ଅଧିନାୟକତ୍ୱରେ ରୋହିତ ଶର୍ମା କରିପାରନ୍ତି ଚମତ୍କାର, ୫ଟି କାରଣରୁ ଭାରତର ଟି-20 ବିଶ୍ୱକପ ଜିତିବା ନିଶ୍ଚିତ!
Advertisement
Article Detail0/zeeodisha/odisha1394428

ଅଧିନାୟକତ୍ୱରେ ରୋହିତ ଶର୍ମା କରିପାରନ୍ତି ଚମତ୍କାର, ୫ଟି କାରଣରୁ ଭାରତର ଟି-20 ବିଶ୍ୱକପ ଜିତିବା ନିଶ୍ଚିତ!

T20 World Cup 2022: ଭାରତ ଟି-20 ବିଶ୍ୱକପ ଟାଇଟଲ ଶେଷ ଥର ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ଜିତିଥିଲା । ସେବେଠାରୁ ଟିମ୍ ଇଣ୍ଡିଆ ଏହି ଟ୍ରଫିଠାରୁ ଦୂରରେ ଅଛି । କିନ୍ତୁ ଏଥର କାହାଣୀ ବଦଳିଥିବାର ଦେଖାଯାଉଛି ଓ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଟାଇଟଲ୍ ଜିତିବା ପାଇଁ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ନଜରକୁ ଆସିଛି ।

ଅଧିନାୟକତ୍ୱରେ ରୋହିତ ଶର୍ମା କରିପାରନ୍ତି ଚମତ୍କାର, ୫ଟି କାରଣରୁ ଭାରତର ଟି-20 ବିଶ୍ୱକପ ଜିତିବା ନିଶ୍ଚିତ!

ନୂଆଦିଲ୍ଲୀ: T20 World Cup 2022: ଆଉ କିଛି ଦିନର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ୱକପ ୨୦୨୨ । ଚଳିତ ଥର ଏହି ବିଶ୍ୱକପ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜନ କରାଯାଉଛି । ଭାରତ ସମେତ ଅନ୍ୟ ସମସ୍ତ ଦଳ ଏଠାରେ ପହଞ୍ଚିସାରିଛି । ଭାରତ ଟି-20 ବିଶ୍ୱକପ ଟାଇଟଲ ଶେଷ ଥର ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ଜିତିଥିଲା । ସେବେଠାରୁ ଟିମ୍ ଇଣ୍ଡିଆ ଏହି ଟ୍ରଫିଠାରୁ ଦୂରରେ ଅଛି । କିନ୍ତୁ ଏଥର କାହାଣୀ ବଦଳିଥିବାର ଦେଖାଯାଉଛି ଓ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଟାଇଟଲ୍ ଜିତିବା ପାଇଁ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ନଜରକୁ ଆସିଛି । ଏହାର ୫ଟି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି । ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା...

୧. ରୋହିତ ଶର୍ମାଙ୍କ ପରି ଅଧିନାୟକ

ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ପରି ଜଣେ ଷ୍ଟାର ଅଧିନାୟକ ଅଛନ୍ତି, ଯିଏ କଠିନ ପରିସ୍ଥିତିରେ ମଧ୍ୟ ବଡ଼ ନିଷ୍ପତ୍ତି ନିଅନ୍ତି । ଏଥି ସହିତ ରୋହିତ ଶର୍ମାଙ୍କର ଟି-20 କ୍ରିକେଟରେ ଅପାର ଅଭିଜ୍ଞତା ରହିଛି । ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟାଇଟଲ ଜିତିଛି । ସେ ବୋଲିଂକୁ ଭଲ ଭାବରେ ପରିବର୍ତ୍ତନ କରନ୍ତି ଓ DRS ନେବାରେ ମହାରଥୀ ହୋଇପାରିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୩୫ଟି ଟି-20 ମ୍ୟାଚ୍ ଜିତିଛି ।

୨. ଅର୍ଶଦୀପ ସିଂଙ୍କ ବୋଲିଂ

ବିଗତ କିଛି ସମୟ ଧରି ଡେଥ୍ ଓଭରରେ ଟିମ୍ ଇଣ୍ଡିଆର ବୋଲିଂ ସବୁଠାରୁ ବଡ଼ ସମସ୍ୟା ହୋଇଆସୁଛି । କିନ୍ତୁ ଦଳ ପାଖରେ ବୋଲର ଅର୍ଶଦୀପ ସିଂ  (Arshdeep Singh) ଅଛନ୍ତି, ଯିଏ ବିପକ୍ଷ ଦଳକୁ ଆଦୌ ସମ୍ଭାଳିବାକୁ  ସୁଯୋଗ ଦିଅନ୍ତି ନାହିଁ । ଅର୍ଶଦୀପ ଶୀଘ୍ର ଶୀଘ୍ର ନିଜର ଓଭର ଶେଷ କରି ନିଅନ୍ତି ।

