ଶ୍ରୀମନ୍ଦିର ଗର୍ଭଗୃହ ଓ ଶ୍ରୀଅଙ୍ଗ ପ୍ରତି ଏବେ ବିପଦ ସାଜିଛି ଏସି
Advertisement
Article Detail0/zeeodisha/odisha586607

ଶ୍ରୀମନ୍ଦିର ଗର୍ଭଗୃହ ଓ ଶ୍ରୀଅଙ୍ଗ ପ୍ରତି ଏବେ ବିପଦ ସାଜିଛି ଏସି

ଶ୍ରୀମନ୍ଦିର ଗର୍ଭଗୃହ ଓ ଶ୍ରୀଅଙ୍ଗ ପ୍ରତି ଏବେ ଏସି ବିପଦ। ଗର୍ଭଗୃହର କାନ୍ଥରେ ପଡୁଛି ସିଧାସଳଖ ପ୍ରଭାବ। ଶ୍ରୀ ବିଗ୍ରହଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ସେବାୟତ। ଏସି କାଢ଼ିବା ପାଇଁ ଦିଆଯାଇ ପାରେ ନିର୍ଦ୍ଦେଶ। 

ଶ୍ରୀମନ୍ଦିର ଗର୍ଭଗୃହ ଓ ଶ୍ରୀଅଙ୍ଗ ପ୍ରତି ଏବେ ବିପଦ ସାଜିଛି ଏସି

ପୁରୀ: ଫନି ପରେ ଶ୍ରୀମନ୍ଦିରରେ ଲଗାଯାଇଥିବା ଏସି ଏବେ ଗର୍ଭଗୃହ ଓ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ପ୍ରତି ସୃଷ୍ଟି କରୁଛି ବିପଦ। ଏଭଳି ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ଦଇତାପତି ସେବାୟତ। ଗର୍ଭଗୃହର କାନ୍ଥ ଝାଳେଇବା ସହ ଶ୍ରୀଅଙ୍ଗ , ଶ୍ରୀମୁଖ ସହ ଲାଗି କରାଯାଉଥିବା ଫୁଲ,ନାକଚଣା ଓ କର ପଲ୍ଲବ ଆଦି ଏସି ଯୋଗୁଁ ମଳିନ ପଡିଯାଉଛି। ସେପଟେ ଏସି ବନ୍ଦ କରାଗଲେ ତା ବିକଳ୍ପ ଭାବେ ବ୍ୟବସ୍ଥା କରିବା ଦରକାର , ନ ହେଲେ ସେବାୟତ ମାନେ ସେବାପୂଜା କରିପାରିବେ ନାହିଁ ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବାୟତ।  ଫନି ପରେ ପୁଣି ଥରେ ଏସି ଲଗାଯାଇଥିବାରୁ ତାହା ଏବେ ସମସ୍ୟା ପାଲଟୁଛି ବୋଲି ଅଭିଯୋଗ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ଗର୍ଭଗୃହ ଓ ଶ୍ରୀଅଙ୍ଗ ପ୍ରତି ଏବେ ବିପଦ ସାଜିଛି  ଶୀତତାପନିୟନ୍ତ୍ରଣ ବ୍ଯବସ୍ଥା ଅର୍ଥାତ ଏସି ଶ୍ରୀମନ୍ଦିର ଗର୍ଭଗୃହରେ ଏୟାର କଣ୍ଡିସନର ଲଗାଯିବା ଯୋଗୁଁ ତାହାର ସିଧାସଳଖ ପ୍ରଭାବ ପଡୁଛି ଗର୍ଭଗୃହର କାନ୍ଥରେ। ଯେହେତୁ ତାହା ପଥରର ସଂଯୋଗଗୁଡିକ ଚୂନ ଓ ଗୁଡରେ ହୋଇଛି ।  ତେଣୁ ଏସିର ପ୍ରଭାବରେ ତାହା ନଷ୍ଟ ହୋଇଯିବ।  ଖାଲି ସେତିକି ନୁହେଁ ସବୁଠୁ ଗୁରୁତ୍ୱପୁର୍ଣ ହେଲା ମହାପ୍ରଭୂଙ୍କ ଶ୍ରୀଅଙ୍ଗ ଓ ଶ୍ରୀମୁଖ ପ୍ରତି ମଧ୍ୟ ବିପଦ ରହିଛି।  ଯାହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ, ଏଏସଆଇ ମଧ୍ୟ ଏହାକୁ କାଢିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ। 

 ମହାପ୍ରଭୂଙ୍କ ଶ୍ରୀଅଙ୍ଗକୁ ନିର୍ମାଣ କରିବା ସହ ଅଣସର ସମୟରେ ଉପଚାର କରିବା କାର୍ଯ୍ୟ ହେଉଛି ଦଇତାପତି ସେବାୟତଙ୍କର। ତେଣୁ ଏସି ଲଗାଯିବା ଦ୍ୱାରା ଶ୍ରୀବୀଗ୍ରହଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ଗର୍ଭଗୃହ ଭିତର କାଠ ଉପରେ ଭକ୍ତଙ୍କ ସୁବିଧା ପାଇଁ ଲାଗିଥିବା ଏସି ତ୍ରୁଟିପୂର୍ଣ୍ଣ ଅବସ୍ଥିତି ଯୋଗୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ସେପଟେ ମହାପ୍ରଭୂଙ୍କ ଶ୍ରୀମୁଖ ସିଙ୍ଗାର କରୁଥିବା ଦତ୍ତ ମହାପାତ୍ର ସେବାୟତ ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଭିତରକାଠ ନିକଟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସେବାୟତଙ୍କ ନୀତିକାନ୍ତି ବେଳେ ଅସହ୍ୟ ଗରମରୁ ରକ୍ଷା ପାଇଁ ଲଗାଯାଉଥିଲା ଏସି ଓ ଏୟାର କଟର। ମାତ୍ର ଏବେ ଏସିକୁ ନେଇ ବିବାଦ ଦେଖାଦେଇଥିଲା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କି ପଦକ୍ଷେପ ନେଉଛି।