Crime News: କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଧରାପଡିଲେ ୧୧ ଲୁଟେରା
Advertisement
Article Detail0/zeeodisha/odisha2202775

Crime News: କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଧରାପଡିଲେ ୧୧ ଲୁଟେରା

Crime News: କେନ୍ଦୁଝର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୧୧ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । ସମସ୍ତଙ୍କୁ କାବୁ କରିବା ପରେ ସେମାନଙ୍କ ନିକଟରୁ ୨୫ ଶହ ଟଙ୍କା, ଲୁହା ରଡ୍, ତଲୱାର ସହ ଅନେକ ପ୍ରକାରର ମାରଣାସ୍ତ୍ର ଜବତ ହୋଇଛି 

Crime News: କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଧରାପଡିଲେ ୧୧ ଲୁଟେରା

Crime News: କେନ୍ଦୁଝର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୧୧ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । ସମସ୍ତଙ୍କୁ କାବୁ କରିବା ପରେ ସେମାନଙ୍କ ନିକଟରୁ ୨୫ ଶହ ଟଙ୍କା, ଲୁହା ରଡ୍, ତଲୱାର ସହ ଅନେକ ପ୍ରକାରର ମାରଣାସ୍ତ୍ର ଜବତ ହୋଇଛି ।

ସୂଚନା ମୁତାବକ, ଝୁମ୍ପୁରା ଅଧିନସ୍ଥ ଅନେକ ନିଛାଟିଆ ରାସ୍ତା କଡ଼ରେ ଛକି ରଖୁଥିଲେ ଏହି ଲୁଟେରା ଗ୍ୟାଙ୍ଗ୍ । ଉକ୍ତ ରାସ୍ତାରେ ଗାଡି ଚାଳକ ତଥା ଯିବା ଆସିବା କରୁଥିବା ଯାତ୍ରୀଙ୍କୁ ଅଟକାଉଥିଲେ । ଥରେ ରାସ୍ତାରେ ଅଟକିବା ପରେ ଲୁଟେରା ଗ୍ୟାଙ୍ଗ୍ ସେମାନଙ୍କ ନିକଟରୁ ସୁନା, ଗହଣା ସମେତ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଉଥିଲେ । କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ନଥିବା ପରି ଗତକାଲି ଏହି ଲୁଟେରା ଗ୍ୟାଙ୍ଗର ଯୋଜନା ଫେଲ୍ ମାରିଥିଲା । କଟଲପଷି-ଧାତିକା ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ଲୁଟ୍ କରୁଥିବା ସମୟରେ ପୋଲିସ୍ ପହଞ୍ଚିଥିଲା ଘଟଣାସ୍ଥଳରେ । ଫଳରେ ସମସ୍ତଙ୍କୁ କାବୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏପରି ଏକ ରାକେଟର ପର୍ଦ୍ଦାଫାସ କରିବା ପରେ ଅଞ୍ଚଳବାସୀ ପୋଲିସର ଏହି କାମକୁ ପ୍ରଶଂସା କରିଥିବା ଖବର ମିଳିଛି । ଏଥିସହ ସହରର ଅନ୍ୟସବୁ ରାସ୍ତାରେ ମଧ୍ୟ ପାଟ୍ରୋଲିଂ କଡାକଡି କରିବାକୁ ଜନସାଧାରଣ ଦାବି କରିଛନ୍ତି ।

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି

Also Read- Puri News: ଶ୍ରୀମନ୍ଦିର ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ !