World Cup 2023: ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ, ODI କ୍ରିକେଟରେ ପ୍ରଥମ ଥର ପାଇଁ ଭାରତର ୩ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନ ରନ କରି ଆଉଟ୍
Advertisement

World Cup 2023: ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ, ODI କ୍ରିକେଟରେ ପ୍ରଥମ ଥର ପାଇଁ ଭାରତର ୩ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନ ରନ କରି ଆଉଟ୍

World Cup 2023: ବିଶ୍ୱକପ୍ ୨୦୨୩ ରେ ଭାରତର ନିଜର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ତିନିଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନ୍ୟରେ ଆଉଟ୍ ହୋଇଛନ୍ତି ।

 

India vs Australia World Cup 2023 (ଫଟୋ ସୌ: ସୋସିଆଲ ମିଡିଆ)

India vs Australia World Cup 2023: ଭାରତୀୟ ବୋଲରମାନେ ବିଶ୍ୱକପର ନିଜର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଦଳକୁ ୧୯୯ ରନରେ ଅଲଆଉଟ୍ କରିଥିଲେ । ଏହାର ଜବାବରେ ଭାରତ ୨୦୦ ରନର ବିଜୟ ଲକ୍ଷ୍ୟ ଆବଶ୍ୟକ କରୁଥିଲା ଓ ସମସ୍ତେ ଆଶା କରୁଥିଲେ ଯେ ଟିମ୍ ଇଣ୍ଡିଆ ସହଜରେ ଏହି ଲକ୍ଷ୍ୟ ହାସଲ କରିନେବ । କିନ୍ତୁ କଙ୍ଗାରୁ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହାଜଲେଉଡ୍ ଭାରତର ଟପ୍ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ । ଭାରତୀୟ ODI କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ତିନିଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ବିଶ୍ୱକପ ୨୦୨୩ ରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଓ ବ୍ୟାଟିଂରେ ଏହା ଏକ ଲଜ୍ଜାଜନକ ଆରମ୍ଭ ଥିଲା ।

ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ହାସଲ କରିବା ପାଇଁଁ  ଟିମ୍ ଇଣ୍ଡିଆ ତରଫରୁ ରୋହିତ ଓ ଇଶାନ ଓପନିଂ କରିବାକୁ ଆସିଥିଲେ । ରୋହିତ ୬ଟି ବଲ୍ ଖେଳି ଶୂନ୍ୟରେ ଆଉଟ୍ ହୋଇଥିଲେ । ହାଜଲେଉଡ୍ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ପ୍ରଥମ ବଲରେ ଇଶାନ କିଶାନ ଶୂନ୍ୟରେ ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର ୩ଟି ବଲ୍ ଖେଳି ଶୂନ୍ୟରେ ଆଉଟ୍ ହୋଇଥିଲେ । ହାଜଲେଉଡ୍ ମଧ୍ୟ ଆୟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଷ୍ଟାର୍କ ଦ୍ୱାରା ଇଶାନଙ୍କୁ ଆଉଟ୍ କରିଥିଲେ । ଭାରତର ODI ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେତେବେଳେ କି ଦଳର ତିନିଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନ୍ୟରେ ଆଉଟ୍ ହୋଇଛନ୍ତି ।

କହି ରଖୁଛୁ ଯେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍ ହେବା ପୂର୍ବରୁ ୧୯୯ ରନ୍ ସଂଗ୍ରହ କରିଥିଲା । ଷ୍ଟିଭ ସ୍ମିଥ ଦଳ ପାଇଁ ସର୍ବାଧିକ ୪୬ ରନ୍ ସ୍କୋର କରିଥିଲେ । ସେ ୭୧ ବଲରେ ସମ୍ମୁଖୀନ ହୋଇ ୫ଟି ଚୌକା ସାହାଯ୍ୟ ଏହି ରନ୍ ସ୍କୋର କରିଥିଲେ । ଡେଭିଡ ୱାର୍ନର ୫୨ ବଲର ସମ୍ମୁଖୀନ ହୋଇ ୪୧ ରନ ସ୍କୋର କରିଥିଲେ । ଲାବୁସାଗେନ୍ ୨୭ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ଜାଡେଜା ଭାରତ ପାଇଁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ୧୦ ଓଭରରେ ୪୨ ରନ୍ ଦେଇ କୁଲଦୀପ ଯାଦବ ୨ଟି ୱିକେଟ୍ ନେଇଥିଲେ । ଜସପ୍ରୀତ ବୁମ୍ରା ମଧ୍ୟ ୨ଟି ୱିକେଟ୍ ନେଇଥି ଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

କହିରଖୁଛୁ ଯେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଏହା ପରେ ପରବର୍ତ୍ତୀ ମ୍ୟାଚ୍ ଆଫଗାନିସ୍ତାନ ସହିତ ହେବ, ଯାହା ୧୧ ଅକ୍ଟୋବରରେ ଦିଲ୍ଲୀରେ ଖେଳାଯିବ । ଏହା ପର ମ୍ୟାଚ୍ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ୧୪ ଅକ୍ଟୋବରରେ ଆୟୋଜିତ ହେବ ।