Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ
Advertisement
Article Detail0/zeeodisha/odisha943698

Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

କେନ୍ଦ୍ରମନ୍ତ୍ରୀ ଆମେଠି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ପଡୋ଼ଶୀ ରାଏବରେଲି ଲୋକସଭା ଆସନରୁ ସାଂସଦ ଅଛନ୍ତି।

Congress ଅଧ୍ୟକ୍ଷାଙ୍କୁ ଚେକମେଟ; କେନ୍ଦ୍ରମନ୍ତ୍ରୀ Smruti Irani ହେଲେ DISHA ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେପି। ଏହିକ୍ରମରେ ଉତ୍ତର ପ୍ରଦେଶର ରାଏବରେଲି ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଅଧ୍ୟକ୍ଷ ଭାବେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମିଳିଛି ନିଯୁକ୍ତି।                

ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2020) ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ଆମେଠି ଲୋକସଭା ସାଂସଦ (Amethi Loksabha MP) ସ୍ମୃତି ଇରାନୀଙ୍କୁ (Union Minister Smruti Irani) ରାଏବରେଲି (Rae Bareli) ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି (District Development Coordination & Monitoring Committee) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।  

Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଆମେଠି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବେଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା (Congress Interm President) ସୋନିଆ ଗାନ୍ଧୀ (Sonia Gandhi) ପଡୋ଼ଶୀ ରାଏବରେଲି ଲୋକସଭା ଆସନରୁ (Rae Bareli Loksabha Seat) ସାଂସଦ ଅଛନ୍ତି।     

ନିୟମ ଅନୁସାରେ କୌଣସି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସାଂସଦକୁ ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥାଏ। ଏହି କ୍ରମରେ ରାଏବରେଲି ଲୋକସଭା ସାଂସଦ ନିଯୁକ୍ତି କରାଯିବା କଥା।  

Also Read: President Election ଲଢିବାକୁ ନେଇ ଏପରି କହିଲେ Sharad Pawar

ହେଲେ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଏବରେଲି ଜିଲ୍ଲାପାଳ (Rae Bareli Collector) ବୈଭବ ଶ୍ରୀବାସ୍ତବ (Vaibhav Srivastav) କହିଛନ୍ତି ଜିଲ୍ଲାର ସାଲୋନ ବ୍ଲକ ଆମେଠି ଲୋକସଭା ଆସନ ଅଧିନସ୍ଥ। ଗତ ୨୦୧୯ ବର୍ଷରୁ ଏହି ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଅଧ୍ୟକ୍ଷ ପଦ ଖାଲି ରହିଥିବା କହିଛନ୍ତି ରାଏବରେଲି ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ (Rae Bareli District Chief Development Officer) ଅଭିଷେକ ଗୋଏଲ (Abhishek Goel)। 

ଗତ ୨୦୧୬ ବର୍ଷରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଗଠନ କରିଥିଲେ କେନ୍ଦ୍ରରେ କ୍ଷମତାସୀନ ପିଏମ ମୋଦିଙ୍କ ନେତୃତ୍ୱାଧିନ ସରକାର। ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜିଲ୍ଲା ସ୍ତରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା। 

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ଜଣେ ସାଂସଦଙ୍କୁ ଦୁଇଟି ଜିଲ୍ଲାର ବିକାଶ କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିବା ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ। ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି  ଏହି ନିଷ୍ପତ୍ତି ନିଆଯାଇଥାଇ ପାରେ ବୋଲି କୁହାଯାଉଛି।ବର୍ତ୍ତମାନ ସୋନିଆ ଗାନ୍ଧୀ ଏହି କମିଟି ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ଆମେଠି ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଏହାର ସହ ଅଧ୍ୟକ୍ଷ ରହିଥିବା କେନ୍ଦ୍ର ସରକାରଙ୍କ ୱେବସାଇଟ ଦର୍ଶାଉଛି।   

 କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧିଷ୍ଟ ଭାବେ କୁହାଯାଇଛି ଯଦି କୌଣସି ଗୋଟିଏ ଜିଲ୍ଲାରୁ ଯଦି ଜଣେ ଲୋକସଭା ସାଂସଦ ପ୍ରତିନିଧିତ୍ୱ କରୁଥାନ୍ତି ତାହେଲେ ତାଙ୍କୁ ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ। 

ଅନ୍ୟପଟେ କୌଣସି ଜିଲ୍ଲାରୁ ଏକାଧିକ ସାଂସଦ ପ୍ରତିନିଧିତ୍ୱ କରୁଥାନ୍ତି କରୁଥାନ୍ତି ତାହେଲେ ସେ କ୍ଷେତ୍ରରେ ଜିଲ୍ଲାର ବରିଷ୍ଠ ସାଂସଦଙ୍କୁ ଉପରୋକ୍ତ କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯିବ। ଗତ ୨୦୦୪ ଲୋକସଭା ନିର୍ବାଚନରୁ ରାଏବରେଲି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ସୋନିଆ ଗାନ୍ଧୀ।

Also Read: ଦିଲ୍ଲୀ ସମ୍ଭାଳି ନପାରିଲେ ଆମକୁ ଦେଇ ଦିଅ: ମୁଖ୍ୟମନ୍ତ୍ରୀ ଖଟ୍ଟର

ଗତ ୨୦୦୪, ୨୦୦୯, ୨୦୧୪ ଲୋକସଭା ନିର୍ବାଚନରେ କ୍ରମାଗତ ଭାବେ ୩ ଥର ଆମେଠି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ ରାହୁଲ ଗାନ୍ଧୀ। ହେଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ (Loksabha Poll 2019) ଆମେଠି ଆସନରୁ ତାଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ସୃତି ଇରାନୀ।

ଯଦିଓ ଉତ୍ତର ପ୍ରଦେଶର ଆମେଠି ସଂସଦୀୟକ୍ଷେତ୍ରରୁ ରାହୁଲ ଗାନ୍ଧୀ ପରାସ୍ତ ହୋଇଥିଲେ ହେଲେ କେରଳର (Kerala) ୱାୟନାଡ ଲୋକସଭା ଆସନରୁ (Waynad Loksabha Seat) ବାଜିମାତ କରିଥିଲେ। 

Also Read: Viral Video: ଦଳୀୟ କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ କଂଗ୍ରେସ ମୁଖିଆ

ଏହି ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ପ୍ରତିନିଧିତ୍ୱ କରୁଥିବା  କଂଗ୍ରେସ ସଦସ୍ୟ ଦିନେଶ ପ୍ରତାପ ସିଂହ oN  ଛାଡି ବିଜେପି ହାତ ଧରିଥିଲେ। ଗତ ଲୋକସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ରାଏବରେଲି ଆସନରୁ ନିର୍ବାଚନ ଲଢି ସୋନିଆ ଗାନ୍ଧୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନ୍ୟପଟେ ତାଙ୍କ ଭାଇ ତଥା କଂଗ୍ରେସ ବିଧାୟକ ରାକେଶ ସିଂହ ଖୋଲାଖୋଲି ଭାବେ ବିଜେପି ସହ ଯୋଗାଯୋଗରେ ଅଛନ୍ତି।