ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଟିମ୍; ଶିଖର ଧାୱନଙ୍କୁ ମିଳିଲା ଅଧିନାୟକତ୍ୱ
Advertisement
Article Detail0/zeeodisha/odisha1246730

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଟିମ୍; ଶିଖର ଧାୱନଙ୍କୁ ମିଳିଲା ଅଧିନାୟକତ୍ୱ

India Squad WI Tour: ବିସିସିଆଇ ଚୟନ କମିଟି ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଶିଖର ଧାୱନଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ କରାଯାଇଛି ।

ସୌ: ସୋସିଆଲ ମିଡିଆ

Team India Squad For West Indies Series 2022: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ବିସିସିଆଇର ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି । ରୋହିତ ଶର୍ମା, ଋଷଭ ପନ୍ତ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମ୍ରାଙ୍କ ପରି ବଡ ବଡ ଖେଳାଳିଙ୍କୁ ୧୭ ଜଣିଆ ଦଳରେ ବିଶ୍ରାମ ଦିଆଯାଇଛି ।

ସାତ ପଏଣ୍ଟରେ ବୁଝାନ୍ତୁ ଭାରତୀୟ ODI ଦଳର ଚୟନ

୧- ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଋଷଭ ପନ୍ତ ଓ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି ।

୨- ଶିଖର ଧାୱନଙ୍କୁ ODI ଦଳର ଅଧିନାୟକତ୍ୱ କରାଯାଇଛି ।

୩- ସଞ୍ଜୁ ସାମସନ ଟି-୨୦ ପରେ ଏକ ଦିନିକିଆ ଆନ୍ତର୍ଜାତୀୟ ଦଳକୁ ଫେରିଛନ୍ତି ।

୪- ଶୁଭମନ ଗିଲଙ୍କୁ ODI ଦଳରେ ସ୍ଥାନ ଦିଆଯାଇଛି । ଡିସେମ୍ବର ୨୦୨୨ ରେ ଶୁଭମନ ନିଜର ଶେଷ ODI ଖେଳିଥିଲେ ।

୫- ଦୀପକ ହୁଡ୍ଡା ଚୟନକର୍ତ୍ତାଙ୍କ ଦ୍ୱାରା ସ୍ଥାନ ପାଇଛନ୍ତି ଓ ଟି-୨୦ ଇଣ୍ଟରନ୍ୟାସନାଲରେ ତାଙ୍କର ଭଲ ପ୍ରଦର୍ଶନ ପରେ ସେ ODI ଦଳରେ ମନୋନୀତ ହୋଇଛନ୍ତି ।
 
୬- ମହମ୍ମଦ ସିରାଜ ODI ଦଳକୁ ଫେରିଛନ୍ତି ।

୭- ଟି-୨୦ ପରେ ଅର୍ଶଦୀପ ମଧ୍ୟ ODI ଦଳରେ ସ୍ଥାନ ପାଇଛନ୍ତି ।

fallback

ଭାରତୀୟ ODI ସ୍କ୍ୱାଡ୍
ଶିଖର ଧାୱନ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ରିତୁରାଜ ଗାଇକ୍ଵାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର  ପଟେଲ, ଆଭେଶ ଖାନ ମୋହଦ୍ ସିରାଜ, ଅର୍ଶଦୀପ ସିଂ ।

୨୨ ରୁ ୨୭ ଜୁଲାଇ ମଧ୍ୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଟ୍ରିନିଦାଦର ପୋର୍ଟ ଅଫ୍ ସ୍ପେନର ରାଣୀ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ମ୍ୟାଚ୍ ୨୨ ରେ, ଦ୍ୱିତୀୟ ମ୍ୟାଚ୍ ୨୪ ଓ ତୃତୀୟ ମ୍ୟାଚ୍ ୨୭ ଜୁଲାଇରେ ଖେଳାଯିବ ।

ଏହା ବି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଖେଳିବେ ନାହିଁ କୋହଲି ଓ ପନ୍ତଙ୍କ ସମେତ ଏସବୁ ଖେଳାଳୀ

ଏହା ବି ପଢ଼ନ୍ତୁ: BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ,ବାଜି ମାରିଲେ ଛାତ୍ରୀ