ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ; ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବେ ଏହି ଦୁଇଟି ଦଳ
Advertisement

ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ; ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବେ ଏହି ଦୁଇଟି ଦଳ

T20 World Cup 2022: ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବେ ବୋଲି ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ପୂର୍ବାନୁମାନ କରିଛନ୍ତି ଓ ଏହା ସହ କିଏ ବିଶ୍ୱକପ ଟାଇଟଲ ଜିତିବ ତାହା ମଧ୍ୟ ସେ କହିଛନ୍ତି ।

ସୌ: ସୋସିଆଲ ମିଡିଆ

Ricky Ponting Predicts Winner of T20 World Cup 2022: ଅଷ୍ଟ୍ରେଲିଆକୁ ଦୁଇଥର ବିଶ୍ୱକପ ବିଜେତା କରାଇଥିବା ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ (Ricky Ponting) ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର (T20 World Cup 2022) ବିଜେତା ଦଳ ବିଷୟରେ ପୂର୍ବାନୁମାନ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଙ୍ଗ ସେହି ଦୁଇଟି ଦଳର ନାମ ଖୁଲାସା କରିଛନ୍ତି, ଯାହାକୁ ସେ ଚଳିତ ଟି -୨୦ ବିଶ୍ୱକପ ୨୦୨୨ ର ଫାଇନାଲ ଖେଳିବେ ବୋଲି ବିଶ୍ୱାସ କରନ୍ତି । ଫାଇନାଲରେ ପ୍ରବେଶ କରିଥିବା ଦୁଇ ଦଳ ମଧ୍ୟରୁ କିଏ ଟାଇଟଲ ଜିତିବ ତାହା ମଧ୍ୟ ସେ ମଧ୍ୟ କହିଛନ୍ତି ।

ଆଇସିସି ରିଭ୍ୟୁରେ ସଞ୍ଜନା ଗଣେଶନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପଣ୍ଟିଂ କହିଛନ୍ତି ଯେ ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ କେବଳ ଦୁଇଟି ଦଳ - ଭାରତ ଓ ଅଷ୍ଟ୍ରେଲିଆ ପ୍ରବେଶ କରିବେ । ସେ ଆହୁରି କହିଛନ୍ତି ଯେ ଏଥିରେ ଅଷ୍ଟ୍ରେଲିଆ ନିଜର ଟାଇଟଲ୍ ଜିତିବାରେ ସଫଳ ହେବେ । ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା ।

ପଣ୍ଟିଙ୍ଗ କହିଛନ୍ତି, “ମୁଁ ଭାବୁଛି ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଦଳ ଟି -୨୦ ବିଶ୍ୱକପ ୨୦୨୨ ଫାଇନାଲ ଖେଳିବେ ଓ ମୋତେ କେବଳ ଏତିକି କହିବାର ଅଛି ଯେ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ଭାରତକୁ ପରାସ୍ତ କରିଦେବ । ଡିଫେଣ୍ଡିଂ ଚାମ୍ପିଅନ୍ ପାଖରେ ଘରୋଇ ମାଟିର ସପୋର୍ଟ ରହିଛି ଓ ଏହା ଏପରି କିଛି ଯାହା ଗତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବିଜୟକୁ ଉଲ୍ଲେଖନୀୟ କରେ ନାହିଁ, କିନ୍ତୁ ଏହା ସେମାନଙ୍କ ପାଇଁ ଟିକିଏ ଭଲ ।”  ଏହା ବି ପଢ଼ନ୍ତୁ: ପେଟିଏମ୍ ବଦଳରେ ବର୍ତ୍ତମାନ ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଖେଳାଳି

 

ସେ ଆହୁରି ମଧ୍ୟ କହିଛନ୍ତି, "ତଥ୍ୟ ଏହା ହେଉଛି ଅନେକ ଲୋକ, ଯେଉଁଥିରେ ମୁଁ ମଧ୍ୟ ସାମିଲ ଥିଲି କି ଯେତେବେଳେ ସେମାନେ ୟୁଏଇ ଯାଇଥିଲେ, ଆଇପିଏଲ୍ ପଛରେ ସେମାନଙ୍କୁ ଯେଉଁ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା, ତେଣୁ ଜିତିବାର ସମ୍ଭାବନା କମ ଥିଲା । କିନ୍ତୁ ସେମାନେ ନିଜ ରାସ୍ତା ନିଜେ ବାହାର କଲେ । ମୋତେ ଲାଗୁଛି କାଗଜପତ୍ରରେ ତିନିଟି ଦଳ ଯେଉଁଥିରେ ସର୍ବାଧିକ ଶ୍ରେଣୀ ଓ ସର୍ବାଧିକ ମ୍ୟାଚ୍ ବିଜୟ କରୁଥିବା ଦେଖା ଯାଉଛି, ସେମାନେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ।" ଏହା ବି ପଢ଼ନ୍ତୁ: କମନୱେଲ୍ଥ ଗେମ୍ସରୁ ନିଜେ ଓହରି ଗଲେ ନୀରଜ ଚୋପ୍ରା, ଜାଣନ୍ତୁ କ'ଣ ରହିଛି କାରଣ