'ମାଆ ରାଣ ମୋବାଇଲ ନଫେରାଇଲେ ବଡଦେଉଳକୁ ପଥର ମାରି ଭାଙ୍ଗିଦେବି'
Advertisement
Article Detail0/zeeodisha/odisha916481

'ମାଆ ରାଣ ମୋବାଇଲ ନଫେରାଇଲେ ବଡଦେଉଳକୁ ପଥର ମାରି ଭାଙ୍ଗିଦେବି'

ଇଏ ମନ୍ଦିର ଆଉ ସେଇଟା କ'ଣ ମଶାଣୀ ବୋଲି ପୋଲିସକୁ ପଚାରୁଥାଏ ପ୍ରଶ୍ନ। 

'ମାଆ ରାଣ ମୋବାଇଲ ନଫେରାଇଲେ ବଡଦେଉଳକୁ ପଥର ମାରି ଭାଙ୍ଗିଦେବି'

ପୁରୀ: ଲକ ଡାଉନ ବେଳେ ନିଜର ଉନ୍ମୁକ୍ତକାଣ୍ଡ ଦେଖାଇବାକୁ ପଛାଉନାହାଁନ୍ତି ମଦ୍ଯପ। ସଦ୍ୟ ଶ୍ରୀମନ୍ଦିର ଫାଣ୍ଡି ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ନିଜର କାରନାମା ଦେଖାଇବାକୁ ଯାଇ ପୋଲିସକୁ ନାଲି ଆଖି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଆଞ୍ଚଳର ମଦ୍ଯପ ଯୁବକ ଅଚ୍ଯୁତ ପାଣିଗ୍ରାହୀ। ତାଙ୍କ କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ।  

"ମାଆ ରାଣ ମୋବାଇଲ ନଫେରାଇଲେ ବଡଦେଉଳକୁ ପଥର ମାରି ଭାଙ୍ଗିଦେବି"। ଆଜ୍ଞା ହଁ ଏଭଳି ଢଙ୍ଗରେ ଗର୍ଜନ କରି ପୋଲିସକୁ ଚେତାବନୀ ଦେଉଥାନ୍ତି ଅଚ୍ଯୁତ ପାଣିଗ୍ରାହୀ ନାମକ ମଦ୍ଯପ ଯୁବକ। ଏଭଳି ଅରୁଚିକର ଶବ୍ଦ ଶୁଣି ଶୁଣି ଘାଇଲା ହୋଇଯାଇଥିଲା ପୋଲିସ। ଶେଷରେ ତାକୁ ସିଂହଦ୍ୱାର ଥାନା ପୋଲିସକୁ କରାଯାଇଥିଲା ହସ୍ତାନ୍ତର। ହେଲେ ନିଶା ଉତୁରିବା ପରେ କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ୧୦୦ ଟଙ୍କା ଜୋରିମାନା ଦେଇ ମୁକୁଳି ଥିଲେ ହାଲ୍ଲା ମଚାଇଥିବା ଏହି ମଦ୍ୟପ ଯୁବକ (Drunken Youngman)।   

Also Read: ଆଗକୁ ଜାରି ରହିବ 'Mission Mafia Drive'; ସାବାଡ ହେବେ Sand-Stone Mafia

ପୁରୀ (Puri) ବଳିଆପଣ୍ଡା (Baliapanda) ଅଞ୍ଚଳରେ ମଦ୍ଯପ ଯୁବକଙ୍କ ଭଉଣୀ ଘର। ସାବିତ୍ରୀ ଓଷା ଭାର ନେଇ ପୁରୀ ଆସିଥିଲା। ମଙ୍ଗଳବାର ଦ୍ୱିପ୍ରହର ସମୟ ପ୍ରାୟ ସାଢେ ଦୁଇଟା ହେବ। ଭଉଣୀ ପାଇଁ ମହାପ୍ରସାଦ (Maha Prasad) ନେବାକୁ ଭିଣୋଇ ସହିତ ଶ୍ରୀମନ୍ଦିର ଉତ୍ତରଦ୍ୱାର (Srimandir North Gate) ନିକଟକୁ ଆସିଥିଲା। ଜଣେ ସୁଆର ସେବକଙ୍କୁ ମହାପ୍ରସାଦ ପାଇଁ ଦେଇଥିଲା ୩ଶହ ଟଙ୍କା। 

Also Read: ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ

ହେଲେ ଦୀର୍ଘ ସମୟ ଧରି ତାକୁ ମିଳିନଥିଲା ମହାପ୍ରସାଦ। ଆଉ ଅପେକ୍ଷା ନକରି କେଉଁଠି ମଦ୍ଯପାନ କରି ଆସିଥିଲା ଉକ୍ତ ଯୁବକ। ଉତ୍ତରଦ୍ୱାର ନିକଟରେ ସମ୍ପୃକ୍ତ ସେବକଙ୍କୁ କରୁଥିଲା ଗାଳିଗୁଲଜ। ସେଠାରୁ ପୋଲିସ ସୁରକ୍ଷା କର୍ମୀ ତାକୁ ଫାଣ୍ଡିକୁ ନେଇ ଆସିଥିଲା। ଫାଣ୍ଡିରେ ତାର ନିଶା ଆହୁରି ମୁଣ୍ଡକୁ ଚଢିଗଲା। କୌଣସି ଖାକିବାଲାଙ୍କୁ ମଧ୍ୟ ଜବାବ ଦେବାରୁ ବାଦ ଦେଇନଥିଲା। ମୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଲୋକ। ମୁଖ୍ୟମନ୍ତ୍ରୀ ମଦ ଦୋକାନ ଖୋଲିଛନ୍ତି ଆଉ ମୁଁ ମଦ ପିଇଛି ବୋଲି ପୋଲିସକୁ ଦେଇଥିଲା ରୋକଠୋକ ଜବାବ। ମାଆ ରାଣ ମୋବାଇଲ ନଫେରାଇଲେ ଶ୍ରୀମନ୍ଦିରକୁ ପଥର ମାରି ଭାଙ୍ଗିଦେବ ବୋଲି ମଦ ନିଶାରେ ହୁଙ୍କାର ଛାଡିଥିଲେ ସେହି ମଦ୍ୟପ ଯୁବକ। ଇଏ ମନ୍ଦିର ଆଉ ସେଇଟା କ'ଣ ମଶାଣୀ ବୋଲି ପୋଲିସକୁ ପଚାରୁଥାଏ ପ୍ରଶ୍ନ। 

Also Read: ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

ଦୀର୍ଘ ସମୟ ଧରି ପୁଲିସ ସହ ବାକ୍ ଯୁଦ୍ଧ ପରେ ସିଂହଦ୍ୱାର ଥାନାକୁ (Singhadwar Police Station) ହସ୍ତାନ୍ତର କରାଯିବା ସହ ସମ୍ପୃକ୍ତ ମଦ୍ୟପ ବିରୁଦ୍ଧରେ କୋଭିଡ୍ ନିୟମ ଉଲଂଘନ (Covid Guidelines Violation) କରିବା ନେଇ ଅଭିଯୋଗ ଆଣିଥିଲା ପୋଲିସ।  ଆଉ ୧୦୦ ଟଙ୍କାର ଜୋରିମାନା ଦେଇ ଭଉଣୀ ଘରକୁ ଫେରିଲା ଉତ୍ପାତ ମଚାଇଥିବା ଯୁବକ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୧୦୦ ଟଙ୍କା ଜୋରିମାନା ନେଇ ଶାନ୍ତ ହୋଇଯାଇଥିଲା ସିଂହଦ୍ଵାର ପୁଲିସ (Singhadwar Police)।