World Cup 2023: ଏହି ଷ୍ଟାଡିୟମରେ ହେବ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍, ପ୍ରସ୍ତୁତି ଆରମ୍ଭ କଲା ବିସିସିଆଇ!
Advertisement

World Cup 2023: ଏହି ଷ୍ଟାଡିୟମରେ ହେବ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍, ପ୍ରସ୍ତୁତି ଆରମ୍ଭ କଲା ବିସିସିଆଇ!

India vs Pakistan: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତ ଆୟୋଜନ କରିବାକୁ ଯାଉଛି । ଏହା ସମେତ ଦୀର୍ଘ ବର୍ଷ ଅନ୍ତରାଳରେ ପାକିସ୍ତାନ ଭାରତ ମାଟିରେ ଭାରତ ସହ ମ୍ୟାଚ୍ ଖେଳିବାକୁ ଯାଉଛି । ଭାରତ-ପାକିସ୍ତାନ ଏହି ହାଇ ଭୋଲଟେଜ ମ୍ୟାଚକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି । ଏଥି ସହ ବିସିସିଆଇ ମଧ୍ୟ ନିଜ ପ୍ରସ୍ତୁତି ଆରମ୍ଭ କରିଛି ।

ସୌ: ସୋସିଆଲ ମିଡିଆ

ICC ODI World Cup 2023: India vs Pakistan, ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚକୁ ପୂରା ଦୁନିଆ ଅପେକ୍ଷା କରିଛି । ବାସ୍ତବରେ କିଛି ବର୍ଷ ଧରି ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ (ICC tournament) ହିଁ ନଜର ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟଙ୍କ ମଧ୍ୟରେ କିଛି କଡ଼ା ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍ ଅଧିକ ହାଇ-ଭୋଲଟେଜ୍ ହେବ, କାରଣ ପାକିସ୍ତାନ ଦଳ (Pakistan Team) ଭାରତୀୟ ମାଟିରେ ଖେଳିବ । ଦିନିକିଆ ବିଶ୍ୱକପର (World Cup 2023) ଆୟୋଜନ ଏଥର ଭାରତ କରିବାକୁ ଯାଉଛି । ଏହାର ଅର୍ଥ ଦୀର୍ଘ ସମୟ ପରେ ଉଭୟ ଚିର ପ୍ରତିଦ୍ବନ୍ଦୀ ଦଳ ଭାରତୀୟ ମାଟିରେ ସଂଘର୍ଷ କରୁଥିବାର ନଜର ଆସିବେ । ୨୦୧୬ ପରେ ପ୍ରଥମ ଥର ପାଇଁ ଭାରତ ପାକିସ୍ତାନକୁ ନିଜ ମାଟିରେ ଚ୍ୟାଲେଞ୍ଜ କରିବ । ଏହି ହାଇ ଭୋଲଟେଜ୍ ମ୍ୟାଚ୍ ସମ୍ବନ୍ଧରେ ବିସିସିଆଇ (BCCI) ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ମ୍ୟାଚ୍ ଖେଳାଯାଇପାରେ, କାରଣ ଏହି ଷ୍ଟାଡିୟମର କ୍ଷମତା ପାଖାପାଖି ଏକ ଲକ୍ଷ ରହିଛି ଓ ବୋର୍ଡ ଆଶା କରୁଛି ଯେ ଏହି ମ୍ୟାଚ୍ ଦେଖିବା ପାଇଁ ବିଦେଶରୁ କ୍ରିକେଟ ପ୍ରଶଂସକମାନେ ମଧ୍ୟ ଭାରତ ଆସିବେ ।

ଆଇପିଏଲ ପରେ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରାଯିବ
ବିସିସିଆଇ ଏପର୍ଯ୍ୟନ୍ତ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିନାହିଁ । ଆଇପିଏଲ୍ ୨୦୨୩ ଶେଷ ହେବା ପରେ ବୋର୍ଡ କାର୍ଯ୍ୟସୂଚୀ ଘୋଷଣା କରିବ । କିନ୍ତୁ ଏହା ଉପରେ କାମ ଦ୍ରୁତ ଗତିରେ ଚାଲିଛି । ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲର ଫାଇନାଲ୍ (IPL 2023 Final ) ୨୮ ମଇରେ ଅହମ୍ମଦାବାଦରେ ଖେଳାଯିବ । ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥାଏ, ତେବେ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରରେ ଆରମ୍ଭ ହେବ ।

fallback

ବାଙ୍ଗାଲୋର ଓ ଚେନ୍ନାଇରେ ଖେଳିବ ପାକିସ୍ତାନ!
ନାଗପୁର, ବେଙ୍ଗାଲୁରୁ, ଥିରୁବନନ୍ତପୁରମ୍, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୁଆହାଟୀ, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର ଓ ଧର୍ମଶାଳା ବିଶ୍ୱକପ ମ୍ୟାଚ୍ ପାଇଁ ତାଲିକାଭୁକ୍ତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ବେଙ୍ଗାଲୁରୁ ଓ ଚେନ୍ନାଇରେ ଅଧିକାଂଶ ମ୍ୟାଚ୍ ଖେଳିପାରେ ।

ବିଶ୍ୱକପରୁ ଓହରିଯିବାକୁ ଧମକ ଦେଇସାରିଛି ପାକିସ୍ତାନ
ତେବେ ଏହି ବିଶ୍ୱକପ ପାଇଁ ପାକିସ୍ତାନୀ ଦଳର ଭାରତ ଆସିବା ନେଇ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାସ୍ତବରେ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ।  ଏହା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧିକାରୀମାନେ ମଧ୍ୟ ବିଶ୍ୱକପରୁ ଓହରିଯିବାକୁ ଧମକ ଦେବା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ: MS Dhoni On Retirement: କ୍ରିକେଟରୁ ଅବସରକୁ ନେଇ ଏପରି ମତ ରଖିଲେ ଏମଏସ ଧୋନି; କହିଲେ- କେବେ ହେବ ତାଙ୍କର ଶେଷ ମ୍ୟାଚ୍?

ଏହା ବି ପଢ଼ନ୍ତୁ: Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା