ଆକାଶ ଚୋପ୍ରା ଚୟନ କଲେ ଟି-୨୦ ବିଶ୍ୱକପ ଟିମ୍; ପାଣ୍ଡ୍ୟା ଅଧିନାୟକ, ରୋହିତ ଓ ବିରାଟଙ୍କୁ କଲେ ଆଉଟ୍
Advertisement

ଆକାଶ ଚୋପ୍ରା ଚୟନ କଲେ ଟି-୨୦ ବିଶ୍ୱକପ ଟିମ୍; ପାଣ୍ଡ୍ୟା ଅଧିନାୟକ, ରୋହିତ ଓ ବିରାଟଙ୍କୁ କଲେ ଆଉଟ୍

Cricket News: ନିକଟରେ ଶେଷ ହୋଇଥିବା ଆଇପିଏଲ୍-୨୦୨୨ ରେ ଖେଳାଳିଙ୍କ ପ୍ରଦର୍ଶନ ଅନୁଯାୟୀ ଆକାଶ ଚୋପ୍ରା ଏହି ଦଳକୁ ଚୟନ କରିଛନ୍ତି । ଆକାଶ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳର ଅଧିନାୟକ କରିଛନ୍ତି । ପାଣ୍ଡ୍ୟାଙ୍କ ଦଳ ଗୁଜୁରାଟ ଟାଇଟାନ୍ସ ଏହାର ପ୍ରଥମ ବର୍ଷରେ ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହୋଇଥିଲା ।

 (ଫାଇଲ ଫଟୋ)

ନୂଆଦିଲ୍ଲୀ: ଗତ ଟି-୨୦ ବିଶ୍ୱକପ (T20 World Cup) ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଏକ ଦୁଃସ୍ବପ୍ନ ଭଳି ଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ପାଇପାରି ନ ଥିଲା । ଭାରତୀୟ ଦଳ ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲ୍ୟାଣ୍ଡରୁ ପରାଜୟ ବରଣ କରିଥିଲା । ଏଥର ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି  ପ୍ରଶଂସକମାନେ ଆଶା ରଖିଛନ୍ତି । ଏଥର ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ।

ଆକାଶ ଚୋପ୍ରାଙ୍କ ବିଶ୍ୱକପ୍ ଟିମ୍
ପୂର୍ବତନ ଭାରତୀୟ କ୍ରିକେଟର ତଥା ପ୍ରସିଦ୍ଧ କ୍ରକେଟ ସମୀକ୍ଷକ ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲରେ ୧୬ ଜଣ ଖେଳାଳିଙ୍କ ଭାରତୀୟ ଦଳକୁ ବିଶ୍ୱକପ ପାଇଁ ଚୟନ କରିଛନ୍ତି । ଚୋପ୍ରା କହିଛନ୍ତି ଯେ ଯଦି ଅନୁମାନ କରାଯାଏ ଯେ ବିଶ୍ୱକପ୍ ଆସନ୍ତା ଅକ୍ଟୋବର-ନଭେମ୍ବରରେ ନୁହେଁ ଆସନ୍ତାକାଲି ଆରମ୍ଭ ହେବ । ଏହି ଆଧାରରେ, ଆକାଶ ଚୋପ୍ରା ଏହି ଦଳକୁ ବାଛିଛନ୍ତି ।

ଆକାଶଙ୍କ ଦଳରେ ଅଛନ୍ତି ଏହିସବୁ ଖେଳାଳି
ହାର୍ଦ୍ଦିକ ପାଣ୍ଡ୍ୟା, କେ. ଏଲ. ରାହୁଲ, ଇଶାନ କିଶାନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ଆବେଶ ଖାନ, କ୍ରୁନାଲ ପାଣ୍ଡ୍ୟା, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ଦୀପକ ହୁଡା, କୁଲଦୀପ ଯାଦବ, ହର୍ଷଲ ପଟେଲ ।

IPL 2022 ରେ ପ୍ରଦର୍ଶନ ଅନୁଯାୟୀ ପ୍ରସ୍ତୁତ ହୋଇଛି ଟିମ୍
ନିକଟରେ ଶେଷ ହୋଇଥିବା ଆଇପିଏଲ୍ ୨୦୨୨ ରେ ଖେଳାଳିଙ୍କ ପ୍ରଦର୍ଶନ ଅନୁଯାୟୀ ଆକାଶ ଚୋପ୍ରା ଏହି ଦଳକୁ ଚୟନ କରିଛନ୍ତି । ଆକାଶ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳର ଅଧିନାୟକ କରିଛନ୍ତି । ପାଣ୍ଡ୍ୟାଙ୍କ ଦଳ ଗୁଜୁରାଟ ଟାଇଟାନ୍ସ ପ୍ରଥମ ବର୍ଷରେ ନିଜେ ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ଯାହା ପରେ ଭେଟେରାନମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତୀବ୍ର ପ୍ରଶଂସା କରିଥିଲେ ।

ରୋହିତ, କୋହଲି ଏବଂ ପନ୍ତଙ୍କ ପାଇଁ ଦଳରେ ସ୍ଥାନ ନାହିଁ
ଆକାଶ ଚୋପ୍ରା ନିଜ ଦଳରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କ ଭଳି ବଡ଼ ଖେଳାଳିଙ୍କୁ ସ୍ଥାନ ଦେଇନାହାଁନ୍ତି । ଏହି ତିନି ଖେଳାଳିଙ୍କ ପାଇଁ, ଆଇପିଏଲ୍ ର ଏହି ସିଜିନ୍ ଅତ୍ୟନ୍ତ ସାଧାରଣ ଥିଲା । ଏହି ତିନି ଖେଳାଳି ଏହି ସିଜିନରେ ବ୍ୟାଟ୍ ସହିତ ବିଶେଷ କିଛି ଚତ୍ମକାର କରି ପାରିନଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ, ଆରସିବି ପ୍ଲେ ଅଫ୍ କୁ ଯାଇପାରି ନ ଥିଲେ ।

ଏହା ବି ପଢ଼ନ୍ତୁ: ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଅବୈଧ, SC କହିଲେ- ଆପଣଙ୍କୁ ଏହି ଅଧିକାର କେଉଁଠାରୁ ମିଳିଛି?

ଏହା ବି ପଢ଼ନ୍ତୁ: ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା, ବୈଦେଶିକ ମନ୍ତ୍ରାଳୟ ଦେଲେ ଏହି ଜବାବ