Ghulam Nabi Azad: କଂଗ୍ରେସରୁ ଇସ୍ତଫା ଦେବା ପରେ କ’ଣ ହେବ ଗୁଲାମ ନବୀ ଆଜାଦଙ୍କ ପରବର୍ତ୍ତୀ ପଦକ୍ଷେପ? ଏଠାରେ ଜାଣନ୍ତୁ
Advertisement
Article Detail0/zeeodisha/odisha1320976

Ghulam Nabi Azad: କଂଗ୍ରେସରୁ ଇସ୍ତଫା ଦେବା ପରେ କ’ଣ ହେବ ଗୁଲାମ ନବୀ ଆଜାଦଙ୍କ ପରବର୍ତ୍ତୀ ପଦକ୍ଷେପ? ଏଠାରେ ଜାଣନ୍ତୁ

Ghulam Nabi Azad Resigns: ଗୁଲାମ ନବୀ ଆଜାଦ (Ghulam Nabi Azad) ଶୁକ୍ରବାର ଦିନ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ସମାଲୋଚନା କରି କଂଗ୍ରେସରୁ (Congress) ଇସ୍ତପା ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Ghulam Nabi Azad New Party: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ଶୁକ୍ରବାର ଦିନ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ (Sonia Gandhi)
ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାବେଳେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ (Rahul Gandhi) ସମାଲୋଚନା କରିଥିଲେ । ଏହି ସମୟରେ ଗୁଲାମ ନବୀ ଆଜାଦ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ନିଜ ନିର୍ବାଚନମଣ୍ଡଳୀରୁ ନିଜ ଦଳ ଆରମ୍ଭ କରିବାକୁ ଚାହୁଁଛନ୍ତି ।

କିଛି ଦିନ ପୂର୍ବରୁ ଗୁଲାମ ନବୀ ଆଜାଦ ମଧ୍ୟ ଜମ୍ମୁ କାଶ୍ମୀର କଂଗ୍ରେସ ଅଭିଯାନ କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର କଂଗ୍ରେସକୁ ବିଦାୟ ଦେବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ।

ଆଜାଦର ନିକଟ ସୂତ୍ରରୁ ପ୍ରକାଶ ଯେ ଜମ୍ମୁ କାଶ୍ମୀରରେ ନିର୍ବାଚନ ପୂର୍ବରୁ ସେ ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ସେ ଆଗ୍ରହୀ । ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଘାଟିର ଅନ୍ୟାନ୍ୟ କଂଗ୍ରେସ ନେତା ଦଳ ଛାଡିଛନ୍ତି । ପୂର୍ବତନ ବିଧାୟକ ଜିଏମ ସରୋରି, ହାଜି ଅବଦୁଲ ରସିଦ, ମୋହଦ ଅମିନ ଭଟ, ଗୁଲଜର ଅହମ୍ମଦ ୱାନି ଓ ଚୌଧୁରୀ ମୋହଦ ଆକ୍ରାମ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆରଏସ ଚିବ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଆଜାଦ କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ କାଶ୍ମୀରରେ ଦଳର ମୁଖିଆ ଥିଲେ । ସମଗ୍ର ବିରୋଧୀଙ୍କଠାରୁ ସମ୍ମାନ ପାଇଥିବା ଅଳ୍ପ କିଛି ନେତାଙ୍କ ମଧ୍ୟରୁ ସେ ଜଣେ । ଗତ ବର୍ଷ ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା ବିଦାୟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଥିଲେ । ପରେ ନବି ଆଜାଦ ଜମ୍ମୁରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ ଓ ଶୀର୍ଷ ପଦବୀରେ ରହିବା ପରେ ମଧ୍ୟ ସେ ନିଜ ମୂଳକୁ ଭୁଲି ନାହାଁନ୍ତି ବୋଲି କହିଥିଲେ ।

କହି ରଖୁଛୁ ଯେ ଗୁଲାମ ନବୀ ଆଜାଦ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଲମ୍ବା ଚିଠି ଲେଖି ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ଚିଠିରେ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରି ସେ କହିଛନ୍ତି ତାଙ୍କର ରାଜନୀତିରେ ପ୍ରବେଶ କରିବା ପରଠାରୁ କଂଗ୍ରେସର ସେହି ବ୍ୟବସ୍ଥା ସମାପ୍ତ ହୋଇଛି, ଯେଉଁଥିରେ ସମସ୍ତଙ୍କ ସହମତି ଓ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: GN Azad Quits Congress: ତାତି ଉଠିଲା କଂଗ୍ରେସ! ଗୁଲାମ ନବୀ ଆଜାଦଙ୍କ DNA ଓ ଚରିତ୍ର ଉପରେ ଉଠାଇଲା ପ୍ରଶ୍ନ