୩. ନମ୍ୱର ୩ରେ ବିରାଟଙ୍କ ପରି ବ୍ୟାଟ୍ସମ୍ୟାନ୍

ଗତ ଏକ ଦଶନ୍ଧି ଧରି ଟିମ୍ ଇଣ୍ଡିଆ ପାଇଁ ତିନି ନମ୍ୱରରେ ବିରାଟ କୋହଲି (Virat Kohli) ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବରେ ଉଭା ହୋଇଛନ୍ତି । ସେ ନିଜେ ଭାରତୀୟ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଯେତେବେଳେ ସେ ନିଜ ଫର୍ମରେ ଥାଆନ୍ତି, ସେ ଯେକୌଣସି ବୋଲିଂ ଆକ୍ରମଣକୁ ଛିନଛତ୍ର କରିବାର ସାମର୍ଥ ରଖନ୍ତି । ଏସିଆ କପ୍ ୨୦୨୨ରେ ସେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି ।

୪. ଫର୍ମରେ ଅଛନ୍ତି ହାର୍ଦ୍ଦିକଙ୍କ ପରି ଅଲରାଉଣ୍ଡର

ଟିମ୍ ଇଣ୍ଡିଆ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା  (Hardik Pandya) ଓ ଅକ୍ଷର ପଟେଲ  (Axar Patel) ଙ୍କ ରୂପରେ ବିପଜ୍ଜନକ ଅଲରାଉଣ୍ଡର ଅଛନ୍ତି । ଅକ୍ଷର ପଟେଲ ଆହତ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି । ଦିଆଯାଇଥିବା ସୁଯୋଗକୁ ସେ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜରେ ସେ ୩ଟି ମ୍ୟାଚରେ ୮ ୱିକେଟ୍ ନେଇ 'ମ୍ୟାନ୍ ଅଫ୍ ଦି ସିରିଜ୍' ପୁରସ୍କାର ଜିତିଥିଲେ । ଏଥି ସହିତ ଆଇପିଏଲ୍ ୨୦୨୨ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସର୍ବୋତ୍ତମ ଖେଳ ପ୍ରଦର୍ଶନ କରୁଛନ୍ତି । ସେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ତିନୋଟି କ୍ଷେତ୍ରରେ ଟିମ୍ ଇଣ୍ଡିଆ ପାଇଁ ଫିଟ୍ ଅଟନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା କେଏଲ ରାହୁଲଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ବି ନିରାଶ କଲେ ଋଷଭ ପନ୍ତ

ଅଧିକ ପଢ଼ନ୍ତୁ:-'ବିଶ୍ୱକପ ପରେ ଆମେ ଋଷଭ ପନ୍ତଙ୍କ ସହ ବାହା କରାଇଦେବୁ', ଉର୍ବଶୀ ରୌତେଲାଙ୍କ ଇମୋସନାଲ ପୋଷ୍ଟ ଉପରେ ଫ୍ୟାନ୍ସ ନେଲେ ମଜା

ଅଧିକ ପଢ଼ନ୍ତୁ:- 'କିଛି ବଡ଼ କରିବି', ତେବେ କ'ଣ ସୌରଭ ଗାଙ୍ଗୁଲି ରାଜନୀତିରେ କରିବେ ଏଣ୍ଟ୍ରି?

 

୫. ଟିମ୍ ଇଣ୍ଡିଆ ପାଖରେ ଖତରନାକ୍ ବ୍ୟାଟ୍ସମ୍ୟାନ୍

ଭାରତୀୟ ଦଳର ବ୍ୟାଟିଂ କ୍ରମ ସମଗ୍ର ଦୁନିଆ ସବୁଠାରୁ ମଜବୁତ ବୋଲି ମନେ କରାଯାଏ । ଟିମ୍ ଇଣ୍ଡିଆ ପାଖରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ଭଳି ଟପ୍ ଅର୍ଡର ଖେଳାଳି ଅଛନ୍ତି । ଅନ୍ୟପଟେ ଟିମ୍ ଇଣ୍ଡିଆ ପାଖରେ ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତଙ୍କ ଭଳି ଘାତକ ଖେଳାଳି ରହିଛନ୍ତି । ଗେମକୁ ଫିନିଶ୍ କରିବାକୁ ଦଳରେ ଦୀନେଶ କାର୍ତ୍ତିକଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି ।