IND vs SA: ରାହୁଲଙ୍କ କମାଲ, ଶାର୍ଦ୍ଦୁଲଙ୍କ ସାହସିକତା; କିଛି ଏପରି ଥିଲା ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦିନ
Advertisement
Article Detail0/zeeodisha/odisha2030165

IND vs SA: ରାହୁଲଙ୍କ କମାଲ, ଶାର୍ଦ୍ଦୁଲଙ୍କ ସାହସିକତା; କିଛି ଏପରି ଥିଲା ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦିନ

India vs South Africa Centurion Test Day 1: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁଁ ଶୀଘ୍ର ଶେଷ ହୋଇଥିଲା । ପ୍ରଥମ ଦିନରେ କେବଳ ୫୯ ଓଭର ଖେଳାଯାଇ ପାରିଥିଲା ।

 

India vs South Africa Centurion Test Day 1

India vs South Africa Highlights 1st Test Day 1: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଦିନ ଠାରୁ ସେଞ୍ଚୁରିଅନରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ପ୍ରଥମ ଦିନର ଆରମ୍ଭରେ ଆୟୋଜକ ଦଳର ବୋଲରମାନେ ଭାରତୀୟ ଟପ୍ ଅର୍ଡର ଧରାଶାୟୀ କରି ଦେଇଥିଲେ। ଏହା ପରେ ବିରାଟ କୋହଲି, ଶ୍ରେୟସ୍ ଆୟର ମଧ୍ୟମ କ୍ରମରେ ଲଢ଼ିଥିଲେ। ତା’ପରେ ଶାର୍ଡୁଲ ଠାକୁର ସାହସିକତା ପ୍ରଦର୍ଶନ କରିଥିଲେ ଓ ବିପଜ୍ଜନକ ପିଚରେ ଏକ ବଲ ଦ୍ୱାରା ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଉପଯୋଗୀ ରନ୍ ସ୍କୋର କରିଥିଲେ। କିନ୍ତୁ ଶ୍ରେଷ୍ଠ ବ୍ୟାଟିଂ କେ.ଏଲ୍ ରାହୁଲଙ୍କ ଦ୍ୱାରା କରାଯାଇଥିଲା। ଯିଏ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୭୦ ରନ୍ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁଁ ପ୍ରଥମ ଦିନରେ ପୂରା ଓଭର ଖେଳା ଯାଇ ପାରି ନଥିଲା ଓ କେବଳ ୫୯ ଓଭର ଖେଳାଯାଇଥିଲା ।

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ବୋଲିଂରେ ହଇଚଇ ସୃଷ୍ଟି କରି ଟେଷ୍ଟ କ୍ରିକେଟରେ ୧୪ ତମ ଥର ପାଇଁ ପାଞ୍ଚ ୱିକେଟ୍ ନେଇଥିଲେ। କେବଳ ଏତିକି ନୁହେଁ ରାବାଡା ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ୱିକେଟ୍ ମଧ୍ୟ ପୂରଣ କରିଛନ୍ତି। ଭାରତୀୟ ବ୍ୟାଟିଂ କ୍ରମ ରାବଡା ସାମ୍ନାରେ ଭୁଶୁଡି ପଡିଥିବା ଦେଖାଯାଉଥିଲା। ଡେବ୍ୟୁଟାଣ୍ଟ ନନ୍ଦ୍ରେ ବର୍ଗର ମଧ୍ୟ ଦୁଇଟି ୱିକେଟ୍ ନେଇ ଯଶ୍ୱସି ଜୈସୱାଲ ଓ ଶୁବମନ ଗିଲଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ। ମାର୍କୋ ଜନସନ୍ ମଧ୍ୟ ଗୋଟିଏ ସଫଳତା ପାଇଥିଲେ। ଦିନିର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୮ ୱିକେଟ୍ ହରାଇ ୨୦୮ ରନ୍ ଥିଲା।

କେ.ଏଲ୍ ରାହୁଲ ଜିତିଥିଲେ ହୃଦୟ 
କେ.ଏଲ୍ ରାହୁଲ ସମସ୍ତଙ୍କ ହୃଦୟ ଜିତି ସେଞ୍ଚୁରିଅନ୍ ଟେଷ୍ଟର ପ୍ରଥମ ଦିନରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ଭାରତୀୟ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ ଓ ଦଳ ପାଇଁ ଏକ ତୃତୀୟାଂଶରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଭାରତୀୟ ଦଳର ମୋଟ ସ୍କୋର ହେଉଛି ୨୦୮ ରନ୍, ସେଥିମଧ୍ୟରୁ ରାହୁଲ ୧୦୫ ବଲରେ ୭୦ ରନ୍ ସ୍କୋର କରି ପରେ ଅପରାଜିତ ରହିଛନ୍ତି। ଏହି ଇନିଂସରେ ରାହୁଲ ୧୦ଟି ଚୌକା ଓ ଦୁଇଟି ଚମତ୍କାର ଛକା ମାରିଥିଲେ। ସେ ଏପର୍ଯ୍ୟନ୍ତ କ୍ରିଜରେ ଅଛନ୍ତି ଓ ଭଲ ଲୟରେ ଥିବା ଜଣାପଡୁଛି। ମହମ୍ମଦ ସିରାଜ ତାଙ୍କ ସହ କ୍ରିଜରେ ଅଛନ୍ତି, ଯଦି ସେ ତାଙ୍କୁ କିଛି ସମୟ ପାଇଁ ସମର୍ଥନ କରନ୍ତି ତେବେ ରାହୁଲ ମଧ୍ୟ ତାଙ୍କ ଶତକ ପୂରଣ କରିପାରିବେ।

ଦକ୍ଷିଣ ଆଫ୍ରିକାର ସମସ୍ତ ପେସର୍ ଦ୍ୱାରା ଶାର୍ଦ୍ଦୁଲ ଠାକୁର ଅସୁବିଧାରେ ପଡ଼ିଥିଲେ। ଜେରାଲ୍ଡ କୋଟଜି, ମାର୍କୋ ଜାନସେନ୍, ନନ୍ଦ୍ରେ ବର୍ଗର୍, କାଗିସୋ ରାବାଡା ସମସ୍ତେ ତାଙ୍କ ବିରୁଦ୍ଧରେ କ୍ରମାଗତ ଭାବରେ ବାଉନ୍ସର୍ ଏବଂ ସର୍ଟ ପିଚ୍ ବଲ୍ ବ୍ୟବହାର କରିଥିଲେ। ଏହା ସତ୍ତ୍ୱେ ସେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ୩୩ ବଲରେ ୨୪ ରନ୍ ର ମୂଲ୍ୟବାନ ଅବଦାନ ରଖିଥିଲେ। ସପ୍ତମ ୱିକେଟ୍ ପାଇଁ ସେ ରାହୁଲଙ୍କ ସହ ୪୩ ରନର ଏକ ଉପଯୋଗୀ ଭାଗିଦାରୀ କରିଥିଲେ।