Odisha News: ବିଜେପିର ମେଗା ଅଭିଯାନ, ଆଜିଠୁ ରାଜ୍ୟରେ ସଦସ୍ୟତା ଅଭିଯାନ
Advertisement
Article Detail0/zeeodisha/odisha2412308

Odisha News: ବିଜେପିର ମେଗା ଅଭିଯାନ, ଆଜିଠୁ ରାଜ୍ୟରେ ସଦସ୍ୟତା ଅଭିଯାନ

Odisha News: ଆଜି ଠାରୁ ରାଜ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିବ ବିଜେପି। ମୁଖ୍ୟମନ୍ତ୍ରୀ ମୋହମ ମାଝି ଏହି ବିଶାଳ ସାମୂହିକ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ଏଥିରେ କୋଟିଏ ଲୋକଙ୍କୁ ଯୋଡିବାର ଯୋଜନା ରହିଛି। ସଦସ୍ୟତା ଅଭିଯାନ ଜରିଆରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ସଂଗଠନକୁ ବଳୁଆ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ବୁଥ୍ ସ୍ତରରେ କମିଟି ଗଢି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଉଛି ଦଳ।

୮୮୦୦୦୦୨୦୨୪ ନମ୍ବରରେ କଲ କରି ସଦସ୍ୟ ହୋଇ ପାରିବେ । ଘରକୁ ଘର ଯାଇ ସମାଜର ସବୁ ସ୍ତରର ଲୋକଙ୍କୁ ସଦସ୍ୟ କରାଯିବ । ଗତ ୧୦ ବର୍ଷରେ ୧୮ କୋଟି ସଦସ୍ୟଙ୍କ ସହ ବିଜେପି ବିଶ୍ୱରେ ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଓଡିଶାରେ ପ୍ରାୟ ୪୨ ଲକ୍ଷ ସଦସ୍ୟ ରହିଛନ୍ତି । ସଦଶ୍ୟତା ଅଭିଯାନରେ ଆହୁରି ଅଧିକ ସାମିଲ ହେବାକୁ ଆୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଓ ଅକ୍ଟୋବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସଦଶ୍ୟତା ଅଭିଯାନ ଅନୁଷ୍ଠିତ ହେବ।