କାଳ ହେଉଛି ବଜ୍ରପାତ ! ଗୋଟିଏ ଦିନରେ ୧୦ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
Advertisement
Article Detail0/zeeodisha/odisha2388955

କାଳ ହେଉଛି ବଜ୍ରପାତ ! ଗୋଟିଏ ଦିନରେ ୧୦ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ବିଭିନ୍ନ ସ୍ଥାନରେ ବଜ୍ରପାତ କାରଣରୁ ୯ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ୧୦ରୁ ଅଧିକ ଆହତ ହୋଇଛନ୍ତି 

କାଳ ହେଉଛି ବଜ୍ରପାତ ! ଗୋଟିଏ ଦିନରେ ୧୦ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Lightning Strike: ବଜ୍ରପାତ ହେଲା କାଳ କ୍ଷେତରେ ଟଳି ପଡିଲେ ଚାଷୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ସମୟରେ ବଜ୍ରପାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି ।  ମୟୂରଭଞ୍ଜ ସିଙ୍ଗାରାପୁରା ଗାଁରେ ଦମ୍ପତି ପ୍ରାଣ ହରାଇଥିବା ସମୟରେ ଭଦ୍ରକ ଆଗରପଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଖବର ମୁତାବକ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ସିଙ୍ଗାରାପୁରା ଗାଁର ବାସିନ୍ଦା ଲକ୍ଷ୍ମଣ ମୁର୍ମୁ ନିଜ ପତ୍ନୀ ସାକର ମୁର୍ମୁଙ୍କ ସହ ବିଲରେ ଧାନ ରୁଆ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବିଲରେ ଟଳି ପଡିଥିଲେ ଦମ୍ପତ୍ତି । ନିକଟ ବିଲରେ ଚାଷ କରୁଥିବା ଚାଷୀମାନେ ଏହା ଦେଖି ଧାଇଁ ଆସିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ସେମାନଙ୍କୁ ତୁରନ୍ତ ବିଲରୁ ଉଦ୍ଧାର କରି ବେତନଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି, ଭଦ୍ରକ ଜିଲ୍ଲା ଆଗରପଡ଼ା ଅନ୍ତର୍ଗତ ସାହୁପଡ଼ା ଗାଁରେ ଜଣେ ବ୍ୟକ୍ତି ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଚକ୍ରଧର ଦାସ ବୋଲି ଜଣାପଡିଛି । ସାହୁପଡ଼ା କେନାଲ ବ୍ରିଜ୍‌ ନିକଟରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ଫଳରେ ସେଠାରେ ହିଁ ସେ ଟଳିପଡିଥିଲେ । ସେହି ସମୟରେ ପାଖ ବିଲରେ ଅମର ସେଠୀ ନାମକ ଜଣେ ବ୍ୟକ୍ତି ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ବଜ୍ରାଘାତ କାରଣରୁ ହେମନ୍ତ ବାରିକଙ୍କ ମୃତ୍ୟୁ ହୋଇଛି । କାଣ୍ଡଗରଡ଼ି ପଞ୍ଚାୟତର ହିମାଂଶୁ ବାରିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । 

କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡ଼ିଆମ୍ବ ଗାଁରେ ଜଣେ ନାବାଳକ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛି । କେନ୍ଦ୍ରାପଡ଼ା ରାଜକନିକା ଅନ୍ତର୍ଗତ ଗୁଆଳି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ଅନ୍ତର୍ଗତ ତୋଲଡ଼ି ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କଟକ ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ଟିକରା ଗାଁରେ ଜଣଙ୍କର ବଜ୍ରପାତ ଜନିତ ମୃତ୍ୟୁ ହୋଇଛି । ବରଗଡ଼ ବରପାଲି ବ୍ଲକ ମୁନୁବନ୍ଧରେ ବଜ୍ରପାତ ହେବାରୁ ୧୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ବରପାଲି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ, ବଜ୍ରପାତ ଜନିତ ଘଟଣା ତଥା ମୃତାହତଙ୍କ ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସମସ୍ତ ୯ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏଥିସହ ଆହତଙ୍କ ଚିକିତ୍ସା ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Also Read- IAF Recruitment 2024: ଦଶମ ପାସ୍ କରିଥିଲେ ଖୁସି ଖବର, ବାୟୁସେନାରେ ନିଯୁକ୍ତି ସୁଯୋଗ

Also Read- Grah Gochar 2024: ୯ ମାସ ପର୍ଯ୍ୟନ୍ତ ୭ଟି ରାଶିର ବ୍ୟକ୍ତି ରହିବେ ଲାଭରେ