ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି
Advertisement
Article Detail0/zeeodisha/odisha2509864

ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚକ୍ଷମତାପନ୍ନ କମିଟି ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୭୨୫ କୋଟି ୬୨ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

ଭୁବନେଶ୍ୱର: ରାଜ୍ୟରେ ଅଗ୍ନିଶମ ସେବାକୁ ଅତ୍ୟୁାଧୁନିକ କରିବା ପାଇଁ କେନ୍ଦ୍ର ସରକାର ୨୦୧ କୋଟି ୧୦ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚକ୍ଷମତାପନ୍ନ କମିଟି ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୭୨୫ କୋଟି ୬୨ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହିକ୍ରମରେ ପଶ୍ଚିମବଙ୍ଗ ପାଇଁ ସର୍ବାଧିକ ୩୭୬ କୋଟି ୭୬ ଲକ୍ଷ ଏବଂ ଛତିଶଗଡ଼ ଲାଗି ୧୪୭.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଦୁର୍ବିପାକ ସମୟରେ ଅଗ୍ନିଶମ ସେବାର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥାଏ। ଲୋକଙ୍କୁ ଉଦ୍ଦଶର କରିବା ହେଉ ବା ପରିସ୍ଥିତିକୁ ସ୍ୱଭାବିକ କରିବା ହେଉ ସବୁଥିରେ ଅଗ୍ନିଶମ ସେବା କର୍ମଚାରୀଙ୍କ ଆବଶ୍ୟକତା ଅନୁଭବ କରିଥାଆନ୍ତି ଲୋକେ। ଏହି କ୍ରମରେ ଭାରତରେ ଦୁର୍ବିପାକ ନିରୋଧି ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ଜାତୀୟ ବିପର୍ଯ୍ୟୟ ନିରୋଧି ପାଣ୍ଠି ଲାଗି ୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥିରେ ରାଜ୍ୟମାନଙ୍କରେ ଅଗ୍ନିଶମ ସେବାକୁ ଅତ୍ୟାଧୁନିକ କରିବା ଲାଗି ପ୍ରସ୍ତାବ ରହିଛି। ଏହିକ୍ରମରେ ୧୫ ରାଜ୍ୟରୁ ଆସିଥିବା ୨୫୪୨ କୋଟି ୧୨ ଲକ୍ଷ ଟଙ୍କାର ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା  ସୂଚନା ମିଳିଛି। ଉଚ୍ଚ କ୍ଷମତାପନ୍ନ କମିଟିର ନିଷ୍ପତ୍ତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

Also Read- Top 10 News: ଝାଡ଼ଖଣ୍ଡରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- Budh Gochar 2024: ବୁଧଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