Team India Schedule: ଭାରତୀୟ ଦଳ ଟି-୨୦ ବିଶ୍ୱକପ ପୂର୍ବରୁ ମୋଟ ୧୦ଟି ଟି-୨୦ ମ୍ୟାଚ୍ ଖେଳିବ । ଚାରିମାସ ଧରି ଟିମ୍ ଇଣ୍ଡିଆ କ୍ରିକେଟ୍ ପଡ଼ିଆରେ ନଜର ଆସିବେ ।
Trending Photos
Team India Schedule: ଭାରତୀୟ ଦଳର ଆଖି ଏବେ ମିଶନ-୨୦୨୪ ଉପରେ ସ୍ଥିର ହୋଇଛି । ୪ ଜୁନରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପର ଏହା ହେଉଛି ମିଶନ । ଦିନିକିଆ ବିଶ୍ୱକପ ପରାଜୟ ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଗତି ଟି-୨୦ ଆଡକୁ ଗତି କରିଛି । ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ମୋଟ ୧୦ଟି ଟି-୨୦ ମ୍ୟାଚ୍ ଖେଳିବ । ବାସ୍ତବରେ, ବିଶ୍ୱକପ୍ ୨୦୨୩ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ମୋଟ ୧୧ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଖେଳାଯାଇ ସାରିଛି, ସେଥିପାଇଁ ଆଉ ୧୦ଟି ମ୍ୟାଚ୍ ବାକି ଅଛି ।
ଦିନିକିଆ ବିଶ୍ୱକପରେ ପରାଜୟ ପରେ ଭାରତୀୟ ଦଳର ଅନେକ ବରିଷ୍ଠ ଖେଳାଳି ଏବେ ବିଶ୍ରାମ ନେଉଛନ୍ତି । ଏହି ସିରିଜ୍ ପରେ ଆଉ ୬ଟି ଟି-୨୦ ମ୍ୟାଚ୍ ବାକି ରହିବ । ଦେଖିବାକୁ ବାକି ରହିଲା ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ ମିଶନ-୨୦୨୪ ପାଇଁ ଦଳକୁ ଫେରିବେ କି ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆହତ ହୋଇଛନ୍ତି ଓ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମୁଖ୍ୟ ପ୍ରଶିକ୍ଷକଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।
ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ
ଭାରତ ଅଷ୍ଟ୍ରେଲିଆ ଗସ୍ତ (୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍)
ପ୍ରଥମ ଟି-୨୦ - ୨୩ ନଭେମ୍ବର (ବିଶାଖାପାଟନମ୍) (ଭାରତ 2 ୱିକେଟ୍ ଜିତିଛି)
ଦ୍ୱତୀୟ ଟି-୨୦- ୨୬ ନଭେମ୍ବର (ଥିରୁବନନ୍ତପୁରମ୍)
ତୃତୀୟ ଟି-୨୦ - ୨୮ ନଭେମ୍ବର (ଗୁଆହାଟି)
ଚତୁର୍ଥ ଟି-୨୦ - ୧ ଡିସେମ୍ବର (ରାୟପୁର)
ପଞ୍ଚମ ଟି-୨୦ - ୩ ଡିସେମ୍ବର (ବେଙ୍ଗାଲୁରୁ)
ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ
ପ୍ରଥମ ଟି-୨୦- ୧୦ ଡିସେମ୍ବର (ଡର୍ବାନ୍)
ଦ୍ୱତୀୟ ଟି-୨୦- ୧୨ ଡିସେମ୍ବର (କେବେରା)
ତୃତୀୟ ଟି-୨୦- ୧୪ ଡିସେମ୍ବର (ଜୋହାନ୍ସବର୍ଗ)
ପ୍ରଥମ ଦିନିକିଆ- ୧୭ ଡିସେମ୍ବର (ଜୋହାନ୍ସବର୍ଗ)
ଦ୍ୱିତୀୟ ଦିନିକିଆ- ୧୯ ଡିସେମ୍ବର (କେବେରା)
ତୃତୀୟ ଦିନିକିଆ - ୨୧ ଡିସେମ୍ବର (ପାର୍ଲ)
ପ୍ରଥମ ଟେଷ୍ଟ- ୨୬ରୁ ୩୦ ଡିସେମ୍ବର (ସେଞ୍ଚୁରିଅନ୍)
ଦ୍ୱିତୀୟ ଟେଷ୍ଟ- ୩ ରୁ ୭ ଜାନୁଆରୀ (କେପ୍ ଟାଉନ୍)
ଆଫଗାନିସ୍ତାନର ଭାରତ ଗସ୍ତ
ପ୍ରଥମ ଟି-୨୦- ୧୧ ଜାନୁଆରୀ, ମୋହାଲି
ଦ୍ୱିତୀୟ ଟି-୨୦- ୧୪ ଜାନୁଆରୀ, ଇନ୍ଦୋର
ତୃତୀୟ ଟି-୨୦ - ୧୭ ଜାନୁଆରୀ, ବେଙ୍ଗାଲୁରୁ
ଇଂଲଣ୍ଡର ଭାରତ ଗସ୍ତ
ପ୍ରଥମ ଟେଷ୍ଟ- ୨୫ରୁ ୨୯ ଜାନୁଆରୀ, ହାଇଦ୍ରାବାଦ
ଦ୍ୱିତୀୟ ଟେଷ୍ଟ- ୨ ରୁ ୬ ଫେବୃଆରୀ, ବିଶାଖାପାଟନମ୍
ତୃତୀୟ ଟେଷ୍ଟ- ୧୫ ରୁ ୧୯ ଫେବୃଆରୀ, ରାଜକୋଟ
ଚତୁର୍ଥ ଟେଷ୍ଟ- ୨୩ରୁ ୨୭ ଫେବୃଆରୀ, ରାଞ୍ଚି
ପଞ୍ଚମ ଟେଷ୍ଟ- ୭ରୁ ୧୧ ମାର୍ଚ୍ଚ, ଧର୍ମଶାଳା
ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ କ୍ରମାଗତ ଚାରି ମାସ ଧରି ଭାରତୀୟ ଦଳ ଭୟଙ୍କର କ୍ରିକେଟ୍ ଖେଳିବାକୁ ଯାଉଛି । ଏହି ଅବଧି ମଧ୍ୟରେ, ୧୦ଟି ଟି-୨୦, ତିନୋଟି ODI ଓ ସାତୋଟି ଟେଷ୍ଟ ମ୍ୟାଚ୍ ଖେଳିବା ବାକି ଅଛି । ଏହା ପରେ, ମାର୍ଚ୍ଚ ଶେଷରେ IPL 2024 ପୁଣି ଆରମ୍ଭ ହେବ । ଆଇପିଏଲ୍ ପରେ ତୁରନ୍ତ ୪ ଜୁନରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ । ଏଥର ଟି-୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକା ଦ୍ୱାରା ଆୟୋଜିତ ହେବ ।