ଶିଖର ଧାୱନଙ୍କ (Shikhar Dhawan) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କା ଗସ୍ତ କରିବ । ଯେଉଁଠାରେ ଦଳକୁ ତିନୋଟି ODI ଓ ତିନୋଟି ଟି -20 ମ୍ୟାଚ୍ ଖେଳିବାକୁ ପଡିବ । ଏହି ଗସ୍ତରେ ଅନେକ ନବାଗତ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି ।
Trending Photos
ନୂଆଦିଲ୍ଲୀ: ଶିଖର ଧାୱନଙ୍କ (Shikhar Dhawan) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କା ଗସ୍ତ କରିବ । ଯେଉଁଠାରେ ଦଳକୁ ତିନୋଟି ODI ଓ ତିନୋଟି ଟି -୨୦ ମ୍ୟାଚ୍ ଖେଳିବାକୁ ପଡିବ । ଏହି ଯାତ୍ରା ପାଇଁ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଗସ୍ତରେ ଅନେକ ନବାଗତ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି । ନୀତୀଶ ରାଣା, କୃଷ୍ଣପ୍ପା ଗୌତମ ମଧ୍ୟ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ (Team India) ସୁଯୋଗ ପାଇଛନ୍ତି । ଏହି ଟୁର୍ ରେ ପାଞ୍ଚ ଜଣ ନେଟ୍ ବୋଲର ଇଶାନ୍ ପୋରେଲ୍, ସନ୍ଦୀପ ୱାରିଅର୍, ଅର୍ଶଦୀପ ସିଂ, ସାଇ କିଶୋର ଓ ସିମରଜିତ ସିଂ (Simarjeet Singh) ମଧ୍ୟ ଯୋଗଦେବେ ।
ଏହି ପାଞ୍ଚ ଜଣ ନେଟ୍ ବୋଲରଙ୍କ ମଧ୍ୟରୁ ଇଶାନ୍, ସନ୍ଦୀପ, ଅର୍ଶଦୀପ ଓ ସାଇ କିଶୋର ଆଇପିଏଲ୍ ମାଧ୍ୟମରେ ନିଜର ନାମ ଅର୍ଜନ କରିଛନ୍ତି ଓ ଏହି ନାମ ସମସ୍ତଙ୍କ ପାଇଁ ଟିକେ ପରିଚିତ । କିନ୍ତୁ ଏହି ଗସ୍ତରେ ସମସ୍ତଙ୍କ ପାଇଁ ଏକ ନୂଆ ନାମ ଯୋଡି ହୋଇଛି । ଓ ତାହା ହେଉଛି ସିମରଜିତ ସିଂ । ଶ୍ରୀଲଙ୍କା ଗସ୍ତ (Sri Lanka Tour) ପାଇଁ ଭାରତୀୟ ଦଳରେ ୨୩ ବର୍ଷୀୟ ଡାହାଣହାତୀ ମିଡ଼ିଅମ ପେସର (Right-handed medium pacer) ସିମରଜିତଙ୍କ ନାମ ସମ୍ପୂର୍ଣ୍ଣ ନୂଆ ଅଟେ । ଦିଲ୍ଲୀର ଏହି ବୋଲର ପ୍ରଥମ ଥର ପାଇଁ ସିନିୟର ଦଳର ଏକ ଅଂଶ ହେବାକୁ ଯାଉଛନ୍ତି ।
ଅଧିକ ପଢ଼ନ୍ତୁ: ବେଙ୍ଗଲରେ BJP କୁ ବଡ ଝଟକା, ମମତାଙ୍କ ଉପସ୍ଥିତିରେ TMC କୁ ଫେରିଲେ ମୁକୁଲ ରୟ
୨୦୧୮ ରେ କରିଥିଲେ ଡେବ୍ୟୁ
ବିଜୟ ହଜାରେ ଟ୍ରଫିର ଶେଷ ସିଜନରେ ଏହି ବୋଲର ହାରାହାରି ୨୮.୪୫ ଓ ୫.୬୫ ଇକୋନମି ସହ ୧୧ ଟି ୱିକେଟ୍ ନେଇଥିଲେ । ସେ ଦିଲ୍ଲୀ ପାଇଁ ସିଜନର ଦ୍ୱିତୀୟ ମିଳିତ ସର୍ବାଧିକ ୱିକେଟ୍ ନେଇଥିଲେ । ସେପ୍ଟେମ୍ବର ୨୦୧୮ ରେ ସୌରାଷ୍ଟ୍ର ବିପକ୍ଷରେ ଲିଷ୍ଟ-ଏ ମ୍ୟାଚରେ ସିମରଜିତ୍ ନିଜର ଡେବ୍ୟୁ କରିଥିଲେ । ସେ ଦିଲ୍ଲୀ ପାଇଁ ୧୦ ଟି ପ୍ରଥମ ଶ୍ରେଣୀ, ୧୯ ଟି ଲିଷ୍ଟ-ଏ ଓ ୧୫ ଟି -୨୦ ମ୍ୟାଚ୍ ଖେଳିଛନ୍ତି । ଏହି ବୋଲର ୩୭ ଟି ପ୍ରଥମ ଶ୍ରେଣୀ, ୧୯ ଲିଷ୍ଟ-ଏ ଓ ୧୮ ଟି -୨୦ ୱିକେଟ୍ ନେଇଛନ୍ତି । ସେ ଚାରି ୱିକେଟ୍ ହଲରେ ଓ ପ୍ରଥମ ଶ୍ରେଣୀରେ ଥରେ ପାଞ୍ଚ ୱିକେଟ୍ ହଲରେ ଜଡିତ ଥିବାବେଳେ ଲିଷ୍ଟ-ଏରେ ଥରେ ଚାରି ୱିକେଟ୍ ନେଇଛନ୍ତି ।
ଅଧିକ ପଢ଼ନ୍ତୁ: Covaxin କୁ ଝଟକା! ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲା ନାହିଁ ଆମେରିକା
ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ - ଶିଖର ଧାୱନ (କ୍ୟାପଟେନ୍), ଭୂବନେଶ୍ୱର କୁମାର (ଉପ-କ୍ୟାପଟେନ), ପୃଥ୍ଵୀ ଶ, ଦେବଦତ୍ତ ପାଡିକଲ, ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ କିଶାନ, ସଞ୍ଜୁ ସାମସନ୍ , ରାହୁଲ ଚହର, କୃଷ୍ଣପ୍ପା ଗୌତମ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି ଓ ଚେତନ ସାକାରିଆ ।
ନେଟ୍ ବୋଲର୍ସ- ଇଶାନ୍ ପୋରେଲ୍, ସନ୍ଦୀପ ୱାରିଅର୍, ଅର୍ଶଦୀପ ସିଂ, ସାଇ କିଶୋର ଓ ସିମରଜିତ୍ ସିଂ ।