T20 World Cup 2024: ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
Advertisement
Article Detail0/zeeodisha/odisha2285270

T20 World Cup 2024: ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍

India vs Pakistan T20 World Cup 2024: ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଆଇସିସି ପୁରୁଷ ଟି-୨୦ ବିଶ୍ବପକର ୧୯ତମ  ମ୍ୟାଚ୍ ଖେଳାଯିବ।  ପଢନ୍ତୁ ପୂରା ଖବର...

ସୌଜନ୍ୟ-ସୋସିଆଲ୍ ମିଡିଆ

India vs Pakistan T20 World Cup 2024: ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଆଇସିସି ପୁରୁଷ ଟି-୨୦ ବିଶ୍ବପକର ୧୯ତମ  ମ୍ୟାଚ୍ ଖେଳାଯିବ।  ଟି-୨୦ ବିଶ୍ବକପରେ  ଉଭୟ ଦଳ ୭ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ୬ଟି ଓ ପାକିସ୍ତାନ ୧ଟି ମ୍ୟାଚ୍ ଜିତିଛି।  ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ  ଆୟର୍ଲାଣ୍ତରୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି।  ଅନ୍ୟପକ୍ଷରେ ପାକିସ୍ତାନ ଆୟୋଜକ ଆମେରିକା ନିକଟରୁ  ହାରି ବିପର୍ଯ୍ୟୟର  ସମ୍ମୁଖିନ ହୋଇଛି।  ବିଜୟୀ ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। ପୂର୍ବଭଳି ରୋହିତ ଶର୍ମା ଓ ବିରାଟ୍ ଇନିଂସ୍ ଓପନ କରିବେ।  ଋଷଭ ପନ୍ତ, ସୂର୍ଯ୍ୟ କୁମାର,ଶିବମ୍ ଦୁବେ ଓ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କୁ ନେଇ ମିଡିଲ୍ ଅର୍ଡ଼ର ବେଶ୍ ଶକ୍ତିଶାଳୀ ରହିବ। 

ALSO READ: Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ମହାଲକ୍ଷ୍ମୀ ରାଜଯୋଗ, କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଅର୍ଶିଦୀପ ସିଂ ଓ ମହମ୍ମଦ ସିରାଜ୍ ପେସ୍ ଆଟାକ୍ କରିବେ। ହାର୍ଦ୍ଦିକ୍ ପାଣ୍ତ୍ୟା ଚତୁର୍ଥ ପେସର ଦାୟିତ୍ବ ତୁଲାଇବେ। ଶିବମ୍ ଦୁବେ ମଧ୍ୟ ପେସ୍ ଅପ୍ସନ ରହିବେ। ଅକ୍ଷର ପଟେଲ ଓ ରବିନ୍ଦ ଜାଡେଜା ସ୍ପିନ୍ ଡିପୋର୍ଟମେଣ୍ଟ ସମ୍ଭାଳିବେ। ଅନ୍ୟପଟେ, ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ଦଳ ପରାଜୟରୁ ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଆମେରିକା ପରି ଏକ ଅନଭିଜ୍ଞ ଦଳ ନିକଟରୁ ପରାସ୍ତ ହେବା ପରେ ପାକିସ୍ତାନ ଖେଳାଳୀଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ଭାରତ ବିପକ୍ଷ ମ୍ୟାଚ୍ ରେ ପାକିସ୍ତାନକୁ ତ୍ରୃଟି ସୁଧାରିବାକୁ ପଡି଼ବ। ଅଧିନାୟକ ବାବର ଆଜାମ୍, ମହମ୍ମଦ ରିଜଓ୍ବାନ୍, ସାହିନ୍ ଶାହ ଆଫ୍ରିଦ୍ ଓ ମହମ୍ମଦ ଆମୀରଙ୍କ ଉପରେ ଦଳ ନିର୍ଭର କରିବ।