UP Assembly Election 2022 ପରେ କାହିଁକି ଭାଇରାଲ ହେଉଛି Baba Bulldozer?
Advertisement
Article Detail0/zeeodisha/odisha1122557

UP Assembly Election 2022 ପରେ କାହିଁକି ଭାଇରାଲ ହେଉଛି Baba Bulldozer?

ନିର୍ବାଚନ ପୂର୍ବରୁ ଯୋଗୀ ବାବା ନାମରେ ପରିଚିତ ଥିଲେ ସେ ଏବଂ ନିର୍ବାଚନ ସମୟରେ ତାଙ୍କ ନାମ ବୁଲଡୋଜର ବାବା ରଖାଯାଇଥିଲା।

UP Assembly Election 2022 ପରେ କାହିଁକି ଭାଇରାଲ ହେଉଛି  Baba Bulldozer?

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଆଉ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି ରାଜ୍ୟ ରାଜନୀତିର ବୁଲଡୋଜର ବାବା ପରିଚୟ ହାସଲ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ନିର୍ବାଚନ ପୂର୍ବରୁ ଯୋଗୀ ବାବା ନାମରେ ପରିଚିତ ଥିଲେ ସେ ଏବଂ ନିର୍ବାଚନ ସମୟରେ ତାଙ୍କ ନାମ ବୁଲଡୋଜର ବାବା ରଖାଯାଇଥିଲା। ଯଦିଓ ବିରୋଧୀ ତାଙ୍କୁ ଚିଲାମଧାରୀ ବାବା ବୋଲି ଆପେକ୍ଷ କରିବାକୁ ପଛେଇନଥିଲେ। ମାତ୍ର ବୁଲଡୋଜର କାରଣରୁ ୨୦୨୨ ବିଧାନସଭା ନିର୍ବାଚନରେ ଅନେକାଂଶରେ ଲାଭବାନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। କାରଣ ଏହି ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ସଭା ବେଳେ ଅନେକ ସମୟରେ ବୁଲଡୋଜର ଛିଡା଼ ହୋଇଥିବାର ଦେଖିବାକୁ ମିଳିଥିଲା।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ପ୍ରଚାର ହେଉ ଅଥବା ମାର୍ଚ୍ଚ ୧୦ ତାରିଖ ଗୁରୁବାର ଫଳାଫଳ ଘୋଷଣା ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପରିସରକୁ ଆସିଥିଲା ବୁଲଡୋଜର। ବର୍ତ୍ତମାନ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି ଆକର୍ଷଣ ଠାରୁ କମ୍ ହୋଇ ରହିନାହିଁ ବୁଲଡୋଜର। ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ରହିଥିବା ବୁଲଡୋଜର ଫଟୋ-ଭିଡି଼ଓ ସୋସିଆଲ ମିଡି଼ଆ ମାଧ୍ୟମରେ ବେଶ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।  

Also Read: 'ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ'

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ହାସଲ କରିଥିବା କରିଥିବା ବିଜୟକୁ କେହି କେହି "ପୁଣି ଫେରିଲା ବୁଲଡୋଜର" ବୋଲି କହିବାକୁ ପଛାଉନାହାଁନ୍ତି। ନିର୍ବାଚନ ସମୟରେ ରାଜ୍ୟ ରାଜନୀତିରେ ​ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା ବୁଲଡୋଜର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କ'ଣ ରହିଛି ଏହାର ସମ୍ପର୍କ ତାହାର କାରଣ ଏବେ ସାମ୍ନାକୁ ଆସିଛି। 

