IND vs SL : ୱାସିମ୍ ଜାଫର୍ କଲେ ଭବିଷ୍ୟବାଣୀ, ଜାଣନ୍ତୁ କିଏ ଜିତିବ ODI ଓ ଟି -୨୦ ସିରିଜ୍
Advertisement
Article Detail0/zeeodisha/odisha944407

IND vs SL : ୱାସିମ୍ ଜାଫର୍ କଲେ ଭବିଷ୍ୟବାଣୀ, ଜାଣନ୍ତୁ କିଏ ଜିତିବ ODI ଓ ଟି -୨୦ ସିରିଜ୍

ଭାରତ ଓ ଶ୍ରୀଲଙ୍କା (IND vs SL) ମଧ୍ୟରେ ସୀମିତ ଓଭର ସିରିଜ୍ ୧୮ ଜୁଲାଇରୁ ଆରମ୍ଭ ହେବ । ସିରିଜର ପ୍ରଥମ ODI ରବିବାର ଦିନ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ (R.Premadasa Stadium) ଖେଳାଯିବ ।

 

IND vs SL : ୱାସିମ୍ ଜାଫର୍ କଲେ ଭବିଷ୍ୟବାଣୀ, ଜାଣନ୍ତୁ କିଏ ଜିତିବ ODI ଓ ଟି -୨୦ ସିରିଜ୍

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା (IND vs SL) ମଧ୍ୟରେ ସୀମିତ ଓଭର ସିରିଜ୍ ୧୮ ଜୁଲାଇରୁ ଆରମ୍ଭ ହେବ । ସିରିଜର ପ୍ରଥମ ODI ରବିବାର ଦିନ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ (R.Premadasa Stadium) ଖେଳାଯିବ । ଏହା ପରେ ମଙ୍ଗଳବାର ୨୦ ଜୁଲାଇରେ ଦ୍ୱିତୀୟ ODI ଖେଳାଯିବ ଓ ତୃତୀୟ ତଥା ଅନ୍ତିମ ODI ୨୩ ଜୁଲାଇରେ ଖେଳାଯିବ । ଏ ସିରିଜର ବିଜେତା କିଏ ହେବ ସେ ବିଷୟରେ ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର (Wasim Jaffer) ଭବିଷ୍ୟବାଣୀ କରିଛନ୍ତି । ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଭାରତୀୟ ଦଳ ଏହି ସିରିଜରେ ଅଗ୍ରଣୀ ହାସଲ କରିବ ।

ଶିଖର ଧାୱନଙ୍କ (Shikhar Dhawan) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ତିନି ମ୍ୟାଚ୍ ବିଶିଷ୍ଟ ODI ଓ ଟି -୨୦ ସିରିଜ୍ ଖେଳିବ । ଦଳର ଅଧିକାଂଶ ଖେଳାଳି ୟଙ୍ଗ କିନ୍ତୁ ଦୁନିଆର ସବୁଠାରୁ ପ୍ରସିଦ୍ଧ ଟି -୨୦ ଲିଗ୍ ଆଇପିଏଲରେ ସେମାନେ ନିଜର ଚମତ୍କାର ପ୍ରମାଣ କରିଛନ୍ତି । ଧାୱନଙ୍କ ବ୍ୟତୀତ ପେସର୍ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏପରି କିଛି ନାମ ଯେଉଁମାନେ ଚମତ୍କାର ପ୍ରଦର୍ଶନ କରିପାରିବେ ।

ଅଧିକ ପଢ଼ନ୍ତୁ: Labour Code: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ସହିତ ମିଳିବ ୩୦୦ ଛୁଟି!

ଜାଫର ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ଯଦିଓ ଏହା ଦ୍ୱିତୀୟ ଶ୍ରେଣୀର ଭାରତୀୟ ଦଳ ଓ ଅନେକ ପ୍ରମୁଖ ଖେଳାଳି ଦଳରେ ନାହାଁନ୍ତି । ତଥାପି ମୁଁ କହିବି ଯେ ଏହି ସିରିଜରେ ଉଭୟ ODI ଓ ଟି-୨୦ ଟ୍ରଫି ଜିତିବାକୁ ଭାରତୀୟ ଦଳ ଫେଭୋରାଇଟ୍ ଅଟେ । ଆମେ ଏପରି ଭଲ ପ୍ରତିଭା ଓ ଦକ୍ଷତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ, ମୁଁ କହିବି ଯେ ଭାରତୀୟମାନେ ଉଭୟ ସିରିଜ୍ ଜିତିବେ ।"

ଅଧିକ ପଢ଼ନ୍ତୁ: PF Account ରୁ ଟଙ୍କା ଟ୍ରାନ୍ସଫର କରିବା ହେଲା ସହଜ, ଜାଣନ୍ତୁ ପ୍ରୋସେସ୍

ସେ ଆହୁରି କହିଛନ୍ତି, 'ଏହା ଏକ ବହୁତ ଶକ୍ତିଶାଳୀ ଦଳ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ଖେଳାଳିଙ୍କ ମଧ୍ୟରୁ ଅନେକ ନିୟମିତ ଭାବେ ODI ଫର୍ମାଟରେ ଖେଳନ୍ତି: ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର ଓ ୟୁଜବେନ୍ଦ୍ର ଚହଲ । 'ଜାଫର କହିଛନ୍ତି ଦେବଦତ ପାଡ଼ିକ୍କଲ, ପୃଥ୍ଵୀ ଶ, ରୁତୁରାଜ ଗାଇକ୍ଵାଡ, ବରୁଣ ଚକ୍ରବର୍ତ୍ତୀ ଓ ସଞ୍ଜୁ ସାମସନ ନାମକ ଏହି ଯୁବକମାନେ ଏହି ସିରିଜର ମୁଖ୍ୟ ଆକର୍ଷଣ ହେବେ । ସେ କହିଛନ୍ତି, 'ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ଚୟନ କରାଯାଇଛି । ପୃଥ୍ଵୀ ଶ' ଦଳକୁ ଫେରିଛନ୍ତି, ଦେବଦତ୍ତ ଜଣେ ପ୍ରତିଭା, ରିତୁରାଜ ଗାଇକ୍ଵାଡଙ୍କୁ ଏକ ସୁଯୋଗ ମିଳିଛି, ବରୁଣ ଚକ୍ରବର୍ତ୍ତୀ ଏହି ଦଳରେ ଅଛନ୍ତି ଓ ସଞ୍ଜୁ ସାମସନ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଚଳିତ ବର୍ଷ ଶେଷରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଯୁବ ଖେଳାଳିମାନେ ନିଜକୁ ପ୍ରମାଣ କରିବାର ଏକ ବଡ଼ ସୁଯୋଗ ପାଇଛନ୍ତି । ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ହ୍ୱାଇଟ ବଲ ସିରିଜ୍ ହେବାର ସମ୍ଭାବନା ରହିଛି ।