ପାୱାର ପଲିଟିକ୍ସ; କଂଗ୍ରେସ ଛାଡି ଶିବସେନାରେ ମିଶିଲେ ଅଭିନେତ୍ରୀ ଉର୍ମିଳା
Advertisement
Article Detail0/zeeodisha/odisha797210

ପାୱାର ପଲିଟିକ୍ସ; କଂଗ୍ରେସ ଛାଡି ଶିବସେନାରେ ମିଶିଲେ ଅଭିନେତ୍ରୀ ଉର୍ମିଳା

ଆଜି ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଉର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ଗଭର୍ଣ୍ଣର କୋଟାରେ ତାଙ୍କୁ ବିଧାନ ପରିଷଦକୁ ପଠାଇବା ପାଇଁ ଶିବସେନା ନିଷ୍ପତ୍ତି ନେଇଛି।

କଂଗ୍ରେସ ଛାଡି ଶିବସେନାରେ ମିସିଲେ ଅଭିନେତ୍ରୀ ଉର୍ମିଳା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜିନୀତିରେ ଆସିଛି ଟ୍ୱିଷ୍ଟ। କଂଗ୍ରେସରୁ ଇସ୍ତଫା ଦେଇଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଜି ଶିବସେନାରେ ସାମିଲ ହୋଇଛନ୍ତି। ବିଧାନ ପରିଷଦକୁ ମନୋନୟନ ହେବା ସୁନିଶ୍ଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶରଣ ପଶିଥିବା ଚର୍ଚ୍ଚା ହେଉଛି।

ଆଜି ଉଦ୍ଧବ ଠାକରେ (Uddhav Thackeray) ଙ୍କ ଉପସ୍ଥିତିରେ ଉର୍ମିଳା ମାତୋଣ୍ଡକର (Urmila Matondkar) ଶିବସେନାରେ ସାମିଲ ହୋଇଛନ୍ତି। ଗଭର୍ଣ୍ଣର କୋଟାରେ ତାଙ୍କୁ ବିଧାନ ପରିଷଦକୁ ପଠାଇବା ପାଇଁ ଶିବସେନା ନିଷ୍ପତ୍ତି ନେବା ପରେ ସେ ବିଧିବଦ୍ଧ ଭାବେ ମହା ବିକାଶ ଅଘାଡି ମେଣ୍ଟ ସରକାରରେ ମିଶିଛନ୍ତି। ମହାରାଷ୍ଟ୍ର (Maharastra) କଂଗ୍ରେସ ମନ୍ତ୍ରୀ ବିଜୟ ୱାଡେଟ୍ଟିୱାରଙ୍କ ପରାମର୍ଶ କ୍ରମେ ଉର୍ମିଳାଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଶିବସେନା (Shiv Sena) ମନୋନିତ କରିଥିବା କୁହାଯାଉଛି।

Also Read: ଶିବସେନା ପରେ ସହଯୋଗୀ ଏନସିପିର ବଡ଼ ଘୋଷଣା

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବେ ୪୬ ବର୍ଷୀୟା ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ମୁମ୍ବାଇ (Mumbai) ନର୍ଥରୁ ଦଳର ସାଂସଦ ପ୍ରାର୍ଥି ମଧ୍ୟ କରିଥିଲା। କିନ୍ତୁ ବିଜେପିର ଗୋପାଳ ସେଟ୍ଟିଙ୍କଠୁ ଏକ ବିଶାଳ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ। ଆଉ ଏହାର ୬ ମାସ ନପୁରୁଣୁ ଉର୍ମିଳା ଦଳରୁ ଇସ୍ତଫା ଦେଇଥିଲେ।

ତେବେ କଂଗ୍ରେସ ଛାଡିବାର ମୁଖ୍ୟ କାରଣ, ଆନ୍ତରୀକ ରାଜନୀତି ବୋଲି ଉର୍ମିଳା କୁହନ୍ତି। କଂଗ୍ରେସରେ ଦଳୀୟ କନ୍ଦଳ ପାଇଁ ମୁମ୍ବାଇର ବିକାଶରେ ବାଧା ଉପୁଜୁଛି। ତେଣୁ ସେହି ଦଳରେ ରହି କୌଣସି ଲାଭା ନାହିଁ ବୋଲି ଉର୍ମିଳା କିହିଥିଲେ। କିନ୍ତୁ ଏବେ ସେହି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଥିବା ଶିବସେନାରେ ସେ ସାମିଲ ହୋଇଛନ୍ତି। ଦିନେ ଯେଉଁ ଦଳକୁ ମୁହଁମୋଡି ଉର୍ମିଳା ଆସିଥିଲେ, ଆଜି ସେହି ଦଳ ସହ ତାଙ୍କୁ ମିଶି କାମ କରିବାକୁ ପଡିବ।