ରାଜ୍ୟକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ପୁରୀ ଠାରେ ନିର୍ମିତ ହୋଇଥିବା ବିଧାନସଭା ଅତିଥି ଭବନ ଉଦଘାଟିତ ହେବା ପର ଠାରୁ ବ୍ଯବହାର ଅନୁଯୋଗୀ ହୋଇପଡିଛି। ବରଂ ଏହାକୁ ଏବେ କୋଭିଡ ନିୟନ୍ତ୍ରଣ କକ୍ଷ ଭାବେ ବ୍ଯବହାର କରୁଛି ପ୍ରଶାସନ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ବିଭିନ୍ନ ସମୟରେ ବିଭିନ୍ନ ସମୟରେ ପୁରୀ କୁ ଛୁଟିଥାଏ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଆଉ ବିଧାୟକଙ୍କ ସୁଅ। ସମସ୍ତେ ସ୍ୱତନ୍ତ୍ର ସର୍କିଟ ହାଉସ (Special Circuit House) କିମ୍ବା ଆଉ କେଉଁ ସରକାରୀ ଗେଷ୍ଟ ହାଉସ (Guest House) ଉପରେ ନିର୍ଭର କରିଥାନ୍ତି। ଏମିତିକି ସର୍କିଟ ହାଉସରେ କ୍ଯାବିନେଟ ବସିଥିବାର ନଜିର ମଧ୍ୟ ରହିଛି। ମାତ୍ର ପ୍ରଶ୍ନ ଉଠୁଛି ପୁରୀରେ ବିଧାନସଭା ଅତିଥି ଭବନ (Assembly Guest House) ରହିଥିଲେ ମଧ୍ୟ ତାକୁ ବ୍ଯବହାର କରାଯାଉନାହିଁ କାହିଁକି।
କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ନିର୍ମିତ ହୋଇଥିଲେ ମଧ୍ୟ ଏହା ଦୀର୍ଘ ୧୧ ବର୍ଷ ଧରି ବ୍ଯବହାର ଅନୁଯୋଗୀ ହୋଇପଡିଛି। ପୁନରୁଦ୍ଧାର ପାଇଁ ଚିନ୍ତା ନାହିଁ। ବରଂ ଏହାକୁ ଏବେ କୋଭିଡ ନିୟନ୍ତ୍ରଣ କକ୍ଷ (Covid19 Controll Room) ଭାବେ ବ୍ଯବହାର କରୁଛି ପ୍ରଶାସନ। ସେପଟେ ଏହାକୁ ନାପସନ୍ଦ କରିବା ସହ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ। ଏବେ କୋଭିଡ୍ ନିୟନ୍ତ୍ରଣ କକ୍ଷ ଭାବେ ବ୍ଯବହାର କରାଯାଉଛି ଆବଶ୍ୟକ ହେବେ ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
Also Read: ଅଠରନଳା ସହ ମୁଷା ନଦୀର ଫେରିବ ଚମକ
ଗତ ୨୦୦୯ ମାର୍ଚ୍ଚ ୨ ତାରିଖରେ ଉଦଘାଟିତ ହୋଇଥିଲା ପୁରୀରେ ନିର୍ମିତ ହୋଇଥିବା ବିଧାନସଭା ଅତିଥି ଭବନ। ତତ୍କାଳୀନ ବାଚସ୍ପତି କିଶୋର ମହାନ୍ତି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଧାନସଭା ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ଯୟ କରାଯାଇଥିଲା। ଏଥିରେ ରହିଥିଲା ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତିଙ୍କ ଲାଗି ସ୍ୱତନ୍ତ୍ର ପ୍ରକୋଷ୍ଠ। ମନ୍ତ୍ରୀ, ବିଧାୟକଙ୍କ ପାଇଁ ମଧ୍ୟ ଏକାଧିକ ପ୍ରକୋଷ୍ଠ ରହିଥିଲା। ଏହାର ପାଚେରୀ ପରିସରରେ ସ୍ୱତନ୍ତ୍ର ପାର୍କିଂ ସହ ରହିଥିଲା ଆକର୍ଷଣୀୟ ଗ୍ରୀନେରୀ (Greenery)।
