Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି CSK ଜଏନ କରିପାରନ୍ତି ଋଷଭ ପନ୍ତ
Advertisement
Article Detail0/zeeodisha/odisha2345174

Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି CSK ଜଏନ କରିପାରନ୍ତି ଋଷଭ ପନ୍ତ

Rishabh Pant:ଋଷଭ ପନ୍ତ ୧୪୮ ଷ୍ଟ୍ରାଇକ୍ ରେଟ୍ ରେ ୩୨୮୪ ରନ୍ କରିଛନ୍ତି। ଆଇପିଏଲରେ ସେ ଗୋଟିଏ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ପନ୍ତଙ୍କ ପାଖରେ ଅଧିନାୟକତ୍ୱ ଅଭିଜ୍ଞତା ମଧ୍ୟ ରହିଛି। ତାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ମଧ୍ୟ ୨୦୨୧ରେ ପ୍ଲେ ଅଫରେ ପହଞ୍ଚିଥିଲା।

 

Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି CSK ଜଏନ କରିପାରନ୍ତି ଋଷଭ ପନ୍ତ

IPL 2024: ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆଗାମୀ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଅଲଗା ହୋଇପାରନ୍ତି ଋଷଭ ପନ୍ତ । ପନ୍ତ ଦିଲ୍ଲୀର ସର୍ବାଧିକ ମ୍ୟାଚ୍ ଖେଳାଳି ଓ ରନ୍ ସ୍କୋରର୍। ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ପନ୍ତଙ୍କୁ ସୌରଭଙ୍କ ସମର୍ଥନ ରହିଛି, କିନ୍ତୁ ଏହା ପରେ ମଧ୍ୟ ଦିଲ୍ଲୀ ଦଳ ତାଙ୍କୁ ବଜାୟ ରଖିବ ନାହିଁ।

ଚେନ୍ନାଇ ସୁପର କିଙ୍ଗସ୍ ହାତ ଧରିପାରନ୍ତି ଋଷଭ
ଯଦି ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଅଲଗା ହୁଅନ୍ତି ତେବେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଜ ଦଳରେ ସାମିଲ କରିପାରେ। ମହେନ୍ଦ୍ର ସିଂହ ଧୋନିଙ୍କ(Mahendra Singh Dhoni) ଭବିଷ୍ୟତକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି ଏବଂ ସେ ଯେକୌଣସି ସମୟରେ ଅବସର ନେଇପାରନ୍ତି। ଏଭଳି ସ୍ଥିତିରେ ଚେନ୍ନାଇ ଦଳକୁ ଜଣେ ଭଲ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଦରକାର, ଯିଏ ଧୋନିଙ୍କ ସ୍ଥାନ ନେଇପାରିବେ। ଏଭଳି ସ୍ଥିତିରେ ପନ୍ତଙ୍କ ଠାରୁ ଭଲ ବିକଳ୍ପ ତାଙ୍କ ପାଖରେ ଆଉ କିଛି ରହିବ ନାହିଁ।

 

ଋଷଭ ପନ୍ତଙ୍କ ଆଇପିଏଲ୍ କ୍ୟାରିୟର କିଛି ଏଭଳି ରହିଛି
ଋଷଭ ପନ୍ତ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ପକ୍ଷରୁ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଦିଲ୍ଲୀର ଏକ ଅଂଶ ହୋଇ ରହିଛନ୍ତି। ଆଇପିଏଲରେ ସେ ଏପର୍ଯ୍ୟନ୍ତ ୧୧୧ ମ୍ୟାଚ୍ ଖେଳିଛନ୍ତି। ସେ ୧୪୮ ଷ୍ଟ୍ରାଇକ୍ ରେଟ୍ ରେ ୩୨୮୪ ରନ୍ କରିଛନ୍ତି। ଆଇପିଏଲରେ ସେ ଗୋଟିଏ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ପନ୍ତଙ୍କ ପାଖରେ ଅଧିନାୟକତ୍ୱ ଅଭିଜ୍ଞତା ମଧ୍ୟ ରହିଛି। ତାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ମଧ୍ୟ ୨୦୨୧ରେ ପ୍ଲେ ଅଫରେ ପହଞ୍ଚିଥିଲା।

ଆପଣଙ୍କୁ କହିରଖୁଛୁ ଯେ ଋଷଭ ପନ୍ତଙ୍କ ଦୁର୍ଘଟଣା ୨୦୨୨ ଡିସେମ୍ବରରେ ଘଟିଥିଲା । ଏହାପରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ସେ ପ୍ରାୟ ବର୍ଷେ ଧରି କ୍ରିକେଟ ପଡ଼ିଆରୁ ଦୂରରେ ଥିଲେ। ଚଳିତ ବର୍ଷ ସେ ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଛନ୍ତି।

Also Read: Mangal Nakshatra Chalan: ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!କ୍ୟାରିୟରରେ ଉନ୍ନତି ସହ ଦେଖିବେନି ଧନର ଅଭାବ

Also Read: Brain Stroke: ମୁଣ୍ଡରେ ଦେଖାଦେଉଛି କି ଏହି ଲକ୍ଷଣ, ବ୍ରେନ ଷ୍ଟ୍ରୋକର ସମ୍ଭାବନା ନୁହେଁ ତ!