spiritual tips : ବୁଧବାର କିଣନ୍ତୁ ନାହିଁ ଏହି ଜିନିଷ : ଜୀବନରେ ଦେଖାଦେଇଥାଏ ଆର୍ଥିକ ସଂକଟ
Advertisement
Article Detail0/zeeodisha/odisha2350869

spiritual tips : ବୁଧବାର କିଣନ୍ତୁ ନାହିଁ ଏହି ଜିନିଷ : ଜୀବନରେ ଦେଖାଦେଇଥାଏ ଆର୍ଥିକ ସଂକଟ

Strategies for Pleasing Ganesha Every Wednesday : ବୁଧବାର ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କୁ ସମର୍ପିତ । ଏହିଦିନ ଗଣେଶଙ୍କୁ ପୂଜା କଜେ ଜାତକରେ ବୁଦ୍ଧ ଗ୍ରହର କୋପ ବି ହ୍ରାସ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ଅନେକ ଜିନିଷ ରହିଛି ଯାହା ବୁଧବାର ଦିନ କ୍ରୟ କରିବା ଉଚିତ ନୁହେଁ ।

Ganesha

Wednesday is devoted to worshipping Ganesh: ହିନ୍ଦୁ ଧର୍ମରେ ସପ୍ତାହର ୭ଟି ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ । ବୁଧବାର ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କୁ ସମର୍ପିତ । ଏହି ଦିନ ଶ୍ରୀ ଗଣେଶଙ୍କୁ ପୁରା ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କଲେ ଜୀବନରେ ଦେଖାଯାଉଥିବା ସମସ୍ତ ସଂକଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ସହ ବ୍ୟକ୍ତିର ଜାତକରେ ବୁଦ୍ଧ ଗ୍ରହର କୋପ ବି ହ୍ରାସ ହୋଇଥାଏ । ବୁଦ୍ଧ ଦେବଙ୍କୁ ବାଣୀ, ଧନ, ବ୍ୟାପାର ଏବଂ ବୁଦ୍ଧିର କାରକ ଭାବେ ବିବେଚିତ କରାଯାଇଛି ।

 ଜାତକରେ ବୁଦ୍ଧ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ଜୀବନର ସୁଖ ଶାନ୍ତି ଦୂରେଇ ଥାଏ ।ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ଅନେକ ଜିନିଷ ରହିଛି ଯାହା ବୁଧବାର ଦିନ କ୍ରୟ କରିବା ଉଚିତ ନୁହେଁ । ଏହି ସବୁ ଜିନିଷ କିଣି ଘରକୁ ଆଣିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଆର୍ଥିକ ସଂକଟ ସହ ଅଶୁଭ ପରିଣାମ ଭୋଗିବାକୁ ପଡ଼ିପାରେ । ଏହା ବ୍ୟତୀତ ଆତ୍ମବିଶ୍ୱାସରେ ମଧ୍ୟ ହ୍ରାସ ପାଇପାରେ ।

୧. କ୍ଷୀର ଜାତୀୟ ଜିନିଷ ଯେପରି ଦହି, ଲହୁଣୀ, ରାବିଡ଼ି, କ୍ଷୀର ଇତ୍ୟାଦି କିଣନ୍ତୁ ନାହିଁ । ଏହା ବ୍ୟତୀତ ଘରେ କ୍ଷୀର ସମ୍ବନ୍ଧୀୟ କୌଣସି ଜିନିଷ ପ୍ରସ୍ତୁତ କରନ୍ତୁ ନାହିଁ । ଲୁଣ ଜାତୀୟ ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ ।

୨. କୌଣସି ବ୍ୟକ୍ତିଙ୍କୁ ଋଣ ଦିଅନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

୩. ବୁଧବାର ଦିନ ପାନ କିଣନ୍ତୁ ନାହିଁ କିମ୍ବା ଖାଆନ୍ତୁ ନାହିଁ । ଏହା ଦ୍ୱାରା ଜୀବନରେ ଆର୍ଥିକ ସଂକଟ ଦେଖାଦେଇପାରେ ।
୪. ରୋଷେଇ ଘର ସହ ଜଡ଼ିତ ଜିନିଷ କିଣନ୍ତୁ ନାହିଁ ଯେପରି ମୁଗ ଡାଲି, ଧନିଆ ପତ୍ର, ପାଳଙ୍ଗ, ସୋରିଷ ସାଗ, ପିଜୁଳି ଏବଂ ଅମୃତ ଭଣ୍ଡା ଇତ୍ୟାଦି ।

୫. ଧ୍ୟାନ ରଖନ୍ତୁ ବିଶେଷ କରି ବୁଧବାର ଦିନ ସବୁଜ ରଂଗର କୌଣସି ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ବୁଦ୍ଧ ଗ୍ରହ ସ୍ଥିତି ଦୁର୍ବଳ ହୋଇଥାଏ । ଜୋତା, ଚପଲ, ପାନିଆ, ସାବୁନ, ହାଇ ହିଲ୍, ବସ୍ତ୍ର କିଣିବା ଠାରୁ ଦୂରେଇ ରୁହନ୍ତୁ ।