IND vs IRE T20I : ଆଜି ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା, ଖେଳାଳି ବଦଳାଇପାରେ ଟିମ୍ ଇଣ୍ଡିଆ
Advertisement

IND vs IRE T20I : ଆଜି ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା, ଖେଳାଳି ବଦଳାଇପାରେ ଟିମ୍ ଇଣ୍ଡିଆ

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଭାରତୀୟ (Team India) ଖେଳାଳିମାନେ କମାଲ କରିଥିଲେ । ଖାସ୍ କରି ଦୀପକ ହୁଡ଼ା, ଈଶାନ କିଷନ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ବେଶ୍ ପ୍ରଶଂସନୀୟ ଥିଲା । 

ଫାଇଲ ଫଟୋ

IND vs IRE T20I : ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ରାତି ୯ଟାରେ ଡବଲିନରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ମ୍ୟାଚ୍ ପରି ଦ୍ୱିତୀୟ ମ୍ୟାଚରେ କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । 

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଭାରତୀୟ (Team India) ଖେଳାଳିମାନେ କମାଲ କରିଥିଲେ । ଖାସ୍ କରି ଦୀପକ ହୁଡ଼ା, ଈଶାନ କିଷନ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ବେଶ୍ ପ୍ରଶଂସନୀୟ ଥିଲା । ଚହଲ ୩ ଓଭର ବୋଲିଂ କରି ମାତ୍ର ୧୧ ରନରେ ଗୋଟିଏ ୱିକେଟ୍ ପାଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

Also Read: IND vs IRE T20I : ୭ ୱିକେଟରେ ଜିତିଲା ଭାରତ, ଚହଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମଙ୍ଗଳବାର ମଧ୍ୟ ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରିଛି । ପ୍ଲେଇଂ ଇଲେଭେନରେ ଗାଏକୱାଡଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଆଜି ସୁଯୋଗ ମିଳିବା ସମ୍ଭାବନା ରହିଛି । ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବାକୁ ସମସ୍ତ ବଳ ପ୍ରୟୋଗ କରିବ ।

ସେପଟେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ପରାସ୍ତ ହୋଇଥିଲା । ୧୨ ଓଭରରେ ୧୦୮ ରନ୍ କରିଥିଲେ ସୁଦ୍ଧା ବୋଲିଂ ପ୍ରଭାବହୀନ ରହିଥିଲା ଯାହାର ଫାଇଦା ଭାରତୀୟ ଖେଳାଳି ଉଠାଇଥିଲେ । ତେଣୁ ଏଥିରେ ସୁଧାର ଆଣିବାକୁ ଦଳ ଚେଷ୍ଟା କରିବ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଟପ୍ ପ୍ରଦର୍ଶନ ସହ ଆୟର୍ଲାଣ୍ଡ ମ୍ୟାଚ୍ ଜିତିବାକୁ ସଂଘର୍ଷ କରିବ । ଆଜିର ମ୍ୟାଚ୍ ହାରିଗଲେ ସିରିଜ୍ ହାତରୁ ଯିବ । ତେଣୁ ଘରୋଇ ମାଟିରେ ଦମଦାର ପ୍ରଦର୍ଶନ କରିବାକୁ ଦଳ ଆଶା ରଖିଛି ।

Also Read: IND vs ENG: ପୁନର୍ବାର ଟିମ୍ ଇଣ୍ଡିଆର ଅଧୀନୟକତ୍ୱ ସମ୍ଭାଳିବେ ବିରାଟ କୋହଲି!

ଦୁଇ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଭାରତ ସିରିଜରେ ୧-୦ରେ ଅଗ୍ରଣୀ ଥିବାବେଳେ ସିରିଜ୍ ପୋଛି ନେବାକୁ ଉଦ୍ୟମ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ସିରିଜରେ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ନେଇଛନ୍ତି । ସିରିଜ ଜିତି ରେକର୍ଡ ବୁକରେ ନିଜ ନାଁ ସାମିଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।