BCCI ସଭାପତି ପଦରୁ ଇସ୍ତଫା ଦେବେ ସୌରଭ ଗାଙ୍ଗୁଲି! ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ
Advertisement

BCCI ସଭାପତି ପଦରୁ ଇସ୍ତଫା ଦେବେ ସୌରଭ ଗାଙ୍ଗୁଲି! ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

Sourav Ganguly: ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ପଦରୁ ଇସ୍ତଫା ଦେଇପାରନ୍ତି । ସେ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ କରିବା ଯୋଗୁଁ ଏହା ଚର୍ଚ୍ଚା ହେଉଛି ।

(ଫାଇଲ ଫଟୋ)

Sourav Ganguly News: ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ପଦରୁ ଇସ୍ତଫା ଦେଇପାରନ୍ତି । ସେ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ କରିବା ଯୋଗୁଁ ଏହା ଚର୍ଚ୍ଚା ହେଉଛି ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, "୨୦୨୨ ବର୍ଷ ହେଉଛି କ୍ରିକେଟ୍ ରେ ମୋର ୩୦ ତମ ବର୍ଷ । ମୁଁ ୧୯୯୨ ରେ ଖେଳିବା ଆରମ୍ଭ କରିଥିଲି, ସେବେଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ମୋତେ ଆପଣଙ୍କ ସମସ୍ତଙ୍କର ସମର୍ଥନ ଦେଇଛି । ମୁଁ ସେହି ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ମୋ ଯାତ୍ରାର ଏକ ଅଂଶ ହୋଇଛନ୍ତି । ମୋତେ ସମର୍ଥନ ଦେଇଛନ୍ତି ଏବଂ ମୁଁ ଆଜି ଯେଉଁଠାରେ ଅଛି ସେଠାରେ ପହଞ୍ଚିବାରେ ସାହାଯ୍ୟ କରାଇଛନ୍ତି । ଆଜି ମୁଁ ଏପରି କିଛି ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ମୁଁ ଭାବୁଛି ବୋଧହୁଏ ଅନେକ ଲୋକଙ୍କୁ ସାହାଯ୍ୟ କରିବ । ମୁଁ ଆଶା କରେ ଆପଣ ଜୀବନର ଏହି ନୂତନ ଅଧ୍ୟାୟରେ ମୋ ସହିତ ରହିବେ ।" 

 

 ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ବିସିସିଆଇର ସଭାପତି ପଦରୁ ସୌରଭ ଗାଙ୍ଗୁଲି ଇସ୍ତଫା ଦେଇନାହାଁନ୍ତି ବୋଲି ସଚିବ ଜୟ ଶାହା କହିଛନ୍ତି ।

 

ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ବିସିସିଆଇର ସଭାପତି ପଦରୁ ସୌରଭ ଗାଙ୍ଗୁଲି ଇସ୍ତଫା ଦେଇନାହାଁନ୍ତି ବୋଲି ସଚିବ ଜୟ ଶାହା କହିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଫର କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଏଭଳି ଏକ ଟ୍ୱିଟ୍ କରିଛନ୍ତି, ଯାହା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଗାଙ୍ଗୁଲି ତାଙ୍କ ପଦରୁ ଇସ୍ତଫା ଦେଇନାହାଁନ୍ତି ।

ଏହା ବି ପଢନ୍ତୁ: ପିଏମ ମୋଦିଙ୍କୁ କାହିଁକି ପଚାରିଥିଲେ ଆମ୍ବ ଖାଇବାକୁ ନେଇ ପ୍ରଶ୍ନ? ଅକ୍ଷୟ କୁମାର ଦେଲେ ଏହି ଜବାବ