ଆବାସ ଯୋଜନାରୁ ବଞ୍ଚିତ ବେଳପଡା ଗ୍ରାମବାସୀ
Advertisement
Article Detail0/zeeodisha/odisha929700

ଆବାସ ଯୋଜନାରୁ ବଞ୍ଚିତ ବେଳପଡା ଗ୍ରାମବାସୀ

ଗରିବ ତଥା ଭୂମିହୀନ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର।

ଆବାସ ଯୋଜନାରୁ ବଞ୍ଚିତ ବେଳପଡା ଗ୍ରାମବାସୀ

ସମ୍ବଲପୁର: ବର୍ଷ ବର୍ଷ ଧରି ଦିନ ମଜୁରିଆ ଭାବେ କାମ କରି ଜୀବନ ବିତାଉଥିବା ଲୋକେ ଜମି ପଟ୍ଟା ନଥିବାରୁ ସରକାରୀ ଯୋଜନାରେ ଘର ତିଆରି କରିବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭଲ ଘର ନଥିବାରୁ ଝାଟିମାଟି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଲିଛି ଏଭଳି ଘଟଣା। ଜମି ପଟ୍ଟା ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ସରକାର ଗରିବ (Poor People) ତଥା ଭୂମିହୀନ ଲୋକଙ୍କୁ (Landless People) ସରକାରୀ ଯୋଜନାରେ ସାମିଲ କରି ଘର ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ (Pradhan Mantri Awas Yojana) ସହ ବିଜୁ ପକ୍କାଘର (Biju Pakka Ghar Yojna) ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ହେଲେ ଏହି ସବୁ ଯୋଜନା ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁର ମହାନଗର ନିଗମ-ଏସଏମସି (Sambalpur Municipal Corporation-SMC) ଅଧିନସ୍ଥ ପକ୍ଷର ବେଲପଡା ଠାରେ ରହୁଥିବା ଭୂମିହୀନ ପରିବାରର ଲୋକ (Belpada Landless People)। 

Also Read: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ବଲପୁରୀ ଡିଜାଇନ

ଏସଏମସି ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ଭୋଇପାଲି (Bhoipali) ଅଞ୍ଚଳରେ ରହିଛି ବେଳପଡା। ଏଠାରେ ୩୦ରୁ ଅଧିକ ଆଦିବାସୀ (Tribal Family) ଏବଂ ଦଳିତ ପରିବାର (Dalit Family) ନିଜ ଭାଗ୍ୟକୁ ଆଦରି ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି। ସେମାନେ ପୁର୍ବରୁ ମାନେଶ୍ୱର ପଞ୍ଚାୟତ ଅଧିନରେ ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ମହାନଗର ନିଗମରେ ସାମିଲ ହୋଇଥିଲେ। ସାମିଲ ହେବାପରେ ସେମାନଙ୍କ ପରିସ୍ଥିତିରେ କୌଣସି ସୁଧାର ଆସିନାହି। ସବୁଠାରୁ ବିଡମ୍ବନାର ବିଷୟ ଯେ ଏହି ସବୁ ଭୁମିହୀନ ଆଦିବାସୀ, ହରିଜନ ବର୍ଗର ହେବା ସତ୍ତ୍ୱେ ସେମାନେ ଆବାସ ଯୋଜନାର ଲାଭ ପାଇବାରୁ ବାଦ ପଡିଛନ୍ତି। 

ଆଜି ମଧ୍ୟ ଭୋଇପାଲି ଗ୍ରାମ ବେଳପଡା ଅଞ୍ଚଳର ଏହି ମଜୁରିଆ ଲୋକେ ପକ୍କା ଘର କରି ନପାରି ଝାଟିମାଟି ଘରେ ଦିନ ବିତାଉଛନ୍ତି। ବେଳପଡା ଭୂମିହୀନ ଗ୍ରାମବାସୀ ବର୍ଷ ବର୍ଷ ଧରି ନିଜ ରହୁଥିବା ଅଞ୍ଚଳରେ ଜମିର ପଟ୍ଟା ଦେବା ପାଇଁ ଜିଲ୍ଲାପାଳ , ତହସିଲଦାର, ଏସଏମସି କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇ ନିରାଶ ହୋଇଛନ୍ତି। ସରକାର ଗରିବ ଦିନ ମଜୁରିଆଙ୍କ ପାଇଁ ମାଳ ମାଳ ଯୋଜନା କରିବା ସହ ଭୂମିହୀନଙ୍କୁ ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏହି ସବୁ ସରକାରୀ ଯୋଜନାର ଲାଭ ସେହି ଦିନ ମଜୁରିଆ ପରିବାର ପାଇଁ ଅପହଞ୍ଚ ହୋଇପଡିଛି। 

Also Read: ପିଏମ କିଷାନ ଓ କାଳିଆ ମିଶ୍ରଣ ପରେ ଏବେ ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା!

ସମ୍ବଲପୁର ଜିଲ୍ଲା ପ୍ରଶାସନ (Sambalpur District Administration) ବେଳପଡାର  ଭୁମିହୀନ ଲୋକଙ୍କ ଦୁଃଖ ଦୁର କରିବା ସହ ସେମାନଙ୍କ କିପରି ଆବାସ ଯୋଜନାରେ  ଘର କରିପାରିବୱେ ସେନେଇ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।