ଏହି ନିର୍ବାଚନ ସମୟରେ​ ​ବୁଲଡୋଜର ବିଜେପି ପାଇଁ ଏକ ପ୍ରଚାର ମାଧ୍ୟମ ପାଲଟି ଯାଇଥିଲା। ରାଜ୍ୟ ପାଇଁ ବୁଲଡୋଜର ଜରୁରୀ ବୋଲି ନିର୍ବାଚନ ନାରା ମଧ୍ୟ ଦିଆଯାଇଥିଲା। ବିଜେପି ପକ୍ଷରୁ ଚାଲିଥିବା ପ୍ରଚାର ଅଭିଯାନରେ ବୁଲଡୋଜର ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲା। ଏପରିକି "ବୁଲଡୋଜର ବାବା" ଭଳି ସ୍ଲୋଗାନ ମଧ୍ୟ ଦିଆଯିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ "ବୁଲଡୋଜର ବାବା" ମଧ୍ୟ କୁହାଯାଉଥିଲା। ନିର୍ବାଚନ ପ୍ରଚାରରେ ​​ବିଜେପି ପାଇଁ ବୁଲଡୋଜର ଏକ ଅଭିଯାନ ଭାବେ ବ୍ୟବହୃତ ହେବାରେ ଲାଗିଲା। ବୁଲଡୋଜର ଏପରି ଏକ ଜିନିଷ, ଯେଉଁଠାରେ ଏହା କାର୍ଯ୍ୟ କରେ ସେଠାରେ ଲୋକେ ଏହାକୁ ଦେଖିବା ଆରମ୍ଭ କରିଥାନ୍ତି। ନିର୍ବାଚନରେ ​​ମଧ୍ୟ ଯେତେବେଳେ ବୁଲଡୋଜର ପ୍ରବେଶ କରିଲା ସେତେବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଗତ ଫେବୃଆରୀ ୨୫ ତାରିଖରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ "ବୁଲଡୋଜର ବାବା" ବୋଲି କହିଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଏହା ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ବୁଲଡୋଜର ହେଉଛି ରାଜ୍ୟବାସୀଙ୍କ ପାଇଁ ବିକାଶର ପ୍ରତୀକ।

ଯୋଗୀଙ୍କ ବୁଲଡୋଜର ବର୍ତ୍ତମାନ ଏକ ବ୍ରାଣ୍ଡ ପାଲଟିଛି। ରାସ୍ତା ଏବଂ କୋଠା ନିର୍ମାଣ ପାଇଁ ବ୍ୟବହୃତ ହୋଇଥାଏ ବୁଲଡୋଜର। ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ଏହା ମଧ୍ୟ ବ୍ୟବହୃତ ହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ତାଙେ୍କର ପ୍ରତ୍ୟେକ ସାକ୍ଷାତକାର, ପ୍ରତ୍ୟେକ ସଭା ଏବଂ ନିର୍ବାଚନ ପ୍ରଚାର ବେଳେ ବୁଲଡୋଜର ବାବଦରେ ଆଲୋଚନା କରୁଥିଲେ। ତାଙ୍କର ନିକଟତମ ସହଯୋଗୀଙ୍କ କହିବା କଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୁଲଡୋଜର ବାବା ବୋଲି ଡାକିବା ପସନ୍ଦ ହୋଇଗଲାଣି।

Also Read: ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi

ଗତ ୨୦୧୭ ବିଧାନସଭା ନିର୍ବାଚନରେ ଯେତେବେଳେ ବିଜେପି ସରକାର ଗଠନ କରିଥିଲା ସେତେବେଳେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ। ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ସେ ଜମି ମାଫିଆ ବିରୋଧି ଏକଟାସ୍କ ଫୋର୍ସ ଗଠନ କରିଥିଲେ। ଯେଉଁ ଟାସ୍କ ଫୋର୍ସ ବେଆଇନ ଦଖଲ ହୋଇଥିବା ୬୪ ହଜାର ହେକ୍ଟର ଜମିକୁ ଜବରଦଖସଲ ମୁକ୍ତ କରିବା ସହ ୨୦୦୦ ବେଆଇନ ନିର୍ମାଣକୁ ଭାଙ୍ଗିଥିଲା। ଏହି କାର୍ଯ୍ୟରେ ଟାସ୍କଫୋର୍ସ ବୁଲଡୋଜର ବ୍ୟବହାର କରିଥିଲା।