Rakhi Purnima 2024: ଶ୍ରୀମନ୍ଦିରରେ ହେବ ଗହ୍ମା ପୂର୍ଣ୍ଣମୀ ନୀତି, ରାକ୍ଷୀ ବାନ୍ଧିବେ ବଡ଼ ଠାକୁର
Advertisement
Article Detail0/zeeodisha/odisha2390424

Rakhi Purnima 2024: ଶ୍ରୀମନ୍ଦିରରେ ହେବ ଗହ୍ମା ପୂର୍ଣ୍ଣମୀ ନୀତି, ରାକ୍ଷୀ ବାନ୍ଧିବେ ବଡ଼ ଠାକୁର

ପୁରୀ: ଆଜି ସୋମବାର ପଵିତ୍ର ଶ୍ରାବଣ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ ପବିତ୍ର ଗହ୍ମାପୂର୍ଣ୍ଣମୀ ନୀତି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ

Rakhi Purnima 2024: ଶ୍ରୀମନ୍ଦିରରେ ହେବ ଗହ୍ମା ପୂର୍ଣ୍ଣମୀ ନୀତି, ରାକ୍ଷୀ ବାନ୍ଧିବେ ବଡ଼ ଠାକୁର

Rakhi Purnima 2024: ପୁରୀ: ଆଜି ସୋମବାର ପଵିତ୍ର ଶ୍ରାବଣ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ ପବିତ୍ର ଗହ୍ମାପୂର୍ଣ୍ଣମୀ ନୀତି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକ ମାନେ ମହାବାହୁ ଙ୍କ ହାତରେ ଲାଗି କରାଇବେ। ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ। ସେଠାରେ ମାଟିରେ ବଳଭଦ୍ରଙ୍କ ପ୍ରତିମା ନିର୍ମାଣ କରାଯିବା ପରେ ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବା ସହ ଜାତକର୍ମ ଅନୁଷ୍ଠିତ ହେବ।ପରେ ପାଞ୍ଚ ଉପଚାର ପୂଜା , ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।ଏହି ବିଶେଷ ନୀତି ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହେବ।