Odisha News: ପୋଲିସ ଡିଏସପି ସ୍ତରରେ ଅଦଳ ବଦଳ
Advertisement
Article Detail0/zeeodisha/odisha2153579

Odisha News: ପୋଲିସ ଡିଏସପି ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଓଡ଼ିଶା ପୁଲିସ ସେବା ବା ଓପିଏସ କ୍ୟାଡ଼ର ପୋଲିସ ଅଧିକାରୀଙ୍କ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ଜାରି କରାଯାଇଛି।  ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱରସ୍ଥିତ ଏସଓଜି

Odisha News: ପୋଲିସ ଡିଏସପି ସ୍ତରରେ ଅଦଳ ବଦଳ

Odisha News: ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଓଡ଼ିଶା ପୁଲିସ ସେବା ବା ଓପିଏସ କ୍ୟାଡ଼ର ପୋଲିସ ଅଧିକାରୀଙ୍କ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ଜାରି କରାଯାଇଛି। 

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱରସ୍ଥିତ ଏସଓଜିରେ ଡିଏସପି ଭାବେ କାର୍ଯ୍ୟରତ ଆକାଶ ଚନ୍ଦ୍ର ସାହୁଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଡିଏସପି ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଭୁବନେଶ୍ୱରର ସିଏଡବ୍ଲ୍ୟୁରେ ଡିଏସପି ସବିତାରାଣୀ ଜେନାଙ୍କୁ ବୈରୀସ୍ଥିତ ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡିଏସପି, କଟକସ୍ଥିତ ଏଚଆରପିସିରେ କାର୍ଯ୍ୟରତ ରଜନୀକାନ୍ତ ମଲ୍ଲିକଙ୍କୁ ନୟାଗଡ଼ ପୁଲିସ ଟ୍ରେନିଂ କେନ୍ଦ୍ରର ଡିଏସପି ଭାବେ ବଦଳି ହୋଇଛି । କଟକ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକଙ୍କୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ଡିଏସପି ଭାବେ ବଦଳି ହୋଇଛି। ସେହିପରି ସଙ୍ଗୀତା ଟପ୍ପୋଙ୍କୁ ଅନୁଗୁଳ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସପି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି।