନେଇ ତାତି ଉଠିଲା BKU

ସମର୍ଥକଙ୍କୁ ସମ୍ବୋଧିତ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି କହିଥିଲେ ଯେ ଗଣମାଧ୍ୟମ, ତଥାକଥିତ କୃଷକ, ଅଣ ଜାତୀୟବାଦୀ ରାଜନୈତିକ ଦଳ, କାନାଡା କିମ୍ବା ପାକିସ୍ତାନ ଭଳି ଦେଶରେ ବସିଥିବା ଆତଙ୍କବାଦୀ ମୁଁ କେବେ ଭାବି ନଥିଲି ଯେ ଆପଣ ମୋତେ ସେମାନଙ୍କ ଭଳି ଲୋକପ୍ରିୟ କରାଇଦେବେ। ଏହା ହେଉଛି ଆପଣଙ୍କ ଶକ୍ତି। ଆପଣଙ୍କ କାରଣରୁ ଏହି ଲୋକେ ବୁଝି ପାରୁନାହାଁନ୍ତି ଯେ ସେମାନେ ମୋତେ କିପରି ପରାସ୍ତ କରିବେ। ହାତୀ ରାସ୍ତାରେ ଚାଲିଛି ହେଲେ କୁକୁର ଭୁକିବାରେ ଲାଗଛନ୍ତି। ସେ କହିଛନ୍ତି ଯେ ଧରାଯାଉ ମୁଁ  ଗାଡିରେ ଲକ୍ଷ୍ନୌ ଯାଉଛି ଏବଂ ଗାଡି ଦ୍ରୁତ ବେଗରେ ଚାଲିଛି ସେତେବେଳେ କୁକୁର ରାସ୍ତା କଡ଼ରେ ଛିଡା ହୋଇ ଭୁକିବେ କିମ୍ବା ଗାଡ଼ି ପଛରେ ଦୌଡ଼ିବେ। ଏହା ସେମାନଙ୍କର ପ୍ରକୃତି। ମୁଁ ସେ ବାବଦରେ କିଛି କହିବି ନାହିଁ। ଆମେ ସେପରି ଆଚରଣ କରୁନାହୁଁ। ଲକ୍ଷ୍ମୀପୁର ଖେରୀରେ (Lakhimpur Kheri District) ଘଟିଥିବା ଘଟଣାର ପର୍ଦ୍ଦାଫାଶ  ଏବଂ ମୁଁ ସମସ୍ତଙ୍କୁ ଏହାର ଉତ୍ତର ଦେବି। ଆପଣଙ୍କ ସମର୍ଥନ ହେତୁ ମୁଁ ବହୁତ ଆତ୍ମବିଶ୍ୱାସୀ ହୋଇପାରିଛି।

Also Read: BJP କୁ ହରାଇବେ Rakesh Tikait: Nandigram ଠାରେ କରିବେ ମହାପଞ୍ଚାୟତ

ଦୁନିଆରେ କେହି ଆପଣଙ୍କୁ ନିରାଶ କରିପାରିବେ ନାହିଁ। କୃଷକ ନେତା ରାକେଶ ଟିକେତ (Farmer Leader Rakesh Tikait) ଆସନ୍ତୁନା କାହିଁକି। ମୁଁ ତାଙ୍କୁ ବହୁତ ଭଲଭାବେ ଜାଣେ। ରାକେଶ ଟିକେତ ହେଉଛନ୍ତି ଦୁଇ ଟଙ୍କା ମୁଣ୍ଡ ଥିବା ଲୋକ ଯିଏ ନିର୍ବାଚନରେ ଅମାନତ ହରାଇଛି। ଯଦି ଏପରି ବ୍ୟକ୍ତି ମୋତେ ବିରୋଧ କରନ୍ତି ତାହେଲେ ମୁଁ ଏହାର ଜବାବ ଦେବି ନାହିଁ।ଯ ଯଦି ସେମାନେ ଏପରି ରାଜନୀତି କରନ୍ତି ତାହେଲେ ସେମାନଙ୍କୁ କରିବାକୁ ଦିଅନ୍ତୁ। ମୁଁ ମୋ ଜୀବନରେ କେବେ ଭୁଲ କରି ନାହିଁ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଏହି ବିବୃତ୍ତି ଷକ ନେତା ରାକେଶ ଟିକେତଙ୍କ ଲକ୍ଷ୍ମୀପୁର ଖେରୀରେ ୭୨ ଘଣ୍ଟିଆ କୃଷକ ଆନ୍ଦୋଳନ ଘୋଷଣା ହେବା ପରେ ଆସିଛି। ଉତ୍ତର ପ୍ରଦେଶ ଖେରୀ ଲୋକସଭା ଆସନର ସାଂସଦ ଅଜୟ ମିଶ୍ରା ଟେନିଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଛି। ପ୍ରବଳ ବିରୋଧ ସତ୍ତ୍ୱେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟା ଯାଇ ନାହିଁ।