ବିବାଦ ପରେ ସୁଧୁରିଲା ପୁରୀ ପୋଲିସ; ବଦଳିଲେ ଥାନା IIC
Advertisement

ବିବାଦ ପରେ ସୁଧୁରିଲା ପୁରୀ ପୋଲିସ; ବଦଳିଲେ ଥାନା IIC

ସେପଟେ ପୁଲିସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କରୁଛି ରଣନୀତି। ଲୋକଙ୍କୁ ମିଳିବ ନ୍ଯାୟ। ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ । 

ବିବାଦ ପରେ ସୁଧୁରିଲା ପୁରୀ ପୋଲିସ; ବଦଳିଲେ ଥାନା IIC

ସଞ୍ଜୟ ମହାପାତ୍ର, ପୁରୀ: ଜିଲ୍ଲାର ବାସେଳି ସାହୀ ଥାନା ହାଜତ ମୃତ୍ଯୁ ମାମଲା (Custodial Death) ଆସିବା ପର ଠାରୁ ପୁରୀ ପୁଲିସ (Puri Police) ଉପରୁ ଆସ୍ଥା ତୁଟାଇଥିଲେ ସ୍ଥାନୀୟ ବାସିନ୍ଦା। ପୁଲିସର ଅମାନବୀୟ କାର୍ଯ୍ଯକୁ ନେଇ ନିନ୍ଦା କରିଥିଲେ। ବିଭିନ୍ନ ସମୟରେ ତତ୍କାଳୀନ ଏସପିଙ୍କ ବଦଳି ଆଉ କେତେବେଳେ ସମ୍ପୃକ୍ତ ଆଇଆଇସିଙ୍କ ଗିରଫ ଦାବି ନେଇ ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ। ରାଜ୍ୟର ୨୨ ବିଜେପି ବିଧାୟକ (BJP MLA) ମଧ୍ୟ ୩୦୨ଦଫାରେ ତତ୍କାଳୀନ ଏସପିଙ୍କ ସହ ଆଇଆଇସିଙ୍କ ଗିରଫ ଦାବି କରିଥିଲେ। 

Also Read: ପୋଲିସ ମୁଖିଆଙ୍କ ଚୌକି ଫାଙ୍କା; କେମିତି ମିଳିବ ସୁରକ୍ଷା?

ବିଧାନସଭା ମଧ୍ୟ ଅଚଳ କରିଦେଇଥିଲେ ବିରୋଧି। ସରକାର ଚାପର ବଶବର୍ତ୍ତୀ ହୋଇ ଏସପି ଅଖିଳେଶ୍ୱର ସିଂଙ୍କୁ କଟକ ପୁଲିସ ମୁଖ୍ଯାଳୟକୁ ବଦଳି କରିବା ସହ ବାସେଳିସାହୀ ଥାନାର ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ତଥାପି ଥମିନଥିଲା ବାସେଳିସାହୀ ଆଇଆଇସିଙ୍କୁ ନେଇ ଚର୍ଚ୍ଚା। ବିଳମ୍ବ ହେଲେ ମଧ୍ୟ ଆଜି ବାସେଳିସାହୀ ଥାନା ଆଇଆଇସି ପଦରୁ ହଟିଲେ ଜୀବନାନନ୍ଦ ଜେନା। ଜିଲ୍ଲା ପୁଲିସ ମୁଖ୍ଯାଳୟକୁ ତାଙ୍କର ବଦଳି ହୋଇଛି। 

Also Read: ଓଡିଶା ପୋଲିସର ଅସଲ ମୁଖା ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ !

ହାଜତମୃତ୍ଯୁ ମାମଲାର ତଦନ୍ତ ଚାଲିଥିବା ସମୟରେ ଜୀବନାନନ୍ଦ ଜେନା ଆଇଆଇସି ଭାବେ ରହିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଦାବି ହେଉଥିଲା। ସେପଟେ ବାସେଳିସାହୀ ଥାନା ଅଧିକାରୀଙ୍କ ବଦଳି ସହିତ ଆଇଆଇସିଙ୍କ ମଧ୍ୟରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ପୁରୀ ଏସପି (Puri SP) କନୱର ବିଶାଳ ସିଂ । ହାଜତମୃତ୍ଯୁ ମାମଲାର ଚର୍ଚ୍ଚିତ ଚେହେରା ରହିଥିଲେ ଆଇଆଇସି ଜୀବନାନନ୍ଦ। ଏହି ଥାନାର ଆଇଆଇସି ଥିବା ଜୀବନାନନ୍ଦଙ୍କୁ ହଟାଇ ତାଙ୍କ  ସ୍ଥାନରେ ସଞ୍ଜୀବ ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି। ଏକ ସଙ୍ଗେ ୬ଜଣ ଅଧିକାରୀଙ୍କର ବଦଳି ନିର୍ଦ୍ଦେଶ ବାହାରିଛି। 

Also Read: ସୀମା ଟପିଲା ପୋଲିସର ବର୍ବରତା; ବାସେଳିସାହି ପରେ ପିପିଲି ଥାନାରେ ହାଜତ ନିର୍ଯାତନା

କୁମ୍ଭାରପଡା ଥାନାଧିକାରୀ କୁଳମଣି ସେଠୀ ବଳିଆପଣ୍ଡା ଥାନାକୁ ବଦଳି ହୋଇଥିବା ବେଳେ ବଳିଆପଣ୍ଡା ଥାନାଧିକାରୀ ଚିନ୍ମୟ ରାଉତ ସମୁଦ୍ରକୁଳ ଥାନାକୁ ବଦଳି ହୋଇଛନ୍ତି। ସେହିଭଳି ସମୁଦ୍ରକୁଳ ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ  କୁମ୍ଭାରପଡା ଥାନାକୁ ବଦଳି ହୋଇଥିବା ବେଳେ କୁମ୍ଭାରପଡା ଥାନା ଏସଆଇ ସମରେନ୍ଦ୍ର ପାଇକରାୟଙ୍କୁ ବଳଙ୍ଗାଥାନା ଓଆଇସି ଭାବେ ବଦଳି କରାଯାଇଛି। ହାଜତ ମୃତ୍ୟୁ ମାମଲା ପରେ ପୁଲିସ ପକ୍ଷରୁ ଏହି ଅଦଳବଦଳ କରାଯାଇଛି।।     

Als Read: ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି

 

ସେପଟେ ପୁଲିସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କରୁଛି ରଣନୀତି। ଲୋକଙ୍କୁ ମିଳିବ ନ୍ଯାୟ। ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ (Grievance Cell)। ସକାଳ ୧୦ଟାରୁ ଯେପର୍ଯ୍ୟନ୍ତ ଅଭିଯୋଗ ଆସୁଥିବ ସେ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଖୋଲା ରହିବ। ପର୍ଯ୍ଯଟକଙ୍କ ପାଇଁ ହେବ ସିଙ୍ଗଲ ୱିଣ୍ଡୋ ସିଷ୍ଟମ (Single Window System)। ଅପରାଧ ନିୟନ୍ତ୍ରଣ ପାଇଁ ଜିରୋ ଟଲୋରେନସ (Zero Tolerance) ଜାରି ରହିବ ବୋଲି କହିଛନ୍ତି ଏସପି ବିଶାଲ ସିଂ।