ହେଲେ ଏହି ବିଧାନସଭା ଅତିଥି ଭବନ କାଳକ୍ରମେ ଅସ୍ଥିତ୍ୱ ହରାଇଛି। ଭାଙ୍ଗିରୁଜି ଯାଇଛି ଏହାର ଅନେକ ଅଂଶ। ଉଦଘାଟିତ ହେବା ପର ଠାରୁ ଥରୁ ଟିଏ ମଧ୍ୟ ଏହାକୁ ବ୍ଯବହାର କରିନାହାନ୍ତି ମୁଖ୍ୟମନ୍ତ୍ରୀ, ବାଚସ୍ପତି କିମ୍ବା ମନ୍ତ୍ରୀ ବିଧାୟକ। ସମସ୍ତେ ଆଡ୍ଡା ଜମାଉଛନ୍ତି ଏକମାତ୍ର ସର୍କିଟ ହାଉସରେ। ଏମିତିକି ବିଧାନସଭା ଅତିଥି ଭବନ ରହିଥିଲେ ମଧ୍ୟ ସ୍ୱତନ୍ତ୍ର ସର୍କିଟ ହାଉସରେ ପୂର୍ବରୁ ହୋଇଛି କ୍ଯାବିନେଟ ବୈଠକ। ସେପଟେ ଏହି ଅତିଥି ଭବନ ଏବେ ସାଜିଛି ସରକାରୀ କୋଭିଡ୍ ନିୟନ୍ତ୍ରଣ କକ୍ଷ। ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ (MLA Jayant Kumar Sarangi) । ଏହାର ପୁନରୁଦ୍ଧାର ପାଇଁ ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।
Also Read: କେବେ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ହେବ ଧାର୍ଯ୍ୟ
ସେପଟେ ବିଧାନସଭା ଅତିଥି ଭବନକୁ ପୁନରୁଦ୍ଧାର କରିବା ନେଇ ୧୧ ବର୍ଷ ଧରି ନା ପ୍ରଶାସନ ଆଗେଇ ଆସିଥିଲା ନା ପୁରୀ ପୌରପାଳିକା (Puri Municipality) ଆଉ ବିଧାନସଭା କର୍ତ୍ତୃପକ୍ଷ। ଏବେ ବିଧାନସଭା ଅତିଥି ଭବନକୁ କୋଭିଡ୍ ନିୟନ୍ତ୍ରଣ କକ୍ଷ ଭାବେ ବ୍ଯବହାର କରାଯାଉଛି। ପରିସରରେ ନାହିଁ ମନ୍ତ୍ରୀ କିମ୍ବା ବିଧାୟକଙ୍କ ଗାଡି ବରଂ ପାର୍କଂରେ ଦେଖିବାକୁ ମିଳିଛି କୋଭିଡ୍ ୟୁନିଟରେ ଲାଗିଥିବା ମାଳ ମାଳ ଗାଡି। ସେପଟେ ବିଧାନସଭା ଅତିଥି ଭବନକୁ କୋଭିଡ୍ ପରିଚାଳନା କକ୍ଷ ଭାବେ ବ୍ଯବହାର କରାଯାଉଛି। ଆବଶ୍ୟକ ହେଲେ ତାହାର ପୁନରୁଦ୍ଧାର କରାଯିବ ବୋଲି ସଫେଇ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।
Also Read: ବିବାଦ ପରେ ସୁଧୁରିଲା ପୁରୀ ପୋଲିସ; ବଦଳିଲେ ଥାନା IIC
ପ୍ରଶ୍ନ ଉଠୁଛି ଯଦି ଆବଶ୍ୟକତା ନଥିଲା ତାହେଲେ ରାଜ୍ଯ ରାଜକୋଷରୁ ବେଶ ମୋଟା ଅଙ୍କର ଅର୍ଥ ବିନିଯୋଗ କରି କାହିଁକି ନିର୍ମିତ ହୋଇଥିଲା ଏହି ବିଧାନସଭା ଅତିଥି ଭବନ। ଆଉ ପୁନର୍ବାର ଏହାକୁ ପୁନରୁଦ୍ଧାର କରାଯିବ ନା ବାଟ ଓଗାଳିବ କୋଭିଡ୍ ନିୟନ୍ତ୍ରଣ ବ୍ଯବସ୍ଥା ତାହା ଉପରେ ରହିଛି ନଜର।