Presidential Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ବିରୋଧି ବିଧାୟକଙ୍କୁ ନିବେଦନ କଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ
Advertisement

Presidential Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ବିରୋଧି ବିଧାୟକଙ୍କୁ ନିବେଦନ କଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

Presidential Election 2022: ବିଜେପି ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଏକ ପୁରୁଣା ବିବୃତ୍ତିକୁ ଦର୍ଶାଇ ସମାଜବାଦୀ ପାର୍ଟିକୁ ଘେରି ରହିଛି।

Presidential Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ବିରୋଧି ବିଧାୟକଙ୍କୁ ନିବେଦନ କଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ମତଦାନ। ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେବା ଲାଗି ରାଜ୍ୟର ବିରୋଧି ଦଳ ବିଧାୟକଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ଏନେଇ ସେ କହିଛନ୍ତି ବିରୋଧି ବିଧାୟକ ନିଜ ବିବେକ ସ୍ୱରରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରନ୍ତି। ସମାଜବାଦୀ ପାର୍ଟି ବିଧାୟକ ସେମାନଙ୍କ ବିବେକ କଥା ଶୁଣି ଭୋଟ୍ ଦେବେ। ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ବାବଦରେ ଯାହା କହିଥଲେ ତାହାକୁ ନେଇ ଦଳୀୟ ବିଧାୟକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବର୍ତ୍ତମାନ ସେମାନଙ୍କ ବିବେକ ଅନୁଯାୟୀ ଭୋଟ୍ ଦେବେ।

ବିଜେପି ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଏକ ପୁରୁଣା ବିବୃତ୍ତିକୁ ଦର୍ଶାଇ ସମାଜବାଦୀ ପାର୍ଟିକୁ (Samajwadi Party) ଘେରି ରହିଛି। ସମ୍ବାଦପତ୍ରର ଏକ ପୁରୁଣା ଫଟୋ ସେୟାର କରି ବିଜେପି ନେତା ସମାାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଠାରୁ ଏହାର ଜବାବ ମାଗିଛନ୍ତି। ଯଶୱନ୍ତ ସିହ୍ନାଙ୍କ (Yashwant Sinha) ବିବୃତ୍ତି ଏକ ସମ୍ବାଦପତ୍ରରେ  ପ୍ରକାଶିତ ହୋଇଛି ଯେଉଁଥିରେ ସେ ମୁଲାୟମ ସିଂହ ଯାଦବଙ୍କୁ (Mulayam Singh Yadav) ଆଇଏସଆଇ ଏଜେଣ୍ଟ ଭାବେ ଦର୍ଶାଇଛନ୍ତି।

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି ଅଖିଳେଶ ଯାଦବଙ୍କୁ ପଚାରିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଅଖିଲେଶ ଯାଦବ ଯେଉଁ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ହେଉଛନ୍ତି ସେ ତାଙ୍କ ବାପା ମୁଲାୟମ ସିଂହ ଯାଦବଙ୍କ ବାବଦରେ ଯାହା କହିଥିଲେ ତାହାକୁ କ'ଣ କହିବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ? ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ପୁନର୍ବାର ସମାଜବାଦୀ ପାର୍ଟି ବିଧାୟକଙ୍କୁ ବିବେକ ଅନୁଯାୟୀ ଭୋଟ୍ ଦେବାକୁ କହିଛନ୍ତି।

ସମାଜବାଦୀ ପାର୍ଟିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛି। ରାଜ୍ୟରେ ଦଳର ୬ ଜଣ ବିଧାୟକ ଅଛନ୍ତି। ଅନ୍ୟପଟେ ଅଖିଳେଶ ଯାଦବଙ୍କ ଚାଚା ତଥା ପ୍ରଗତିଶୀଳ  ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ସିଂହ ଯାଦବ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇ ସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଭୟ ଉପମୁଖ୍ୟମନ୍ତ୍ରୀଙ୍କୁ 'ପ୍ରଚାରକ' ବୋଲି କହିଛି ସମାଜବାଦୀ ପାର୍ଟି।  ଦେଶର ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କ ଦଳର ନେତାଙ୍କ ଅବଦାନ କ’ଣ ବୋଲି ସମାଜବାଦୀ ପାର୍ଟି ପ୍ରଶ୍ନ କରିଛି।

Also Read: Presidential Election 2022: କାହିଁକି ବିଜେପିକୁ ସମର୍ଥନ ଜଣାଇଲେ ଅବ୍ବାସ ଅନସାରୀ?

Also Read: Presidential Election 2022: 'ନିଜ ଅନ୍ତରାତ୍ମା କଥା ଶୁଣି ମୋତେ ଭୋଟ ଦିଅନ୍ତୁ'