ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦାବି ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ଯାଏଁ ଗୃହ ମୁଲତବୀ
Advertisement
Article Detail0/zeeodisha/odisha2398041

ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦାବି ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ଯାଏଁ ଗୃହ ମୁଲତବୀ

Assembly: ରାଜ୍ୟରେ ଏସସି, ଏସଟି ଓ ଓବିସି ବର୍ଗ ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ଅଟନ୍ତି। ମାତ୍ର ସେମାନଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ମିଳିପାରି ନାହିଁ।

ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦାବି ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଉଦ୍ଦିଷ୍ଟ ସଂରକ୍ଷଣକୁ ସୁନିଶ୍ଚିତ ଦାବିରେ ଆଜି ବିରୋଧୀ ବିଧାୟକ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି । ଗୃହରେ କାଗଜ ଫିଙ୍ଗିବା ସହ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଛନ୍ତି । ଆସନ୍ତା ୨୯ ତାରିଖରୁ ଏମବିବିଏସ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଉପୋରକ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚିତ ସଂରକ୍ଷଣ ମିଳିନାହିଁ । ତେଣୁ ଏହି ନାମଲେଖା ପ୍ରକ୍ରିୟାକୁ ବାତିଲ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ବିରୋଧୀ ଦାବି କରିଛନ୍ତି । ଏପଟେ ବିରୋଧୀଙ୍କ ହୋ ହାଲ୍ଲା ମଧ୍ୟରେ ମନ୍ତ୍ରୀମାନେ ଗୃହରେ କାଗଜ ଓ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରଥମେ ୧୦ଟା ୫୭ରୁ ୧୧ଟା ୫୭ ଓ ପରେ ୧୨ଟା ୪ରୁ ୪ ଟା ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୂଲତବୀ ଘୋଷଣା କରିଛନ୍ତି।

ଆଜି ପ୍ରଶ୍ନକାଳ ନଥିବା ବେଳେ ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ ଉପରୋକ୍ତ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ରାଜ୍ୟରେ ଏସସି, ଏସଟି ଓ ଓବିସି ବର୍ଗ ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ଅଟନ୍ତି । ମାତ୍ର ସେମାନଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ମିଳିପାରି ନାହିଁ । ବିଶେଷକରି ଏସସି, ଏସଟି ବର୍ଗଙ୍କୁ ସଂଖ୍ୟାନୁପାତରେ ୩୮.୭୫% ସଂରକ୍ଷଣ ପରିବର୍ତ୍ତେ ଉଚ୍ଚଶିକ୍ଷା କ୍ଷେତ୍ରରେ ମାତ୍ର ୨୦% ସଂରକ୍ଷଣ ପ୍ରଦାନ କରାଯାଉଛି l ସେହିଭଳି ରାଜ୍ୟର ଅଧା ଜନ ସଂଖ୍ୟାର ପ୍ରତିନିଧିତ୍ଵ କରୁଥିବା ପଛୁଆ ବର୍ଗଙ୍କୁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ l ସେମାନଙ୍କୁ ୨୭% ସଂରକ୍ଷଣ ନେଇ ନିୟମ ରହିଥିଲେ ବି ଏହାକୁ ବର୍ଷ ବର୍ଷ ଧରି ଅନୁପାଳନ କରାଯାଉ ନାହିଁ l ଏହାଫଳରେ ସେମାନେ ମେଡିକାଲ ନାମଲେଖା କ୍ଷେତ୍ରରେ ନିଜ ଅଧିକାର ପାଇପରୁ ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ବିଜେଡି ବିଧାୟକ ଅରୁଣ କୁମାର ସାହୁ ମଧ୍ୟ ସମାନ ଦାବି ରଖିଥିଲେ । ଏହାପରେ ବିରୋଧୀ ବିଧାୟକ ମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ୧୦ଟା ୫୭ରୁ ୧୧ଟା ୫୭ ଏବଂ ପରେ ୧୨ଟା ୦୪ରୁ ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବି ରଖିଛନ୍ତି ।