ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ
Advertisement
Article Detail0/zeeodisha/odisha890743

ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

କୋରୋନା ମୁକାବିଲା ପାଇଁ ଆକ୍ସନମୁଡରେ ରହିଛି ପୁରୀ ପ୍ରଶାସନ।  

ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

ପୁରୀ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗିଛି କଟକଣା। ଏପ୍ରିଲ ୨୬ ତାରିଖ ସୋମବାର ଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଜାରି କରାଯାଇଛି ପ୍ରତିବନ୍ଧକ। ସେପଟେ ଶ୍ରୀମନ୍ଦିର ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ପତିତପାବନଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଭକ୍ତ।

ପରିବର୍ତ୍ତିତ ମାର୍ଗଦର୍ଶିକା (Guidelines) ଆଧାରରେ ଭକ୍ତଙ୍କ ଲାଗି ସୋମବାର ଠାରୁ ବନ୍ଦ ରହିଛି ଶ୍ରୀମନ୍ଦିର। କେବଳ ସେବକଙ୍କ ସହ ବିଭାଗୀୟ କର୍ମଚାରୀଙ୍କ ପ୍ରବେଶ ପାଇଁ ମିଳିଛି ଅନୁମତି। ସକାଳୁ ଶ୍ରଦ୍ଧାଳୁ  ଶ୍ରୀମନ୍ଦିର ବାହାରେ ଠିଆହୋଇ ପତିତପାବନଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି। ଅନ୍ୟପଟେ ସକାଳୁ ନୀତି ଶୃଙ୍ଖଳିତ କରିବା ସହ କିଭଳି ଭକ୍ତ ମହାପ୍ରସାଦ ପାଇ ପାଇବେ ସେନେଇ ବ୍ଯବସ୍ଥା କରାଯାଉଛି ବୋଲି କହିଛନ୍ତି ସେବାୟତ। 

Also Read: ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

 

ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଦର୍ଶନାର୍ଥୀଙ୍କ ପ୍ରବେଶ କଟକଣା ରହୁଥିବାରୁ ଏହି ସମୟ ମଧ୍ୟରେ ପ୍ରଶାସନ ପକ୍ଷରୁ କୋଭିଡ୍ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ସେବାୟତ। ସେପଟେ ଜିଲ୍ଲାରେ କୁମ୍ଭମେଳା ଫେରନ୍ତାଙ୍କ ସଂଖ୍ୟା ୧୨୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ୩୬ ଜଣ ସେବାୟତ ରହିଛନ୍ତି। ଅନ୍ୟପଟେ ଏହି କୁମ୍ଭମେଳା ଫେରନ୍ତାଙ୍କ ମଧ୍ୟରେ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଅନ୍ଯପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ପରୀକ୍ଷାରେ ୪୭ ଜଣ ସେବାୟତ କୋଭିଡ୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ଶ୍ରୀମନ୍ଦିର କର୍ମଚାରୀ ରହିଥିବା ପ୍ରଶାସନ ସୂଚନା ଦେଇଛି। ସେବାୟତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ନିଯୋଗ କିଭଳି ଟିକାଦାନ ପ୍ରକ୍ରିୟାରେ ସାମିଲ ହେବେ ସେନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି। 

Also Read: ଆଗାମୀ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ପ୍ରସ୍ତୁତ; ରାଜସ୍ୱ ବଢାଇବାକୁ ଲକ୍ଷ୍ୟ

 

ସେପଟେ ଏପ୍ରିଲ ୨୬ ତାରିଖ ସୁଦ୍ଧା କୋଭିଡ୍ ସଂକ୍ରମଣ ୨ ହଜାର ଟପିଥିବା ବେଳେ ସୋମବାର ସଂକ୍ରମିତଙ୍କ ସଂଖ୍ୟା ୧୯୫ ରହିଛି। ଏହା ସହ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରାଯାଇଛି। ଏହା ସହିତ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦିରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଜାରିହୋଇଛି କଟକଣା। 

Also Read: କୋହଳ ହେଲା ନିୟମ: ଆଜି ଗୋଟିଏ ଦିନରେ ୪୦ ହଜାର ଭକ୍ତ କଲେ ଜଗାକୁ ଦର୍ଶନ

 

ପୁରୀ ଗାନ୍ଧିପାର୍କ ସହିତ ଅନ୍ୟ ସମସ୍ତ ପାର୍କ ବନ୍ଦ ରହିବାକୁ ନେଇ କଟକଣା ଜାରି ହୋଇଛି। ସେପଟେ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ନିଷିଦ୍ଧ କରାଯାଇଥିବା ବେଳେ ମହୋଦଧିରେ ଅସ୍ଥି ବିସର୍ଜନ, ତୀର୍ଥ ପୁଷ୍କରିଣୀରେ ବାହାର ଲୋକଙ୍କ ପାଇଁ ଶୁଦ୍ଧିକ୍ରିୟା କାର୍ଯ୍ୟକୁ ବାରଣ କରାଯାଇଛି। ସେପଟେ କରୋନା ସଂକ୍ରମଣ ରୋକିବା ନେଇ ପୁରୀରେ ଥିବା ବିଭିନ୍ନ ପରିବା ମାର୍କେଟ ଉପରେ ଦିଆଯାଇଛି ଗରୁତ୍ୱ। ଗହଳି ନହେବା ପାଇଁ ହାଟକୁ ବ୍ଯବସ୍ଥିତ କରାଯାଇଛି। ସଂକେତ ଆଧାରରେ କିଣାବିକା କରିବାକୁ କ୍ରେତା-ବିକ୍ରେତା ଉଭୟଙ୍କୁ ଦିଆଯାଇଛି କଡା ନିର୍ଦ୍ଦେଶ।