ଏସଓପି କୋହଳ ହେବା ପରେ ବଢିଛି ଭକ୍ତଙ୍କ ସଂଖ୍ୟା। ଇତିମଧ୍ୟରେ ପ୍ରାୟ ଚାଳିଶି ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେପଟେ ଦର୍ଶନ ବ୍ଯବସ୍ଥାରେ ଆଉ କଣ ସୁଧାର ଆସିପାରିବ ସେନେଇ ଭକ୍ତଙ୍କ ଠାରୁ ନିଆଯାଉଛି ଫିଡବ୍ଯାକ୍।
Trending Photos
ସଞ୍ଜୟ କୁମାର ମହାପାତ୍ର, ପୁରୀ: ଆରମ୍ଭ ହେଲା କଟକଣାମୁକ୍ତ ଦର୍ଶନ। ନା ଅଛି କୋଭିଡ୍ ନେଗେଟିଭ ପ୍ରମାଣପତ୍ର ନା ଅଛି କିଓସ୍କ ବ୍ଯବସ୍ଥା। ନିର୍ଦ୍ୱନ୍ଦରେ ଭକ୍ତମାନେ ଧାଡିରେ ଯାଇ କରୁଛନ୍ତି କାଳିଆ ଦର୍ଶନ। ତିନି ଥାକିଆ ଦର୍ଶନ ବ୍ଯବସ୍ଥା ଅନୁସାରେ ସକାଳ ୬ଟାରୁ ପୁରୀବାସୀ ,ଦିବ୍ଯାଙ୍ଗ ଓ ବରିଷ୍ଠ ନାଗରିକ ମାନେ ସିଂହଦ୍ଵାର ଥାନା ସମ୍ମୁଖ ବ୍ଯାରିକେଡ ଦେଇ ଦର୍ଶନ କରୁଥିବା ବେଳେ ସକାଳ ୭ଟାରୁ ମାର୍କେଟଛକ ବ୍ଯାରିକେଡ ଦେଇ ବାହାର ଭକ୍ତ ଦର୍ଶନ କରୁଛନ୍ତି।
ଏସଓପି (Sop) କୋହଳ ହେବା ପରେ ବଢିଛି ଭକ୍ତଙ୍କ ସଂଖ୍ୟା। ଇତିମଧ୍ୟରେ ପ୍ରାୟ ଚାଳିଶି ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେପଟେ ଦର୍ଶନ ବ୍ଯବସ୍ଥାରେ ଆଉ କଣ ସୁଧାର ଆସିପାରିବ ସେନେଇ ଭକ୍ତ (Divotee) ଙ୍କ ଠାରୁ ନିଆଯାଉଛି ଫିଡବ୍ଯାକ୍ (Feed Back)। ଦିବ୍ଯାଙ୍ଗ ଓ ବରିଷ୍ଠ ନାଗରିକ (Senior Citizen) ଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଦର୍ଶନ ସୁବିଧା। ସେପଟେ ଆବଶ୍ୟକ ପଡିଲେ ବ୍ଯାରିକେଡ (Barricade) ବ୍ଯବସ୍ଥାକୁ କୋହଳ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ (Collector) ଓ ଏସପି (Sp) ।
ଶୃଙ୍ଖଳିତ ବ୍ଯବସ୍ଥା ଯୋଗୁଁ ଏବେ ସୁଦ୍ଧା ପ୍ରାୟ ଚାଳିଶି ହଜାର ଭକ୍ତ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟଜଳ ସହ ରହିଛି କୋଭିଡ୍ (Covid-19) ନେଇ ଅନେକ ଆନୁସଙ୍ଗିକ ବ୍ଯବସ୍ଥା। ଅନ୍ୟପଟେ ଦିବ୍ଯାଙ୍ଗ ଓ ବରିଷ୍ଠ ନାଗରିକ ମାନେ ସ୍ୱତନ୍ତ୍ର ଲାଇନରେ ଯାଇ ଦର୍ଶନ କରୁଛନ୍ତି। ଆବଶ୍ୟକ ସ୍ଥଳେ ଦିବ୍ଯାଙ୍ଗ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ (Sri mandira Administration) ପକ୍ଷରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରାଇବାର ବ୍ଯବସ୍ଥା କରାଯାଇଛି। ଏମିତିକି ଭକ୍ତମାନଙ୍କୁ ଏଲଇଡି (LED) ମାଧ୍ୟମରେ ଶ୍ରୀମନ୍ଦିର ନିତିକାନ୍ତି ସମ୍ପର୍କରେ ପ୍ରତିମୁହୂର୍ତ୍ତରେ ସୂଚନା ଦିଆଯାଉଛି।
Also Read: ପିପିଲିରେ ପ୍ରଦୀପଙ୍କ ପଲିଟିକାଲ୍ ଉତ୍ତରାଧିକାରୀ ପ୍ରତିଭା!
ଗହଳିକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ (Mahaprasad) ସେବନ ଉପରେ କଟକଣା କରାଯାଇଛି। ଆନନ୍ଦ ବଜାରରୁ (AnandaBazar) ମହାପ୍ରସାଦ ନେଇ ଘରେ କିମ୍ବା ଯେକୌଣସି ପବିତ୍ର ସ୍ଥାନରେ ସେବନ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆଜିଠାରୁ ମହାପ୍ରଭୁଙ୍କ ବଡସିଂହାର ବେଶ ଦର୍ଶନ ପାଇଁ ଏକ ଘଣ୍ଟା ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଉଛି। ତେବେ ଆଜି ଭଳି ଏକ ଦିବ୍ଯ ମୁହୂର୍ତ୍ତରେ ଦିବ୍ଯ ଦର୍ଶନ ଲାଭ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି ଭକ୍ତ।
ସେପଟେ ଦର୍ଶନ ବ୍ଯବସ୍ଥାରେ କୋଭିଡ୍ ନେଗେଟିଭ (Covid Negative) ପ୍ରମାଣପତ୍ର ବାଧ୍ଯତାମୂଳକ ନଥିବାରୁ ହୁ ହୁ ହୋଇ ବଢିଚାଲିଛି ଭକ୍ତଙ୍କ ସଂଖ୍ୟା । ପ୍ରାୟ ଚାଳିଶି ହଜାର ଭକ୍ତ ଦର୍ଶନ କରିଥିବାରୁ ସମଗ୍ର ଦର୍ଶନ ବ୍ଯବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ। ଦର୍ଶନ ବ୍ଯବସ୍ଥାକୁ ଆହୁରି କିଭଳି ସହଜ କରାଯାଇପାରିବ ସେନେଇ ସିଂହଦ୍ଵାର ଆଉ ଉତ୍ତରଦ୍ୱାରରେ ଭକ୍ତଙ୍କ ଠାରୁ ନିଆଯାଇଛି ଫିଡବ୍ଯାକ୍।
Also Read: ଅମାନିଆ ଗାଡି ଚାଳକଙ୍କ ନାଁରେ ଗଡୁଛି ୯ କୋଟି ଟଙ୍କାର ଜୋରିମାନା
ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଗହଳିକୁ ନଜରରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ତେବେ ଆବଶ୍ୟକ ପଡିଲେ ବ୍ଯାରିକେଡ (Barricade) ବ୍ଯବସ୍ଥାକୁ କୋହଳ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଓ ଏସପି।
ଆଜିଠାରୁ ଆରମ୍ଭ ହୋଇଥିବା ଦର୍ଶନ ବ୍ଯବସ୍ଥାରେ କରାଯାଇଛି ଅନେକ ପରିବର୍ତ୍ତନ। ବିନା କୋଭିଡ୍ ପ୍ରମାଣ ପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରି ପ୍ରଭୁଙ୍କ ସାନିଧ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ। ହେଲେ ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରୀନିଂ (Thermal screening) ଆଗାମୀ ଦିନରେ କିଭଳି ରୋକିପାରିବ ସଂକ୍ରମଣ (Infection) ତାହା ଉପରେ ରହିଛି ସମସ୍ତଙ୍କ ନଜର।
Edited: Zee Odisha Desk