West Bengal Poll Violence: EC-CAPF ପରେ BJP ବିରୁଦ୍ଧରେ ବର୍ଷିଲା TMC
Advertisement
Article Detail0/zeeodisha/odisha883422

West Bengal Poll Violence: EC-CAPF ପରେ BJP ବିରୁଦ୍ଧରେ ବର୍ଷିଲା TMC

ବିଧାନସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗର ଘଟୁଥିବା ନିର୍ବାଚନୀକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମସି।

West Bengal Poll Violence: EC-CAPF ପରେ BJP ବିରୁଦ୍ଧରେ ବର୍ଷିଲା TMC

କୋଲକାତା: ଶାନ୍ତିପୂର୍ଣ୍ଣ ଉପାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଅନୁଷ୍ଠିତ କରାଇବା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଭୋଟଗ୍ରହଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ରାଜ୍ୟରେ ମୁତୟନ ହୋଇଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ। ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସତ୍ତ୍ୱେ ବିଭିନ୍ନ ସମୟରେ ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାକୁ ସରଗରମ ପଶ୍ଚିମବଙ୍ଗ ରାଜନୀତି।  

ଗତ ଶନିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଚତୁର୍ଥ ପର୍ଯ୍ୟାୟରେ ଭୋଟଗ୍ରହଣ ଚାଲିଥିବା ବେଳେ ରାଜ୍ୟର କୁଚବିହାର ଜିଲ୍ଲାରେ ହିଂସାକାଣ୍ଡ (Cooch Behar Violence) ଘଟିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ-ସିଆଇଏସଏଫ (Central Industrial Security Force-CISF) ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୪ ଜଣ ଲୋକ ମୃତ୍ୟୁ ହୋଇଥିଲା। 

Also Read: WB Election 2021: ଆହୁରି ୭୧ କମ୍ପାନୀ CAPF ପଠାଇବ କେନ୍ଦ୍ର ଗୃହମନ୍ତ୍ରଣାଳୟ

ପ୍ରଥମେ ଏକ ଉତ୍ତ୍ୟକ୍ତ ଭିଡ ଭୋଟଗ୍ରହଣ ଚାଲିଥିବା ସମୟରେ ସିଆଇଏସଏଫ ଯବାନଙ୍କୁ ଘେରିନେବା ସେମାନଙ୍କ ରାଇଫଲ ଛଡାଇନେବାକୁ ଚେଷ୍ଟା କରିଥିଲେ। ଏହା ସହିତ ମତଦାନ କେନ୍ଦ୍ର ନିକଟରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ହିଂସାକାଣ୍ଡ ଭିଆଇବା ଭଳି କାର୍ଯ୍ୟ କରିଥିଲେ। ମତାଦାତାଙ୍କ ସୁରକ୍ଷା ଏବଂ ଆତ୍ମରକ୍ଷା କରିବାକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ନିୟୋଜିତ ହୋଇଥିବା ଏହି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-ସିଏପିଏଫ (Central Armed Police Force-CAPF) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 

Also Read: Cooch Behar Violence: CISF କୁ ମିଳିଲା EC ଙ୍କ Clean Chit

 

ଏ ଘଟଣା ପାଇଁ ପଶ୍ଚିମବଙ୍ଗ ରାଜନୀତିରେ ମୁଖ୍ୟ ଦଳ ଭାବେ ଉଭା ହୋଇଥିବା ବିଜେପି (BJP) ଶାସକ ଟିଏମସିକୁ (TMC) ଦାୟୀ କରିଥିଲା। ଏବେ ଏହି ଘଟଣାରେ ବିରୋଧି ଦଳକୁ ଜବାବ ଦେଇଛି ଶାସକ। କୁଚବିହାର ହିଂସାକାଣ୍ଡ ଘଟଣାରେ ବିଜେପି ନେତା ଦେଇଥିବା ବିବାଦୀୟ ବୟାନ ଦେଇଥିବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ (Election Commission) ନିକଟରେ ସୋମବାର ଆବେଦନ କରିଛି ଟିଏମସି।   

Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଏନେଇ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ ଅଫତାବଙ୍କୁ ଲେଖାଯାଇଥିବା ପତ୍ରରେ ଟିଏମସି ପକ୍ଷରୁ ଦର୍ଶାଯାଇଛି ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ସମେତ ତାଙ୍କ ଦଳର ଅନ୍ୟ ନେତା କୁଚବିହାର ଭଳି  ଘଟଣାରେ ଚେତାବନୀ ଦେଇ ହିଂସାକାଣ୍ଡ ଭିଆଇବାକୁ ଉସକାଇଥିଲେ। ଗତ ୧୧ ତାରିଖରେ ବାରାନଗର ଠାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଦିଲ୍ଲୀପ ଘୋଷ କହିଥିଲେ କୁଚବିହାର ଠାରେ ଯାହା ଘଟିଛି ତାହାକୁ ସମସ୍ତେ ଦେଖିଛନ୍ତି। ଯଦି କେହି ସୀମା ଲଂଘନ କରନ୍ତି ତାହାଲେ ଏଭଳି ଘଟଣାର ପୁନରାବୃତ୍ତି ଘଟିବ।  

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ

 

ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡାରେକ ଓ ବ୍ରାୟନଙ୍କ ହସ୍ତାକ୍ଷର ଥିବା ଏହି ପତ୍ରରେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ସମେତ ରାହୁଲ ସିହ୍ନା, ସୟନ୍ତନ ବସୁ, ଅର୍ଜୁନ ସିଂହ ଭଳି ନେତା ନିର୍ବାଚନ ସମୟରେ ଅନେକ ବିବାଦୀୟ ବୟାନବାଜି କରିଥିଲେ। ଝାଡଖଣ୍ଡ ଲାଙ୍ଗୁର ଠାରେ ଆହତ ହୋଇଥିବା ଜଣେ ସିଆଇଏସଏଫ ଯବାନଙ୍କ ଫଟୋକୁ କୁଚବିହାର ଘଟଣା ସହ ଯୋଡାଯାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଯାହାକୁ ଅନ୍ୟତମ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରିପୋଷ୍ଟ କରିଥିଲେ। ବିଜେପି ନେତାଙ୍କ ଏପରି କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଟିଏମସି।