ମାତ୍ର ୧ ଟଙ୍କାରେ ଘର ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ କିଏ ପାଇବେ ଏହାର ଲାଭ
Advertisement

ମାତ୍ର ୧ ଟଙ୍କାରେ ଘର ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ କିଏ ପାଇବେ ଏହାର ଲାଭ

ଗ୍ରୁପ୍ ସି ଏବଂ ଡି ବର୍ଗର କର୍ମଚାରୀଙ୍କୁ ରିହାତି ମୂଲ୍ୟରେ ଘର ଯୋଗାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ।

ମାତ୍ର ୧ ଟଙ୍କାରେ ଘର ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ କିଏ ପାଇବେ ଏହାର ଲାଭ

ନୂଆଦିଲ୍ଲୀ: ବାସହୀନ ଲୋକଙ୍କୁ ଘର ଯୋଗାଇବା ପାଇଁ ଦେଶରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ବିଭିନ୍ନ ଯୋଜନା। ଯାହାର ଲକ୍ଷ୍ୟ ହେଉଛି ଘର ନଥିବା ଲୋକଙ୍କୁ ଘର ଯୋଗାଇଦେବା। ବାସହୀନ ଲୋକଙ୍କୁ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା।

ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଗର ଲୋକଙ୍କ ଲାଗି ବିଭିନ୍ନ ପ୍ରକାର ନିର୍ବାଚନୀ ଇସ୍ତହାର ଘୋଷଣା କରିବାରେ ଲାଗିଛନ୍ତି ଉତ୍ତର ପ୍ରଦେଶ ସରକାର। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାରୀ କର୍ମଚାରୀ ଏବଂ ଆଇନଜୀବୀଙ୍କ ପାଳି ପଡି଼ଛି। ଏହି ନୂତନ ଯୋଜନା ଅଧିନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ଆଇନଜୀବୀଙ୍କୁ ସବସିଡି ପ୍ରଦାନ କରିବେ। ତାହା ପୁଣି କେବଳ ଗୋଟିଏ ଟଙ୍କାରେ।

ଉତ୍ତର ପ୍ରଦେଶ ସରକାର ଗ୍ରୁପ୍ ସି ଏବଂ ଡି ବର୍ଗର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ଓକିଲଙ୍କୁ ସବସିଡି ମାଧ୍ୟମରେ ଘର ଯୋଗାଇବାକୁ ଯାଉଛନ୍ତି। ଏହି ଘରର କ୍ରେତାଙ୍କ ଠାରୁ ଜମିର ନାମମାତ୍ର ମୂଲ୍ୟ ପାଇଁ କେବଳ ୧ ଟଙ୍କା ନିଆଯିବ।  ଏନେଇ ଆୟୋଜିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଯୋଜନାର ସ୍ୱରୂପ ପ୍ରସ୍ତୁତ କରାଯାଇଛି। ଉଚ୍ଚ ସ୍ତରରୁ ଅନୁମୋଦନ ପରେ ଏହି ପ୍ରସ୍ତାବ କ୍ୟାବିନେଟ ଦ୍ୱାରା ପାରିତ ହେବ। ଏହା ପରେ ଯାଇ ହଜାର ହଜାର କର୍ମଚାରୀ ଏହି ଯୋଜନାର ଲାଭ ପାଇପାରିବେ।

Also Read: UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

ଏକ ଟଙ୍କାରେ ମିଳିବାକୁ ଥିବା ଘରକୁ କେବଳ ଏହି ସର୍ତ୍ତରେ ଦିଆଯିବ ଯେ ଏହି ଘରର କ୍ରେତା ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ଏହାକୁ ବିକ୍ରୟ କରିପାରିବେ ନାହିଁ। ଗ୍ରୁପ୍ ସି ଏବଂ ଡି ବର୍ଗର କର୍ମଚାରୀଙ୍କୁ ରିହାତି ମୂଲ୍ୟରେ ଘର ଯୋଗାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ପସନ୍ଦ କରିପାରନ୍ତି।

Also Read: ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

ଆୟ କମ କାରଣରୁ ଏପରି ବର୍ଗର ଲୋକଙ୍କୁ ଘର ପାଇପାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡି଼ଥାଏ। ସେମାନଙ୍କୁ ରିହାତି ମୂଲ୍ୟରେ ଘର ଦେବା ଉପରେ ବିଚାର କରିବା ପରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। କେବଳ ଗୋଟିଏ ଟଙ୍କାରେ ଘର ଦେବାର ପ୍ରକ୍ରିୟା କ’ଣ ହେବ ଏବଂ ଏହାକୁ କିପରି ପ୍ରଦାନ କରାଯିବ ସେ ନେଇ ବିଚାର ବିମର୍ଶ କରାଯାଇଛି। ଏହି ଘର ଆବଣ୍ଟନ ପାଇଁ ଯୋଗ୍ୟତା ମାନଦଣ୍ଡ ପରେ ନିଷ୍ପତ୍ତି ନିଆଯିବ। ଏହା ସହିତ ସମ୍ପୃକ୍ତ ବିଭାଗ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ପଦକ୍ଷେପ ନେବ। ଏହାସହିତ ଗ୍ରୁପ୍ ସି ଏବଂ ଡି ବର୍ଗର କର୍ମଚାରୀଙ୍କ ପାଇଁ ଅଧିବକ୍ତା ଏବଂ କାର୍ମିକ ବିଭାଗକୁ ନୋଡାଲ୍ ଏଜେନ୍ସି କରାଯାଇଛି।