History of Ansar's house : ସ୍ନାନପୂର୍ଣ୍ଣିମା ପରେ ଅଣସର ଘରେ କାହିଁକି ରୁହନ୍ତି ଶ୍ରୀଜଗନ୍ନାଥ, ଜାଣନ୍ତୁ
Advertisement
Article Detail0/zeeodisha/odisha2304917

History of Ansar's house : ସ୍ନାନପୂର୍ଣ୍ଣିମା ପରେ ଅଣସର ଘରେ କାହିଁକି ରୁହନ୍ତି ଶ୍ରୀଜଗନ୍ନାଥ, ଜାଣନ୍ତୁ

Anasara ritual : ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରିବା ପରେ  ମହାପ୍ରଭୁ  ଜ୍ୱରରେ ପଡିଥାନ୍ତି। ଅସୁସ୍ଥତା କାରଣରୁ ଅଣସର ବାସରେ ଶ୍ରୀଜିଉଙ୍କୁ ରଖାଯାଇଥାଏ ।

ritual of the ancient Hindu temple

Ritual of the ancient Hindu temple : ସ୍ନାନମଣ୍ଡପରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଅସୁସ୍ଥ ଚତୁର୍ଦ୍ଧାମୁର୍ତ୍ତିଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଉଛନ୍ତି। ସେଥିଲାଗି ଶନିବାର ବିଳମ୍ବିତ ରାତିରେ ପଟିଦିଅଁଙ୍କ ସହ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ପ୍ରଭୁ ନୁହଁନ୍ତି, ସେ ସମଗ୍ର ବିଶ୍ୱର ଦେବତା ଅଟନ୍ତିା ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ କରାଯାଏ । ସବୁ ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧ।ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ଅନ୍ୟତମ । ସେଥିରେ ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ମିଳିଥାଏ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ  ରଥଯାତ୍ରାର ୧୫ ଦିନ ପୂର୍ବରୁ ଏହି ସ୍ନାନ ନୀତି ପାଳନ କରାଯାଏ ।

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁଙ୍କୁ  ଜ୍ୱର ହୋଇଥାଏା ଅସୁସ୍ଥତା କାରଣରୁ ଅଣସର ବାସରେ ଶ୍ରୀଜିଉଙ୍କୁ ରଖାଯାଇଥାଏ । ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ଵରୀ ପୂଜା ପାଇଥାନ୍ତି । ସେହିପରି ଏହିବର୍ଷ ୧୫ ଦିନ ବଦଳରେ ଶ୍ରୀଜିଉଙ୍କ ଅଣସର ନୀତି ୧୩ ଦିନ ଧରି ଚାଲିବ ବୋଲି ଜଣାପଡିଛି । 

  ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠରେ ଜୟ-ବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥାଏ । ଏହି ପାଣ୍ଡିରେ ବୈଦ୍ୟଙ୍କ ପରାମର୍ଶକ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଥାଏ । 
ମହାପ୍ରଭୁଙ୍କ ବଦଳରେ ପଟି ଦିଅଁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବ । ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ, ଚକଟା ଭୋଗ ଆଦି ଲାଗି ହେବା ସହ ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତସେବା କରାଯିବ।ଶ୍ରୀଜିଉଙ୍କ ଭୋଗ ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥାନ୍ତି । ଏହି ଭୋଗ ଅଣସର ଘରୁ ବାହାରକୁ ନଆସିବାର ବିଧି ମଧ୍ୟ ରହିଛି ।