Mumbai indians: ରୋହିତଙ୍କ ହାତରୁ କ୍ୟାପଟେନ୍ ଦାୟିତ୍ୱ ଯିବା ପରେ ପ୍ରଶଂସକ ନିରାଶ
Advertisement
Article Detail0/zeeodisha/odisha2014230

Mumbai indians: ରୋହିତଙ୍କ ହାତରୁ କ୍ୟାପଟେନ୍ ଦାୟିତ୍ୱ ଯିବା ପରେ ପ୍ରଶଂସକ ନିରାଶ

ଆଇପିଏଲ ୨୦୨୪ (IPL 2024) ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା (rohit sharma)ଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ (gujarat titans) ପାଇଁ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟ

Mumbai indians: ରୋହିତଙ୍କ ହାତରୁ କ୍ୟାପଟେନ୍ ଦାୟିତ୍ୱ ଯିବା ପରେ ପ୍ରଶଂସକ ନିରାଶ

Cricket News: ଆଇପିଏଲ ୨୦୨୪ (IPL 2024) ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା (rohit sharma)ଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ (gujarat titans) ପାଇଁ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ପାଇଁ ଫ୍ରାଞ୍ଚାଇଜ ମାଲିକଙ୍କ ଆଗରେ ବିଭିନ୍ନ ପ୍ରକାରର ସର୍ତ୍ତ ରଖିଥିଲେ । ସେହି ସର୍ତ୍ତରେ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ରହିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତ୍ତିକୁ କ୍ରିକେଟ୍ ପ୍ରଶଂସକମାନେ ପସନ୍ଦ କରିନାହାନ୍ତି । ଯାହାର ପ୍ରମାଣ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।  ଲୋକମାନେ ନିଜ ସୋସିଆଲ ମିଡିଆ ପେଜ୍ ରେ ନିଜର କ୍ରୋଧ ପ୍ରକାଶ କରିବା ସହିତ ହ୍ୟାସ୍ ଟ୍ୟାଗ୍ ଟ୍ରେଣ୍ଡ୍ କରିଛନ୍ତି ।

ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରାଯିବା ପରେ କ୍ରିକେଟ୍ ପ୍ରଶଂସକମାନେ ଏକ୍ସରେ ‘ShameonMI’ ଏବଂ ‘RIPMumbaiIndians’ ହ୍ୟାସ୍ ଟ୍ୟାଗ୍ ଦେଇ ବିଭିନ୍ନ ପ୍ରକାରର ପୋଷ୍ଟ କରିଛନ୍ତି । ଯାହାଫଳରେ ଦୁଇଟି ହ୍ୟାସ୍ ଟ୍ୟାଗ୍ ବର୍ତ୍ତମାନ ଖୁବ୍ ଟ୍ରେଣ୍ଡ୍ କରିବାରେ ଲାଗିଛି । ଲୋକମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଏବଂ ସଚ୍ଚୋଟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ମ୍ୟାନେଜମେଣ୍ଟ୍ ଉପରେ କ୍ରୋଧ ପ୍ରକାଶ କରିଥିଲେ। ଏଥି ସହିତ ଇନଷ୍ଟାଗ୍ରାମରେ ମୁମ୍ବାଇ ଇଣ୍ଡିଆନ୍ସ ପେଜ୍ ର ଫଲୋଅରଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏଥିସହିତ ରୋହିତ ଶର୍ମାଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଇ ଅନେକ ପ୍ରକାରର ଭିଡିଓ ସେୟାର କରିଛନ୍ତି ପ୍ରଶଂସକ ।

Post-1 

Post-2 

 

Post- 3 

Post- 4 

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ (Mumbai Indians) ଯୋଗ ଦେଇଥିଲେ । ଆଗାମୀ ବର୍ଷରେ ସେ ଦଳର ଅଧିନାୟକ ହେବେ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି । ଯେଉଁଠାରେ ସେ ରୋହିତ ଶର୍ମାଙ୍କଠାରୁ (Rohit Sharma) ଅଧିନାୟକତ୍ୱ ଛଡ଼ାଇ ନିଆଯାଇଛି । ରୋହିତ ଆଗାମୀ ସିଜନରେ ଖେଳିବେ କି ନାହିଁ ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ହୋଇନାହିଁ ।

ମୁମ୍ବାଇ ଇଣ୍ଡିଆନ୍ସ ଏହି ନିଷ୍ପତ୍ତି ବିଷୟରେ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଉପରେ ଫ୍ରାଞ୍ଚାଇଜ୍ ଲେଖିଛି, 'ମୁମ୍ବାଇ ଇଣ୍ଡିଆନ୍ସ ଡିସେମ୍ୱର ୧୫ରେ ଆସନ୍ତା ୨୦୨୪ ସିଜିନ୍ ପାଇଁ ନେତୃତ୍ୱ ପରିବର୍ତ୍ତନ ଘୋଷଣା କରିଛି । ଜଣାଶୁଣା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଛି । ସେ ସମସ୍ତଙ୍କ ପ୍ରିୟ, ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହେବେ ଯିଏ ଦୀର୍ଘ ଦିନ ଧରି ଦଳକୁ ଆଗକୁ ନେଇଥିଲେ ।

Also Read- ରାଜଧାନୀରୁ ଧରାପଡିଲା ସୁନା ଲୁଟେରା, ଉତ୍ତମମଧ୍ୟମ ଦେଲେ ସ୍କୁଲ ଛାତ୍ର

Also Read- Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା