WTC Match: ଇଂଲଣ୍ଡ ଗଲେ ଜୟସ୍ୱାଲ, ଲେଖିଲେ ଭାବପୂର୍ଣ୍ଣ ପୋଷ୍ଟ
Advertisement

WTC Match: ଇଂଲଣ୍ଡ ଗଲେ ଜୟସ୍ୱାଲ, ଲେଖିଲେ ଭାବପୂର୍ଣ୍ଣ ପୋଷ୍ଟ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା ପାଇଁ ଜସଶ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ଇଂଲଣ୍ଡ ଅଭିମୂଖେ ଯାତ୍ରା କରିଛନ୍ତି। ଆସନ୍ତା ୭ ତାରିଖରୁ ଇଂଲଣ୍ଡର ଦି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ଓଭାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ତେବେ ଯାତ୍ରା ପୂର୍ବରୁ ଭାବୂକ କରିବା ଭଳି ଏକ ପୋଷ୍ଟ କରିଛନ୍ତି ଜୟସ୍ୱାଲ। ପୋଷ୍ଟରେ ରୋହିତ

WTC Match: ଇଂଲଣ୍ଡ ଗଲେ ଜୟସ୍ୱାଲ, ଲେଖିଲେ ଭାବପୂର୍ଣ୍ଣ ପୋଷ୍ଟ

WTC Final: ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା ପାଇଁ ଜସଶ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ଇଂଲଣ୍ଡ ଅଭିମୂଖେ ଯାତ୍ରା କରିଛନ୍ତି। ଆସନ୍ତା ୭ ତାରିଖରୁ ଇଂଲଣ୍ଡର ଦି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ଓଭାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ତେବେ ଯାତ୍ରା ପୂର୍ବରୁ ଭାବୂକ କରିବା ଭଳି ଏକ ପୋଷ୍ଟ କରିଛନ୍ତି ଜୟସ୍ୱାଲ। ପୋଷ୍ଟରେ ରୋହିତ ଶର୍ମାଙ୍କ ସହିତ ନିଜର ଏକ ଫୋଟକୁ ପୋଷ୍ଟକୁ ସେୟାର କରିଛନ୍ତି ଜୟସ୍ୱାଲ। ଏହା ସହିତ ଏକ ଇମୋସନାଲ ପୋଷ୍ଟ ମଧ୍ୟ କରିଛନ୍ତି। 

ଜୟସ୍ୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଇଂଲଣ୍ଡ ଯାଉଛୁ। କେବଳ ଆଉ କେବଳ ରୋହିତ ଶର୍ମାଙ୍କ ସହିତ...। ଏଠାରେ କହି ରଖୁ କି ଷ୍ଟାଣ୍ଡବାୟ ଭାବେ ଜୟସ୍ୱାଲ ଦଳରେ ସାମିଲ ହୋଇଛନ୍ତି। ଆଇପିଏଲ୍ ୨୦୨୩ରେ ଯଶସ୍ୱୀ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେ ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ତାଜୁବ କରିଦେଇଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳରେ ଷ୍ଟାଣ୍ଡବାୟ ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସିଜିନର ଆଇପିଏଲରେ ଜୟସ୍ୱାଲ ଚମତ୍କାର ବ୍ୟାଟିଂ କରି ମୋଟ ୬୨୫ ରନ୍ ସ୍କୋର କରିଥିଲେ। ଜୟସ୍ୱାଲଙ୍କ ବ୍ୟାଟରୁ ଗୋଟିଏ ଶତକ ମଧ୍ୟ ବାହାରିଥିଲା।

ଜୟସ୍ୱାଲଙ୍କୁ ପ୍ରଶଂସା କରିଥିଲେ ଜୋ ରୁଟ
ଇଂଲଣ୍ଡ ଏବଂ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ବିଶ୍ୱାସ କରନ୍ତି ଯେ ଯୁବ ଓପନର୍ ଯଶାସଭି ଜୟସ୍ୱାଲ ବହୁତ ଦକ୍ଷ ଏବଂ ଖୁବ୍ ଶୀଘ୍ର ଭାରତ ପାଇଁ ଖେଳିବେ। ପିଟିଆଇକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ରୁଟ୍ କହିଥିଲେ। 'ଖୁବ୍ ଶୀଘ୍ର ଆପଣ ତାଙ୍କୁ ଭାରତ ପାଇଁ ଖେଳୁଥିବା ଦେଖିବେ। ତାଙ୍କ ବିଷୟରେ ସବୁଠାରୁ ପ୍ରଭାବଶାଳୀ କଥା ହେଉଛି ସେ ରନ୍ ପାଇଁ କ୍ଷୁଧା ଅନୁଭବ କରନ୍ତି ଏବଂ ତାଙ୍କ ଦକ୍ଷତା ଉପରେ ବିଶ୍ୱାସ ଅଛି।' ସେ କହିଥିଲେ, 'ସେ କ୍ରମାଗତ ଭାବରେ ଶିଖୁଛନ୍ତି ଏବଂ ତାଙ୍କର ମନୋଭାବ ମଧ୍ୟ ଭଲ। ସେ ଅନ୍ୟ ଖେଳାଳିଙ୍କଠାରୁ ଶିଖନ୍ତି। ଏହି ସମୟରେ ତାଙ୍କ ଖେଳରେ କୌଣସି ଦୁର୍ବଳତା ନାହିଁ। ସେ ସ୍ପିନର ଏବଂ ଦ୍ରୁତ ବୋଲର ଖେଳିଛନ୍ତି ଏବଂ ତାଙ୍କର ଆତ୍ମବିଶ୍ୱାସ ଦୃଶ୍ୟମାନ ହେଉଛି।

WTC ପାଇଁ ଅଷ୍ଟ୍ରେଲିଆ ଦଳ
ପ୍ୟାଟ କମିନ୍ସ, ସ୍କଟ ବୋଲେଣ୍ଡ,ଏଲେକ୍ସ କେରୀ, କ୍ୟାମେରୁନ ଗ୍ରୀନ,  ମାର୍କସ ହାରିସ, ଜୋସ ହେଜଲଉଡ଼, ଟ୍ରେଭିସ ହେଡ଼, ଜୋସ ଇଂଲିସ, ଉସମାନ ଖ୍ୱାଜା, ମାରନସ ଲାବୁସେନ, ନାଥନ ଲିୟୋନ, ଟାଡ଼ ମର୍ଫି, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଡେଭିଡ଼ ଓ୍ୱାର୍ଣ୍ଣର

ଷ୍ଟାଣ୍ଡବାୟ: ମିଚ ମାର୍ଶ, ମେଥ୍ୟୁ ରେନସ

ଭାରତୀୟ ଦଳ
ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ଇଶାନ କିଶାନ

ଷ୍ଟାଣ୍ଡ ବାୟ ଖେଳାଳି
ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ, ଯଶସ୍ୱୀ ଜୟସ୍ୱାଲ