WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ
Advertisement
Article Detail0/zeeodisha/odisha890636

WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ

ସପ୍ତମ ପର୍ଯ୍ୟାୟରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୮୨ ଲକ୍ଷ ମତଦାତା।

WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୨୬ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାର ୩୪ ଆସନ ଲାଗି ହେଉଛି ମତଦାନ। ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ୫୫.୧୨ ପ୍ରତିଶତ ହୋଇଥିବା ଜଣାପଡିଛି।  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly 2021) ଲାଗି ଚାଲିଥିବା ସପ୍ତମ ପର୍ଯ୍ୟାୟରେ ଭୋଟଗ୍ରହଣରେ ସବୁଠୁ ଚର୍ଚ୍ଚିତ ଆସନ ଭାବେ ଉଭା ହୋଇଛି ଭବାନୀପୁର। ଯେଉଁଠୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। ଏଥର ଏହି ଆସନରୁ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଶୋଭନଦେବ ଚଟ୍ଟୋପାଧ୍ୟାୟ। ଅନ୍ୟପଟେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଅଭିନେତା ରୁଦ୍ରନୀଲ ଘୋଷ।   

Also Read: WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ

 

ଆସନ୍ତା ମେ ୧୬ ତାରିଖରେ ପଶ୍ଚିମବଙ୍ଗର ମୁ୍ର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ଜଙ୍ଗୀପୁର ଏବଂ ଶମଶେରଗଞ୍ଜ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏହି ୨ ସିଟ ଲାଗି ୨୨ ଅପ୍ରେଲ ସପ୍ତମ ପର୍ଯାୟରେ ହୋଇଥାନ୍ତ ମତଦାନ। ଏଥର ଶମଶେରଗଞ୍ଜ ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକ ଏବଂ ଜଙ୍ଗୀପୁର ସିଟରୁ କଂଗ୍ରେସ-ବାମପନ୍ଥୀଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମେଣ୍ଟର ପ୍ରାର୍ଥୀ ପ୍ରଦୀପ ନନ୍ଦୀଙ୍କ କୋରୋନା କାରଣରୁ ମୃତ୍ୟୁ ହେବାରୁ ଏହି ଆସନ ଦ୍ୱୟ ଲାଗି ଅନ୍ୟ ଏକ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। 

ସପ୍ତମ ପର୍ଯ୍ୟାୟରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୮୨ ଲକ୍ଷ ମତଦାତା। ଏହି ପର୍ଯ୍ୟାୟରେ ୩୬ ଆସନ ଲାଗି ହୋଇଥାନ୍ତା ମତଦାନ। ମାତ୍ର ଉପରୋକ୍ତ ୨ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ଏଠାରେ ଚଳିତ ବର୍ଷ ମେ ୧୬ ତାରିଖରେ ହେବାକୁ ଯାଉଛି ଭୋଟଗ୍ରହଣ। ମୋଟ ୧୧୩୭୬ ମତଦାନ କେନ୍ଦ୍ରରେ ଚାଲିଛି ଭୋଟଗ୍ରହଣ। 

Also Read: WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

 

ଆସନ୍ତା ୨୯ ତାରିଖ ଗୁରୁବାର ଅଷ୍ଟମ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ନିର୍ବାଚନ ଫଳାଫଳ ୨୦୨୧ ମେ ୨ ତାରିଖରେ ପ୍ରକାଶ ପାଇବ। ସପ୍ତମ ପର୍ଯ୍ୟାୟରେ କୋଲକାତା (Kolkatta), ଦକ୍ଷିଣ ଦିନାଜପୁର (Dakshin Dinajpur), ମାଲଦା (Malda), ମୁ୍ର୍ଶିଦାବାଦ (Murshidabad), ପଶ୍ଚିମ ବର୍ଦ୍ଧମାନ (Paschim Bardhaman) ଆଦି ଜିଲ୍ଲାର ୩୪ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ।   

ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଚଳିତ ଥର ୮ଟି ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଚଳିତ ବର୍ଷ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୪୩  ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ଅନ୍ୟପଟେ ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ୧୧୩୭୬ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଜାରି ରହିଛି। ଅନ୍ୟପଟେ ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। 

Also Read: Assembly Election 2021: ୪ର୍ଥ ପର୍ଯ୍ୟାୟ ମତଦାନରେ ରକ୍ତରଞ୍ଜିତ ପଶ୍ଚିମବଙ୍ଗ

 

ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯, ଷଷ୍ଠ ପର୍ଯ୍ୟାୟରେ ୭୯.୦୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।